ୟୁଟିଆଇ ମ୍ୟୁଚୁଆଲ୍ ଫଣ୍ଡ ପକ୍ଷରୁ ଓଡ଼ିଶାରେ ତିନିଟି ନୂଆ ଆର୍ଥିକ କେନ୍ଦ୍ର ଉଦ୍‌ଘାଟିତ

-ନୂଆ କେନ୍ଦ୍ର କେନ୍ଦୁଝର, ଭଦ୍ରକ ଓ ମୟୂରଭଞ୍ଜରେ ଉଦ୍‌ଘାଟିତ

Share It

କେନ୍ଦୁଝର/ ଭଦ୍ରକ / ମୟୂରଭଞ୍ଜ: ଭାରତର ଅନ୍ୟତମ ଅଗ୍ରଣୀ ସଂପତି ପରିଚାଳନା କମ୍ପାନି ୟୁଟିଆଇ ଆସେଟ୍ ମ୍ୟାନେଜମେଂଟ୍ କମ୍ପାନି (ୟୁଟିଆଇ ଏଏମ୍‌ସି) ପକ୍ଷରୁ ଓଡ଼ିଶାରେ ତିନିଟି ନୂଆ ଆର୍ଥିକ କେନ୍ଦ୍ରକୁ କେନ୍ଦୁଝର, ଭଦ୍ରକ ଓ ମୟୂରଭଞ୍ଜରେ ଖୋଲାଯାଇଛି। କେନ୍ଦୁଝର ଜିଲ୍ଲାର ସିରାଜୁଦିନ ଛକ ନିକଟସ୍ଥ ସିଂହ ମାର୍କେଟ କମ୍ପେ୍ଲକ୍ସର ପ୍ରଥମ ମହଲାରେ ନୂଆ ଆର୍ଥିକ କେନ୍ଦ୍ର ଉଦ୍‌ଘାଟନ କରାଯାଇଛି। ସେହିପରି ଭଦ୍ରକ କେନ୍ଦ୍ରକୁ ବନ୍ତ ଛକର ନରିପୁର ନିକଟସ୍ଥ ହୋଟେଲ ସିଟି ରେସିଡେନ୍‌ସିର ପ୍ରଥମ ମହଲାରେ ଖୋଲାଯାଇଛି। ମୟୂରଭଞ୍ଜ କେନ୍ଦ୍ରକୁ ବାରିପଦାର ଲାଲବଜାରର ୱାର୍ଡ ନଂ-୫ରେ ଥିବା ପ୍ରଶାନ୍ତି ବିଲ୍‌ଡିଂର ପ୍ରଥମ ମହଲାରେ ଖୋଲାଯାଇଛି।
କମ୍ପାନି ପକ୍ଷରୁ ଘୋଷଣା କରାଯାଇଛି ଯେ ୨୦୨୪ ନଭେମ୍ବର ୧୮ ତାରିଖରେ ଦକ୍ଷିଣ, ପୂର୍ବ ଓ ଉତରପୂର୍ବରେ ୧୯ଟି ନୂଆ ୟୁଟିଆଇ ଆର୍ଥିକ କେନ୍ଦ୍ର ଖୋଲାଯାଇଛି। ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ବଢ଼ାଇବା ଏବଂ ବି୩୦ ସହର ଓ ବାହାରେ ରହୁଥିବା ନିବେଶକମାନଙ୍କୁ ମ୍ୟୁଚୁଆଲ ଫଣ୍ଡ ନିବେଶ ଜରିଆରେ ଆର୍ଥିକ ବ୍ୟବସ୍ଥାର ମୁଖ୍ୟସ୍ରୋତରେ ସାମିଲ କରିବା ଲାଗି କମ୍ପାନି ଏହାର ଉପସ୍ଥିତିକୁ ଦେଶର କୋଣ ଅନୁକୋଣରେ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛି।
ୟୁଟିଆଇ ମ୍ୟୁଚୁଆଲ୍ ଫଣ୍ଡ୍‌ର ଏମ୍‌ଡି ଓ ସିଇଓ ଶ୍ରୀ ଇମ୍‌ତାଇୟାଜୁର ରେହମାନ୍ କହିଛନ୍ତି ଯେ, “ଆମର ସମୂର୍ଣ୍ଣ ସେବାକୁ ଗ୍ରାହକମାନଙ୍କ ନିକଟତର କରିବା ଲାଗି ଆମେ ଗୁରୁତ୍ୱପୂର୍ଣ୍ଣ ଭାବେ ନୂଆ ୟୁଟିଆଇ ଆର୍ଥିକ କେନ୍ଦ୍ର ସ୍ଥାପନ କରୁଛୁ। ଗତ କିଛି ବର୍ଷ ମଧ୍ୟରେ ବିଶେଷ କରି ବି୩୦ ସହରରେ ମ୍ୟୁଚୁଆଲ୍ ଫଣ୍ଡ୍ ନିବେଶରେ ବ୍ୟକ୍ତିଗତ ନିବେଶକଙ୍କ ଅଂଶଗ୍ରହଣରେ ବୃଦ୍ଧି ବେଶ ଉଲ୍ଲେଖନୀୟ ଓ ଉତ୍ସାହଜନକ ରହିଛି। ସଚେତନତା ବଢ଼ାଇବା ଓ ମ୍ୟୁଚୁଆଲ୍ ଫଣ୍ଡ ନିବେଶକୁ ସମସ୍ତଙ୍କ ଲାଗି ଉପଲବ୍ଧ କରିବା ଲାଗି ଆମର ରହିଥିବା ଦୀର୍ଘକାଳୀନ ଲକ୍ଷ୍ୟ ସହିତ ଏହି ସମ୍ପ୍ରସାରଣ ସମନ୍ୱିତ ରହିଛି।’
ୟୁଟିଆଇ ମ୍ୟୁଚୁଆଲ୍ ଫଣ୍ଡ୍ ଏହାର ଆର୍ଥିକ କେନ୍ଦ୍ର, ବିଜନେସ୍ ଡେଭେଲପ୍‌ମେଂଟ୍ ଆସୋସିଏଟ୍‌ସ, ମ୍ୟୁଚୁଆଲ୍ ଫଣ୍ଡ୍ ବିତରକ ଓ ବ୍ୟାଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ଭଳି ଏକ ବ୍ୟାପକ ବିତରଣ ନେଟ୍‌ୱର୍କ ଜରିଆରେ ନିବେଶକମାନଙ୍କ ପାଖରେ ପହଂଚିବାକୁ ପ୍ରତିବଦ୍ଧ ରହିଛି।


Share It

Comments are closed.