କ୍ରିସିଲ ପକ୍ଷରୁ ବେଦାନ୍ତର ଦୀର୍ଘକାଳୀନ ଋଣର ରେଟିଂରେ ଉନ୍ନତି

Share It

ଭୁବନେଶ୍ୱର: ବେଦାନ୍ତ ଲିମିଟେଡ ପକ୍ଷରୁ ଘେଷଣା କରାଯାଇଛି ଯେ କ୍ରିସିଲ ରେଟିଂସ ଲିମିଟେଡ ପକ୍ଷରୁ କମ୍ପାନିର ଦୀର୍ଘକାଳୀନ ବ୍ୟାଙ୍କ ବ୍ୟବସ୍ଥା ଓ ଋଣ ଉପକରଣ ରେଟିଂରେ ଉନ୍ନତି ଅଣାଯାଇଛି। ଉନ୍ନତ ପୁଂଜି ଢାଂଚା, ଉତମ ଆର୍ôଥକ ନମନୀୟତା ଓ କାରବାର ପରିମାଣରେ ଦୃଢ଼ ଅଭିବୃଦ୍ଧି ଆଧାରରେ ରେଟିଂରେ ଉନ୍ନତି କରାଯାଇଛି।
ରେଟିଂ ଏଜେନସି ପକ୍ଷରୁ କୁହାଯାଇଛି ଯେ କ୍ରିସିଲ ପକ୍ଷରୁ ବେଦାନ୍ତର ଦୀର୍ଘକାଳୀନ ବ୍ୟାଙ୍କ ସୁବିଧା ଓ ଋଣ ଉପକରଣର ରେଟିଂକୁ ଏଏ ମାଇନସରୁ ଉନ୍ନତ କରି ଏଏ କରାଯାଇଛି। ବେଦାନ୍ତର ପରିଚାଳନା ଲାଭ, ଋଣ ହ୍ରାସ ଯୋଗୁଁ ପୁଞ୍ଜି ଢାଂଚାରେ ଉନ୍ନତି ଲାଗି ରେଟିଂରେ ଉନ୍ନତି କରାଯାଇଛି। ଗତ ତିନି ମାସ ମଧ୍ୟରେ ଦ୍ୱିତୀୟ ଥର ଲାଗି ଏକ ପ୍ରମୁଖ କ୍ରେଡିଟ ରେଟିଂ ଏଜେନ୍ସି ପକ୍ଷରୁ ବେଦାନ୍ତ ରେଟିଂରେ ଉନ୍ନତି ଅଣାଯାଇଛି।
ଗତ ସେପ୍ଟେମ୍ବରରେ ଆଇସିଆରଏ ପକ୍ଷରୁ କମ୍ପାନିର ଦୃଢ଼ କ୍ରେଡିଟ ପ୍ରୋଫାଇଲ ବିଚାରକୁ ନେଇ ବେଦାନ୍ତ ଲିମିଟେଡର ଦୀର୍ଘକାଳୀନ କ୍ରେଡିଟ ରେଟିଂକୁ ଏଏ ମାଇନସରୁ ଏଏକୁ ଉନ୍ନୀତ କରାଯାଇଥିଲା। ବେଦାନ୍ତର ମୂଳ କମ୍ପାନି ବ୍ରିଟେନ ସ୍ଥିତ ବେଦାନ୍ତ ରିସୋର୍ସେସ ପକ୍ଷରୁ ନୂତନ ବଣ୍ଡ ଜାରି କରି ବିଶ୍ୱସ୍ତରୀୟ ନିବେଶକମାନଙ୍କଠାରୁ ୮୦୦ ନିୟୁତ ଡଲାର ସଂଗ୍ରହ କରାଯାଇଛି।
କମ୍ପାନି ହାସଲ କରିଥିବା ପାଣ୍ଠିକୁ ୨୦୨୮ରେ ଶୁଝିବାକୁ ଥିବା ଋଣ ଲାଗି ବ୍ୟବହାର କରାଯିବ। ପୂର୍ବର ବଣ୍ଡ ପ୍ରାପ୍ୟ ଦେବା ଲାଗି ସେପ୍ଟେମ୍ବରରେ ଡଲାର ବଣ୍ଡ ଜାରି କରି କମ୍ପାନି ୯୦୦ ନିୟୁତ ଡଲାର ହାସଲ କରିଥିଲା। ବେଦାନ୍ତର କାରବାର ଗ୍ୟାସ, ଜିଙ୍କ, ଲିଡ, ସିଲଭର, ତମ୍ବା, ଲୁହାପଣ, ଇସ୍ପାତ ଓ ଆଲୁମିନିୟମ କ୍ଷେତ୍ରରେ ରହିଛି।


Share It

Comments are closed.