ପିଏମ୍ ସୂର୍ଯ୍ୟ ଘର ଯୋଜନା ଅଧୀନରେ ସବୁଜ ଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ଟିପିଡବ୍ଲ୍ୟୁଓଡିଏଲ୍ ପକ୍ଷରୁ ସଚେତନତା ଶିବିର ଆୟୋଜିତ
ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲ୍ୟୁଓଡିଏଲ୍) ଦ୍ୱାରା ସମ୍ବଲପୁର ସହର ସ୍ଥିତ ଜଗନ୍ନାଥ କଲୋନୀ ପାର୍କଠାରେ ପିଏମ୍ ସୂର୍ଯ୍ୟ ଘର ଯୋଜନା ଅଧୀନରେ ସବୁଜ ଶକ୍ତିକୁ ପ୍ରୋତ୍ସାହିତ କରିବା ଦିଗରେ ଟିପିଡବ୍ଲ୍ୟୁଓଡିଏଲ୍ ପକ୍ଷରୁ ଏକ ସୂଚନାପୂର୍ଣ୍ଣ ସଚେତନତା ଶିବିର ଆୟୋଜିତ ହୋଇଯାଇଅଛି । ଗତ ବୁଧବାର (13.11.2024) ଦିନ ଆୟୋଜିତ ହୋଇଥିବା ଏହି ଶିବିରରେ ସ୍ଥାନୀୟ ବାସିନ୍ଦା ଏବଂ ଟିପିଡବ୍ଲ୍ୟୁଓଡିଏଲର ବରିଷ୍ଠ ଅଧିକାରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।
ଏହି ସଚେତନତା ଶିବିରଟି ପିଏମ୍ ସୂର୍ଯ୍ୟ ଘର ଯୋଜନାକୁ ପ୍ରୋତ୍ସାହିତ କରିବା ସହ ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ସୁଲଭ ସବୁଜ ଶକ୍ତି ସମାଧାନ ପ୍ରଦାନ କରିବା ଦିଗରେ ଟିପିଡବ୍ଲ୍ୟୁଓଡିଏଲ୍ ପ୍ରତିବଦ୍ଧତାର ଏକ ଅଂଶବିଶେଷ । ଏହି ଶିବିରରେ ସୌର ଶକ୍ତିର ଲାଭ, ନବୀକରଣଯୋଗ୍ୟ ଶକ୍ତି ଉତ୍ସକୁ ସ୍ଥାନାନ୍ତରିତ ହେବାର ପରିବେଶଗତ ଲାଭ ଏବଂ ସୌର ପ୍ରଣାଳୀ କିପରି ପରିବାର ପାଇଁ ବିଦ୍ୟୁତ୍ ଖର୍ଚ୍ଚକୁ ଉଲ୍ଲେଖନୀୟ ଭାବରେ ହ୍ରାସ କରିପାରିବ, ସେ ବିଷୟରେ ମୂଲ୍ୟବାନ ଅନ୍ତର୍ଦୃଷ୍ଟି ପ୍ରଦାନ କରାଯାଇଥିଲା ।
ଉଲ୍ଲେଯୋଗ୍ୟ ଯେ, ଆୟୋଜିତ ଏହି ଶିବିରରେ ଟିପିଡବ୍ଲ୍ୟୁଓଡିଏଲ୍ ପ୍ରତିନିଧିମାନେ ପିଏମ୍ ସୂର୍ଯ୍ୟ ଘର ଯୋଜନାରେ ପଞ୍ଜୀକରଣର ବିସ୍ତୃତ ପ୍ରକ୍ରିୟା, ଯୋଗ୍ୟତା ମାନଦଣ୍ଡ, ସୋଲାର ପ୍ୟାନେଲ୍ ସ୍ଥାପନ, ରକ୍ଷଣାବେକ୍ଷଣ ଏବଂ ସୌରଶକ୍ତି ପ୍ରଣାଳୀର ପରିଚାଳନା ବିଷୟରେ ବର୍ଣ୍ଣନା କରିଥିଲେ, ଯାହା ଅଂଶଗ୍ରହଣକାରୀଙ୍କୁ ବୁଝିବାରେ ସାହାଯ୍ୟ କରିଥିଲା ଯେ, ସୌର ପ୍ୟାନେଲଗୁଡିକ କିପରି ସେମାନଙ୍କ ଦୈନନ୍ଦିନ ଜୀବନରେ ସର୍ବନିମ୍ନ ପ୍ରୟାସରେ ଏକୀକୃତ ହୋଇପାରିବ । ଏହି ଶିବିରରେ ବିଦ୍ୟୁତ୍ ଗ୍ରାହକ ଏବଂ ଟିପିଡବ୍ଲ୍ୟୁଓଡିଏଲ୍ ର ବିଶେଷଜ୍ଞମାନଙ୍କ ମଧ୍ୟରେ ପ୍ରଶ୍ନ-ଉତ୍ତର ଅଧିବେଶନ ମଧ୍ୟ ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ ନିଜର ଖୁସି ବ୍ୟକ୍ତ କରିବା ସହିତ ଟିପିଡବ୍ଲ୍ୟୁଓଡିଏଲ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମା କହିଛନ୍ତି ଯେ, ଆମେ ଆମ ସମ୍ପ୍ରଦାୟକୁ ବ୍ୟବହାରିକ, ସ୍ଥାୟୀ ସମାଧାନ ପ୍ରଦାନ କରି ଭାରତର ଅକ୍ଷୟ ଶକ୍ତି ପରିବର୍ତ୍ତନକୁ ସମର୍ଥନ କରିବାକୁ ପ୍ରତିଶ୍ରୁତିବଦ୍ଧ । ପିଏମ-ସୂର୍ଯଘର ଯୋଜନା ଅଧୀନରେ ଏହି ପଦକ୍ଷେପ ସବୁଜ ଶକ୍ତିକୁ ସମସ୍ତଙ୍କ ପାଇଁ ଅଧିକ ସୁଲଭ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏଭଳି ସଚେତନତା ଶିବିର ଜରିଆରେ, ଆମେ ଆମର ଗ୍ରାହକମାନଙ୍କୁ ସବୁଜ ଶକ୍ତିକୁ ଗ୍ରହଣ କରିବା ଦିଗରେ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛୁ ।
ଏହି ଶିବିରର ବିପୁଳ ସଫଳତା ସହିତ, ଟିପିଡବ୍ଲ୍ୟୁଓଡିଏଲ୍ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସମାନ ସଚେତନତା କାର୍ଯକ୍ରମ ଜାରି ରଖିବାକୁ ଯୋଜନା କରିଛି, ଯାହାର ଉଦ୍ଦେଶ୍ୟ ସବୁଜ, ନବୀକରଣଯୋଗ୍ୟ ଶକ୍ତି ସମାଧାନ ଗ୍ରହଣ କରିବାକୁ ଶିକ୍ଷିତ ଏବଂ ଉତ୍ସାହିତ କରିବା ହେବ ।
Comments are closed.