ଟିଭିଏସ୍ ମୋଟର କମ୍ପାନି ପକ୍ଷରୁ ରାଇଡର୍ମାନଙ୍କୁ ଟିଭିଏସ୍ ରୋନିନ ଡ୍ରିଫ୍ଟ ଆର୍ ସ୍କୁଲ୍ ପାଇଁ ଆମନ୍ତ୍ରଣ
ଭୁବନେଶ୍ୱର: ବିଶ୍ୱସ୍ତରୀୟ ଅଗ୍ରଣୀ ଅଟୋମୋବାଇଲ୍ କମ୍ପାନି ଟିଭିଏସ୍ ମୋଟର କମ୍ପାନି ପକ୍ଷରୁ ମୋଟରସାଇକଲ୍ ପ୍ରେମୀମାନଙ୍କୁ ଫ୍ଲାଟ୍ ଟ୍ରାକ୍ ରେସିଂର ଅନୁଭୂତି ପ୍ରଦାନ କରିବା ଲାଗି ଟିଭିଏସ୍ ରୋନିନ୍ ଡ୍ରିଫ୍ଟ ଆର୍ ସ୍କୁଲ୍ରେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରଣ କରାଯାଇଛି। କମ୍ପାନିର “ଅନସ୍କ୍ରିପ୍ଟେଡ୍’ ମୂଳ୍ୟବୋଧ ଆଧାରରେ ଟିଭିଏସ୍ ରୋନିନ୍ ଦର୍ଶନ ଅନୁସାରେ ସ୍ୱତନ୍ତ୍ର ଗାଡ଼ିଚାଳନା ଅନୁଭୂତି ପ୍ରଦାନ କରିବା ସହ ଏହା ସମନ୍ୱିତ ରହିଛି।
ପ୍ରତିଯୋଗୀମାନେ ଟିଭିଏସ୍ ଆଥଲେଟ୍ ଐଶ୍ୱର୍ଯ୍ୟା ପିସା ଏବଂ ନୀଲେଶ ଧୁମାଲଙ୍କ ଭଳି ଅଭିଜ୍ଞ ପ୍ରଶିକ୍ଷକଙ୍କ ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ୍ ରୋନିନ୍ ଫ୍ଲାଟ୍ ଟ୍ରାକରେ ସ୍ଲାଇଡିଂ ଏବଂ କର୍ଣ୍ଣରିଂ ଭଳି ପ୍ରମୁଖ ଫ୍ଲାଟ୍ ଟ୍ରାକ୍ କୌଶଳ ଶିଖିବେ। ଏହି କାର୍ଯ୍ୟକ୍ରମ ଏକ ନିରାପଦ ଏବଂ ନିୟନ୍ତ୍ରିତ ପରିବେଶରେ ଟ୍ରାକ୍ରେ ରାଇଡରଙ୍କ ପାଇଁ ଆତ୍ମବିଶ୍ୱାସ ସୃଷ୍ଟି କରିବା ସହ ଦକ୍ଷତାରେ ଉନ୍ନତି ଆଣିବ। ରୋନିନ୍ ଡ୍ରିଫ୍ଟ ଆର ସ୍କୁଲ ମୋଟରସାଇକେଲ ଚାଳନା ଏବଂ ଦୁଃସାହସିକତା ପ୍ରତି ଆଗ୍ରହ ରଖୁଥିବା ରାଇଡରମାନଙ୍କୁ ଏକାଠି କରି ଏକ ଗୋଷ୍ଠୀଗତ ଭାବନାକୁ ପ୍ରୋତ୍ସାହିତ କରିବ।
ଟିଭିଏସ୍ ମୋଟର କମ୍ପାନିର ମୁଖ୍ୟ ବ୍ୟବସାୟ (ପ୍ରିମିୟମ୍) ବିମଳ ସୁମ୍ବଲି କହିଛନ୍ତି ଯେ, “ଟିଭିଏସ୍ ରୋନିନ୍ ଡ୍ରିଫ୍ଟ ଆର୍ ସ୍କୁଲ ରାଇଡରମାନଙ୍କ ପାଇଁ ସିଗ୍ନେଚର ରୋନିନ୍ ଟ୍ୱିଷ୍ଟ ସହିତ ଫ୍ଲାଟ୍ ଟ୍ରାକ୍ ରେସିଂ ଅନୁଭୂତି ପ୍ରଦାନ କରିବାର ଏକ ଆକର୍ଷଣୀୟ ସୁଯୋଗ । ଏହି ପଦକ୍ଷେପ ରାଇଡିଂ କୌଶଳ ଶିଖାଇବାଠାରୁ ଅଧିକ। ଏହା ଏପରି ଏକ ସ୍ଥାନ ସୃଷ୍ଟି କରିବ ଯେଉଁଠାରେ ରାଇଡରମାନେ ସେମାନଙ୍କର ଉତ୍ସାହକୁ ଆବିଷ୍କାର କରିପାରିବେ, ସେମାନଙ୍କର ଦକ୍ଷତା ବୃଦ୍ଧି କରିପାରିବେ ଏବଂ ଏକ ଗୋଷ୍ଠୀର ଅଂଶ ହୋଇପାରିବେ ଯାହା କ୍ରୀଡ଼ା ପ୍ରତି ଭଲ ପାଇବା ବାଂଟିବ।’’
ରୋନିନ୍ ଡ୍ରିଫ୍ଟ ଆର ସ୍କୁଲ ଟିଭିଏସ୍ ରୋନିନ୍ର ଆଦର୍ଶରେ ଏକ ନୂତନ ଦିଗ ଯୋଡ଼ିଛି। ଏହା ଦ୍ୱାରା ରାଇଡରମାନେ ଫ୍ଲାଟ୍ ଟ୍ରାକ୍ ରେସିଂ ଏବଂ ନୂତନ ଯୁଗର ରାଇଡର ସମୁଦାୟ ସହ ଯୋଡ଼ି ହୋଇପାରିବେ। ଆଧୁନିକ ଜ୍ଞାନକୌଶଳ ଏବଂ ରେଟ୍ରୋ ସୌନ୍ଦର୍ଯ୍ୟର ସ୍ୱତନ୍ତ୍ର ମିଶ୍ରଣ ପାଇଁ ଜଣାଶୁଣା ଟିଭିଏସ୍ ରୋନିନ କେବଳ ଏକ ମୋଟର ସାଇକେଲ ନୁହେଁ। ଏହା ବହୁମୁଖୀ ମୋଟର ସାଇକେଲିଂ ଅନୁଭୂତିକୁ ଗ୍ରହଣ କରିବ ଯାହା ଜଣଙ୍କୁ ସ୍ୱତଃସ୍ପୃତ ହେବା ପାଇଁ ଏବଂ ନିଜ ଅନସ୍କ୍ରିପ୍ଟେଡ୍ ମାର୍ଗ ଅନୁସରଣ କରିବା ପାଇଁ ଅନୁମତି ଦିଏ ।
Comments are closed.