କୃଷକ ଉତ୍ପାଦକ ସଂଗଠନ (ଏଫ୍‌ପିଓ)କୁ ସହଯୋଗ ପାଇଁ ଭାରତ ସଞ୍ଜିବନୀ କୃଷି ଉତ୍‌ଥାନ୍ ଅଭିଯାନର ଶୁଭାରମ୍ଭ ଲାଗି ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ ଲିମିଟେଡ୍ (ଆଇବିଏଲ୍‌) ଓ ଭାରତ ଫାଇନାନ୍ସିଆଲ୍ ଇନ୍‌କ୍ଲୁଜନ୍ ଲିମିଟେଡ୍ (ବିଏଫ୍‌ଆଇଏଲ୍‌) ପକ୍ଷରୁ ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାୟ ସହ ବୁଝାମଣାପତ୍ର ସ୍ୱାକ୍ଷରିତ

- ପ୍ରଯୁକ୍ତି ଓ ଅଭିଜ୍ଞତାକୁ ବ୍ୟବହାର କରି ଚାଷୀଙ୍କ ଆୟରେ ଉଲ୍ଲେଖନୀୟ ଉନ୍ନତି ଆଣି ସାରା ଦେଶର ୧୦,୦୦୦ କୃଷକ ଉତ୍ପାଦକ ସଂଗଠନକୁ ସହଯୋଗ ଲକ୍ଷ୍ୟ

Share It

ଭୁବନେଶ୍ୱର: ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କ ଲିମିଟେଡ୍ (ଆଇବିଏଲ୍‌) ଓ ଆଇବିଏଲ୍‌ର ସମ୍ପୂର୍ଣ୍ଣ ସହାୟକ ସଂସ୍ଥା ଭାରତ ଫାଇନାନ୍ସିଆଲ୍ ଇନ୍‌କ୍ଲୁଜନ୍ ଲିମିଟେଡ୍ (ବିଆଇଏଫ୍‌ଏଲ୍‌) ପକ୍ଷରୁ ଭାରତ ସଞ୍ଜିବନୀ କୃଷି ଉତ୍‌ଥାନ୍ ଅଭିଯାନର ଶୁଭାରମ୍ଭ ଲାଗି ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ସହିତ ବୁଝାମଣାପତ୍ର ସ୍ୱାକ୍ଷର ଘୋଷଣା କରାଯାଇଛି। ଏହି ଅଭିଯାନରେ ସାରା ଦେଶରେ ଏଫ୍‌ପିଓଙ୍କୁ ସଶକ୍ତ କରିବା ଲାଗି ଦୃଢ଼ ଫ୍ରେମ୍‌ୱର୍କ ପ୍ରଦାନ କରି ଭାରତ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ “୧୦,୦୦୦ କୃଷକ ଉତ୍ପାଦକ ସଂଗଠନ ଗଠନ ଓ ପ୍ରସାର’କୁ ସମର୍ଥନ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଏଫପିଓଗୁଡ଼ିକ କୃଷକମାନଙ୍କୁ ସେମାନଙ୍କର ମୁଲଚାଲ ଶକ୍ତି ବୃଦ୍ଧି କରିବା, ଅର୍ଥନୀତିର ଲାଭ ଉଠାଇବା, ଉତ୍ପାଦନ ଖର୍ଚ୍ଚ ହ୍ରାସ କରିବା ଏବଂ ସେମାନଙ୍କ କୃଷିଜାତ ଦ୍ରବ୍ୟର ଏକତ୍ରୀକରଣ ମାଧ୍ୟମରେ କୃଷକଙ୍କ ଆୟ ବୃଦ୍ଧି କରିବାରେ ସକ୍ଷମ କରନ୍ତି। ଏହା ଚାଷୀମାନଙ୍କ ସ୍ଥାୟୀ ଆୟ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି