କଲ୍ୟାଣ ଜୁଏଲର୍ସ ପକ୍ଷରୁ ଝାରସୁଗୁଡ଼ାରେ ନୂଆ ସୋ’ରୁମ୍ ଶୁଭାରମ୍ଭ ସହ ଓଡ଼ିଶାରେ ଉପସ୍ଥିତିର ସୁଦୃଢ଼ୀକରଣ

-ସରବାହାଲ ରୋଡ୍‌ରେ ଅବସ୍ଥିତ ଏହି ସୋ’ରୁମ୍ ଉଭୟ କଲ୍ୟାଣ ଜୁଏଲର୍ସ ଓ ଲାଇଫ୍‌ଷ୍ଟାଇଲ୍ ବ୍ରାଣ୍ଡ୍ କ୍ୟାଣ୍ଡିୟର ସୋ’ରୁମ୍ ସହ ସମନ୍ୱିତ ସପିଙ୍ଗ ଅନୁଭୂତି ପ୍ରଦାନ କରିବ

Share It

ଭୁବନେଶ୍ୱର: ଭାରତର ସବୁଠୁ ବିଶ୍ୱାସଯୋଗ୍ୟ ଓ ଅଗ୍ରଣୀ ଗହଣା ବ୍ରାଣ୍ଡ୍ କଲ୍ୟାଣ ଜୁଏଲର୍ସ ପକ୍ଷରୁ ଓଡ଼ିଶାର ଝାରସୁଗୁଡ଼ାରେ ନୂଆ ସୋ’ରୁମ୍‌ର ଶୁଭାରମ୍ଭ ଘୋଷଣା କରାଯାଇଛି। ଏହି ଶୁଭାରମ୍ଭ ସହ କଲ୍ୟାଣ ଜୁଏଲର୍ସ ଝାରସୁଗୁଡ଼ା ସହରରେ ପ୍ରବେଶ କରିଥିବା ବେଳେ ଏହାର ଲାଇଫ୍‌ଷ୍ଟାଇଲ୍ ଗହଣା ବ୍ରାଣ୍ଡ୍‌-କ୍ୟାଣ୍ଡିୟରକୁ ଉନ୍ମୋଚନ କରିଛି।
ଅଭିନେତ୍ରୀ ସୋନାକ୍ଷୀ ସିହ୍ନା କହିଛନ୍ତି, ଯେ, “ନୂଆ କଲ୍ୟାଣ ଜୁଏଲର୍ସ ସୋ’ରୁମ୍ ଉଦଘାଟନ ଅବସରରେ ଆଜି ଏଠାରେ ଉପସ୍ଥିତ ରହି ମୁଁ ଆନନ୍ଦିତ। କଲ୍ୟାଣ ଜୁଏଲର୍ସକୁ ପ୍ରତିନିଧିତ୍ୱ କରିବା ଏକ ସମ୍ମାନର ବିଷୟ। ଏହା ଏକ ବ୍ରାଣ୍ଡ ଯାହା ବିଶ୍ୱାସ, ସ୍ୱଚ୍ଛତା ଏବଂ ଗ୍ରାହକ-କେନ୍ଦ୍ରୀକ ନୀତି ଉପରେ ଦୃଢ଼ ଭାବରେ ଠିଆ ହୋଇଛି। ମୋର ବିଶ୍ୱାସ ଯେ ପୃଷ୍ଠପୋଷକମାନେ କଲ୍ୟାଣ ଜୁଏଲର୍ସକୁ ଉତ୍ସାହର ସହ ସ୍ୱାଗତ କରିବେ ଏବଂ ସେବା ସମର୍ôଥତ ସପିଂ ଅଭିଜ୍ଞତାକୁ ଉପଭୋଗ କରିବେ ଏବଂ କମ୍ପାନି ଦ୍ୱାରା ପ୍ରଦାନ କରାଯାଉଥିବା ବିଭିନ୍ନ ପ୍ରକାରର ଗହଣା ସଂଗ୍ରହର ଅନୁସନ୍ଧାନ କରିବେ।’’