କେନ୍ଦ୍ରୀୟ କ୍ଷେତ୍ର ଯୋଜନା କୃଷି, ବିଶେଷ କରି ଅବହେଳିତ କୃଷକମାନଙ୍କ ଉତ୍ପାଦକତା ଏବଂ ଲାଭ ବୃଦ୍ଧି ପାଇଁ ସରକାରଙ୍କ ବ୍ୟାପକ ରଣନୀତିର ଏକ ଅଂଶ। ବିଏଫ୍‌ଆଇଏଲ୍ ଏବଂ ଆଇବିଏଲର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର) ପଦକ୍ଷେପ ମାଧ୍ୟମରେ ପରିଚାଳିତ ଏହି ସହଯୋଗିତା ଲକ୍ଷ୍ୟ ହେଉଛି ଆନ୍ଧ୍ରପ୍ରଦେଶ, ବିହାର, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ରାଜସ୍ଥାନ, ତେଲେଙ୍ଗାନା, ଉତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଭଳି ୧୧ଟି ରାଜ୍ୟରେ କୃଷି ଉତ୍ପାଦକତା ବୃଦ୍ଧି, ସ୍ଥାୟୀ ଚାଷ ପଦ୍ଧତିକୁ ପ୍ରୋତ୍ସାହନ ଦେବା ଏବଂ କୃଷକଙ୍କ ଆୟରେ କ୍ରମାଗତ ଉନ୍ନତି ଆଣିବା।
ଭାରତ ସଞ୍ଜୀବନୀ ସଂସ୍କୃତି ଉତଥାନ କାର୍ଯ୍ୟକ୍ରମ ଅଧୀନରେ ବିଏଫ୍‌ଆଇଏଲ୍ ଏବଂ ଆଇବିଏଲ୍ ଜାତୀୟ ସ୍ତରରେ ଏକ କେନ୍ଦ୍ରୀୟ ପ୍ରକଳ୍ପ ପରିଚାଳନା ୟୁନିଟ୍ (ସିପିଏମୟୂ) ପ୍ରତିଷ୍ଠା କରିବେ ଏବଂ ଏଫପିଓ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତାକୁ ପ୍ରଭାବଶାଳୀ ଭାବେ ତଦାରଖ, ସମର୍ଥନ ଏବଂ ମାର୍ଗଦର୍ଶନ କରିବେ। ଏହି ବୁଝାମଣାପତ୍ର ଗ୍ରାମୀଣ ସଶକ୍ତୀକରଣ ପାଇଁ ଅଭିନବ ସରକାରୀ-ଘରୋଇ ସହଯୋଗିତା ସ୍ଥାପନ ପ୍ରୟାସ ଉପରେ ଆଲୋକପାତ କରୁଛି। ଏଫପିଓ ବିକାଶ ଲକ୍ଷ୍ୟ ହାସଲ କରିବା ପାଇଁ କର୍ପୋରେଟ ସଂସ୍ଥାଗୁଡିକ ସହିତ କୃଷି ମନ୍ତ୍ରଣାଳୟର ଏହା ପ୍ରଥମ ଆନୁଷ୍ଠାନିକ ସହଯୋଗିତା। ଏହି ବୁଝାମଣା ଜରିଆରେ ବିଏଫ୍‌ଆଇଏଲ୍ ଏବଂ ଆଇବିଏଲ୍ ଡାଟା ପରିଚାଳନା, ଦକ୍ଷତା ବୃଦ୍ଧି ଏବଂ ଆଇଟି ଭିତିଭୂମି ଭଳି କ୍ଷେତ୍ରରେ ବୈଷୟିକ ସହାୟତା ପ୍ରଦାନ କରିବେ। ଏଥି ସହିତ ଏଫପିଓମାନଙ୍କୁ ସେମାନଙ୍କ କାର୍ଯ୍ୟକୁ ଉନ୍ନତ କରିବା, ସ୍ଥିରତା ସୃଷ୍ଟି କରିବା ଏବଂ ସେମାନଙ୍କ ବ୍ୟବସାୟକୁ ବ୍ୟାପକ କରିବାରେ ସାହାଯ୍ୟ କରି ସେମାନଙ୍କ ପାଇଁ ଏକ ସ୍ଥାୟୀ ଅଭିବୃଦ୍ଧି ପଥ ସୃଷ୍ଟି କରିବେ। ବିଏଫ୍‌ଆଇଏଲ୍ ଏବଂ ଆଇବିଏଲ୍ କୃଷି/ଉଦ୍ୟାନ କୃଷି ଉତ୍ପାଦନ, ଖାଦ୍ୟ ପ୍ରକ୍ରିୟାକରଣ ପ୍ରଯୁକ୍ତିବିଦ୍ୟା, ବଜାର ସଂଯୋଗ, ଶୀତଳଭଣ୍ଡାର ଶୃଙ୍ଖଳା, ସାମାଜିକ କ୍ଷେତ୍ର ଇତ୍ୟାଦି କ୍ଷେତ୍ରରେ ବିଶେଷଜ୍ଞମାନଙ୍କୁ ନିୟୋଜିତ କରିବେ।
ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ବିଏଫ୍‌ଆଇଏଲ୍ ଏବଂ ଆଇବିଏଲ୍ ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।
ଏହି ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ସମ୍ପର୍କରେ ଭାରତ ସରକାରଙ୍କ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଫୈଜ ଅହମ୍ମଦ କିଦୱାଇ କହିଛନ୍ତି ଯେ, “କୃଷି କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳର ଉପଯୋଗ ପାଇଁ ବିଆଇଏଫ୍‌ଏଲ୍ ଏବଂ ଆଇବିଏଲର ପ୍ରତିବଦ୍ଧତା ପ୍ରଶଂସନୀୟ । ଆଇଟି ସମାଧାନର ଉପଯୋଗ, ପ୍ରକଳ୍ପ ପରିଚାଳନା ସହାୟତା ପ୍ରଦାନ ଏବଂ ସେମାନଙ୍କର ଦକ୍ଷତା ବୃଦ୍ଧି କରି ବିଏଫ୍‌ଆଇଏଲ୍ ଏବଂ ଆଇବିଏଲର କୃଷକମାନଙ୍କୁ ତଥ୍ୟ ଆଧାରିତ ନିଷ୍ପତି ନେବା ଏବଂ ସେମାନଙ୍କ ଉତ୍ପାଦନ ଅଭ୍ୟାସକୁ ବୃଦ୍ଧି କରିବା ପାଇଁ ସଶକ୍ତ କରିବେ ଯାହା କୃଷି କ୍ଷେତ୍ରର ଅଭିବୃଦ୍ଧି ଏବଂ ସ୍ଥାୟୀତ୍ୱରେ ଯୋଗଦାନ ପ୍ରଦାନ କରିବ।’’
ଆଇବିଏଲର ଇନକ୍ଲୁସିଭ୍ ବ୍ୟାଙ୍କିଙ୍ଗ୍‌, ସିଏସ୍‌ଆର୍ ଏବଂ ସଷ୍ଟେନେବିଲିଟି ମୁଖ୍ୟ ଶ୍ରୀନିବାସ ବୋନମ କହିଛନ୍ତି ଯେ, “ଭାରତ ସରକାରଙ୍କ ସହ ଆମର ସହଯୋଗିତା ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ଦିଗରେ ଆମର ଯାତ୍ରାରେ ଏକ ମାଇଲଖୁଂଟକୁ ପ୍ରତିଫଳିତ କରୁଛି। କୃଷି ଆନୁଷଙ୍ଗିକ ସେବାରୁ କୃଷିର ମୁଖ୍ୟ ସ୍ରୋତକୁ ଆମର ସମର୍ଥନକୁ ବିସ୍ତାର କରି ଆମେ ଗ୍ରାମୀଣ ଭାରତ ପାଇଁ କୃଷି ରକ୍ଷଣାବେକ୍ଷଣ ଏବଂ ସଶକ୍ତୀକରଣର ଜାତୀୟ ଲକ୍ଷ୍ୟ ସହିତ ଯୋଡ଼ି ହୋଇଛୁ।’’
ବିଏଫ୍‌ଆଇଏଲ୍‌ର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଶ୍ରୀ ଜେ ଶ୍ରୀଧରନ୍ କହିଛନ୍ତି ଯେ, “ଏଫପିଓଗୁଡ଼ିକୁ ସମର୍ଥନ କରି ଭାରତ ସଞ୍ଜୀବନୀ କୃଷକ ଉତ୍‌ଥାନ ପଦକ୍ଷେପ ଆରମ୍ଭ କରିବା ପାଇଁ କୃଷି ମନ୍ତ୍ରଣାଳୟ ସହ ଏହି ବୁଝାମଣାପତ୍ର ମାଧ୍ୟମରେ ଆମେ ପ୍ରଯୁକ୍ତି ଆଧାରିତ ସମାଧାନରେ ଯୋଗଦାନ କରି ଗର୍ବ ଅନୁଭବ କରୁଛୁ। ଏହା କୃଷକମାନଙ୍କୁ ସିଧାସଳଖ ଉପକୃତ କରିବ। କୃଷି-ଆନୁଷଙ୍ଗିକ କ୍ଷେତ୍ରରେ ଆମର ନିରନ୍ତର କାର୍ଯ୍ୟ ଆମକୁ ବର୍ତମାନ କୃଷିକ୍ଷେତ୍ରରେ ସମାନ ଦକ୍ଷତା ପ୍ରୟୋଗ କରିବାକୁ ଭଲ ଭାବରେ ପ୍ରସ୍ତୁତ କରିଛି ଯେଉଁଠାରେ ଆମେ ଶକ୍ତିଶାଳୀ, ଉତ୍ପାଦନଶୀଳ ଏଫପିଓ ଗଠନ କରିବାକୁ ଲକ୍ଷ୍ୟ ରଖିଛୁ ଯାହା କୃଷକମାନଙ୍କ ଆୟକୁ ସୁଦୃଢ଼ ଏବଂ ସ୍ଥାୟୀ ଉପାୟରେ ଉନ୍ନତ କରିବ।’’
କୃଷକମାନଙ୍କୁ ସିଧାସଳଖ ବ୍ୟାପକ ପ୍ରାଣୀ ଚିକିତ୍ସା ସେବା ପ୍ରଦାନ କରି ଗ୍ରାମୀଣ ସମୁଦାୟକୁ ସହାୟତା କରୁଥିବା ଡିଜିଟାଲ ପଦକ୍ଷେପ ଭାରତ ସଞ୍ଜୀବନୀ ମାଧ୍ୟମରେ କୃଷି ଆନୁଷଙ୍ଗିକ କ୍ଷେତ୍ରରେ ସେମାନଙ୍କର ଦକ୍ଷତା ସଫଳତାର ସହ ପ୍ରଦର୍ଶନ କରିବା ପରେ, ବିଏଫ୍‌ଆଇଏଲ୍ ଏବଂ ଆଇବିଏଲ୍ ବର୍ତମାନ କୃଷି ମନ୍ତ୍ରଣାଳୟ ସହିତ ଏହି ସହଯୋଗିତା ମାଧ୍ୟମରେ କୃଷି କ୍ଷେତ୍ରକୁ ସେମାନଙ୍କର ସମର୍ଥନ ପ୍ରଦାନ କରୁଛନ୍ତି। ବିଏଫ୍‌ଆଇଏଲ୍‌, ଆଇବିଏଲ୍ ଏବଂ ମନ୍ତ୍ରଣାଳୟ ମିଳିତ ଭାବେ ତ୍ରୈମାସିକ ଭିତିରେ ଅଗ୍ରଗତିର ସମୀକ୍ଷା କରିବା ସହ ପ୍ରକଳ୍ପ ମାଇଲଖୁଂଟ ହାସଲ ସୁନିଶ୍ଚିତ କରିବେ ଏବଂ ଯେକୌଣସି ଆହ୍ୱାନର ମୁକାବିଲା କରିବେ।
ଭାରତ ସରକାରଙ୍କ ସହ ଏହି ସହଯୋଗିତାକୁ ଆଧାର କରି ବିଏଫ୍‌ଆଇଏଲ୍ ଏବଂ ଆଇବିଏଲ୍ କୃଷକମାନଙ୍କୁ ଅତ୍ୟାବଶ୍ୟକ ସମ୍ବଳ ଏବଂ ସହାୟତା ପ୍ରଦାନ କରି ଭାରତର କୃଷି କ୍ଷେତ୍ରର ଅଭିବୃଦ୍ଧି ଏବଂ ସ୍ଥାୟୀତ୍ୱ ପ୍ରତି ସେମାନଙ୍କର ସମର୍ପଣକୁ ଦୋହରାଇଛନ୍ତି।


Share It

Comments are closed.