କଲ୍ୟାଣ ଜୁଏଲର୍ସ ଏବଂ କାଣ୍ଡିୟର ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ସିଗ୍ନେଚର ଅଳଙ୍କାର ଲାଇନରୁ ଏକ ବିଳାସପୂର୍ଣ୍ଣ ପରିବେଶ ଏବଂ ଡିଜାଇନର ବ୍ୟାପକ ସଂଗ୍ରହ ସହିତ ଏହି ନୂତନ ସୋ’ରୁମ୍ ଏହି ଅଂଚଳର ପୃଷ୍ଠପୋଷକମାନଙ୍କୁ ଏକ ଅତୁଳନୀୟ ସପିଂ ଅନୁଭୂତି ପ୍ରଦାନ କରିବାକୁ ଯାଉଛି। କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରମେଶ କଲ୍ୟାଣରମଣ କହିଛନ୍ତି ଯେ, “ଏକ କମ୍ପାନି ଭାବରେ ଆମେ ବିପୁଳ ମାଇଲଖଂଟ୍ ହାସଲ କରିଛୁ ଏବଂ ଗ୍ରାହକଙ୍କ ସପିଂ ଅଭିଜ୍ଞତାକୁ ବଢ଼ାଇବା ପାଇଁ ଏକ ସାମଗ୍ରିକ ଇକୋସିଷ୍ଟମ ସୃଷ୍ଟି କରିବା ଦିଗରେ ପ୍ରମୁଖ ପଦକ୍ଷେପ ନେଇଛୁ । ଆମର ଅଭିବୃଦ୍ଧି ଯାତ୍ରାର ଏହି ପରବର୍ତୀ ପର୍ଯ୍ୟାୟ ଆରମ୍ଭ କରୁଥିବା ବେଳେ ଝାରସୁଗୁଡ଼ାରେ ଆମର ନୂତନ ସୋ’ରୁମ୍ ର ଶୁଭାରମ୍ଭ ଘୋଷଣା କରି ଆମେ ଆନନ୍ଦିତ। ଏହି ଶୁଭାରମ୍ଭ ମାଧ୍ୟମରେ ଆମେ ଓଡ଼ିଶା ରାଜ୍ୟରେ ଆମର ଭୌଗୋଳିକ ଉପସ୍ଥିତିକୁ କ୍ରମାଗତ ଭାବରେ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛୁ ଏବଂ କମ୍ପାନିର ବିଶ୍ୱାସ ଏବଂ ସ୍ୱଚ୍ଛତାର ମୂଳ ମୂଲ୍ୟବୋଧ ପ୍ରତି ସଚ୍ଚୋଟ ରହି ଗ୍ରାହକଙ୍କୁ ସର୍ବୋତମ ସପିଂ ଅନୁଭୂତି ପ୍ରଦାନ ଜାରି ରଖିବାକୁ ପ୍ରତିଶ୍ରୁତିବଦ୍ଧ।’’
ଉନ୍ମୋଚନ ଅବସରରେ କଲ୍ୟାଣ ଜୁଏଲର୍ସ ଅନେକ ଆକର୍ଷଣୀୟ ଅଫର ଘୋଷଣା କରିଛି ଯେଉଁଥିରେ ପୃଷ୍ଠପୋଷକମାନଙ୍କୁ ସେମାନଙ୍କ ଗହଣା କ୍ରୟ ଉପରେ ଉଲ୍ଲେଖନୀୟ ସଂଚୟ ଉପଭୋଗ କରିବାର ସୁଯୋଗ ଦିଆଯାଇଛି। ପ୍ରିମିୟମ ଉତ୍ପାଦ ପାଇଁ ଗଢ଼ା ମଜୁରି ଉପରେ ୩୦% ରିହାତି ଲାଗୁ ହେଉଥିବା ବେଳେ ଗହଣା ବ୍ରାଣ୍ଡ ଟେମ୍ପୁଲ ଓ ଆଂଟିକ ଗହଣା ପାଇଁ ଗଢ଼ା ମଜୁରି ଉପରେ ୩୫% ରିହାତି ପ୍ରଦାନ କରୁଛି।। ସପିଂ ଅଭିଜ୍ଞତାକୁ ଆହୁରି ବଢ଼ାଇବା ପାଇଁ ୩୦ ଗ୍ରାମରୁ କମ୍ ସମସ୍ତ ଗହଣା ସାମଗ୍ରୀରେ ଗଢ଼ା ମଜୁରି ଉପରେ ୨୫% ରିହାତି ମିଳିବ। ଏହା ବ୍ୟତୀତ କଲ୍ୟାଣ ସ୍ପେଶାଲ ଗୋଲ୍ଡ ବୋର୍ଡ ରେଟ୍ ରହିଛି ଯାହା ବଜାରରେ ସର୍ବନିମ୍ନ ଏବଂ ସମସ୍ତ କମ୍ପାନୀ ସୋ’ରୁମ୍ ରେ ମାନକ ଭାବେ ମଧ୍ୟ ଲାଗୁ ହେବ ।
କଲ୍ୟାଣ ଜୁଏଲର୍ସରେ ବିକ୍ରି କରାଯାଉଥିବା ଗହଣାଗୁଡ଼ିକ ବିଆଇଏସ ହଲମାର୍କର ଏବଂ ଏକାଧିକ ଶୁଦ୍ଧତା ପରୀକ୍ଷା ଦେଇ ଗତି କରେ। ଗ୍ରାହକମାନେ କଲ୍ୟାଣ ଜୁଏଲର୍ସର ୪-ସ୍ତରୀୟ ଆସ୍ୟୁରାନ୍ସ ସାର୍ଟିଫିକେଟ୍ ପାଇବେ ଯାହା ଶୁଦ୍ଧତା, ଗହଣାର ଜୀବନବ୍ୟାପୀ ମରାମତି, ସମ୍ପୂର୍ଣ୍ଣ ଉତ୍ପାଦ ବିବରଣୀ ଏବଂ ଏକ୍ସଚେଂଜ୍ ଓ ବାଏ ବ୍ୟାକ୍ ନୀତିରେ ସ୍ୱଚ୍ଛତା ଆଦିର ଗ୍ୟାରେଂଟି ପ୍ରଦାନ କରୁଛି। ବିଶ୍ୱସନୀୟ ଗ୍ରାହକମାନଙ୍କୁ ଶ୍ରେଷ୍ଠ ସେବା ପ୍ରଦାନ କରିବା ଲାଗି ବ୍ରାଣ୍ଡ୍‌ର ରହିଥିବା ପ୍ରତିବଦ୍ଧତାର ଅଂଶ ହେଉଛି ଏହି ସାର୍ଟିଫିକେଟ୍‌।
ଏହି ନୂଆ ସୋ’ରୁମ୍‌ରେ କଲ୍ୟାଣ ଜୁଏଲର୍ସର ଲୋକପ୍ରିୟ ବ୍ରାଣ୍ଡ୍ ମୁହୁରତ-ବିବାହ ଗହଣା, ମୁଧ୍ରା-ହାତତିଆରି ଆଂଟିକ୍ ଗହଣା, ନିମାହ-ମନ୍ଦିର ଗହଣା, ଗ୍ଲୋ-ଡ୍ୟାନ୍‌ସିଂ ହୀରା, ଜିଆ ସୋଲିଟାୟାର ଭଳି ହୀରା ଗହଣା, ଅନୋଖି-ଅନକଟ ହୀରା, ଅପୂର୍ବା-ସ୍ୱତନ୍ତ୍ର ଅବସର ପାଇଁ ହୀରା, ଅନ୍ତରା-ବିବାହ ହୀରା, ହୀରା -ଦୈନିକ ବ୍ୟବହାର ହୀରା ଗହଣା, ରଙ୍ଗ (ପ୍ରିସିଅସ୍ ଷ୍ଟୋନ୍ ଗହଣା) ଏବଂ ନିକଟରେ ଉନ୍ମୋଚନ ହୋଇଥିବା ଲିଲା-ହୀରା ଗହଣା ଆଦି ରହିବ।


Share It

Comments are closed.