ଜାଣନ୍ତି କି ଘାସ ଉପରେ ଚାଲିବା ଦ୍ୱାରା କଣ ମିଳିଥାଏ ସୁଫଳ . . . .
ବ୍ୟସ୍ତ ବହୁଳ ଜୀବନରେ ଲୋକମାନେ ଜୋତା ଚପଲ ପିନ୍ଧିବା ସହିତ ଖାଲି ପାଦରେ ଚାଲିବାକୁ ସମୟ ମିଳିନଥାଏ । କିନ୍ତୁ ଖାଲିପାଦରେ ଚାଲିବା ତଥା ଖାଲି ପାଦରେ ଘାସରେ ଚାଲିବାର ଉପକାରିତା ସମ୍ପର୍କରେ ଆୟୁର୍ବେଦରେ ମଧ୍ୟ ଉଲ୍ଲେଖ ରହିଛି । ପୂର୍ବ କାଳରେ ଲୋକେ ଘାସ ଏବଂ ଖାଲି ପାଦରେ ଚାଲୁଥିବାରୁ ବହୁ ପ୍ରକାରର ରୋଗରୁ ମୁକ୍ତି ପାଇପାରୁଥଲେ । ତେଣୁ ଆସନ୍ତୁ ଜାଣିବା ଘାସରେ ଚାଲିବା ଦ୍ୱାରା ସ୍ୱାସ୍ଥ୍ୟରେ କଣ ମିଳିଥାଏ ସୁଫଳ –
୧. ଘାସରେ ଚିଲବା ଦ୍ୱାରା ଚିନ୍ତା ଦୂର ହୋଇଥାଏ ଏବଂ ମାନସିକ ଶାନ୍ତି ମିିଳିଥାଏ ।
୨. ଉଧୁମେହ ରୋଗୀମାନେ ପ୍ରତିଦିନ ଘାସରେ ଖାଲିପାଦରେ ଚାଲିବା ଦ୍ୱାରା ରକ୍ତ ଶର୍କରାରେ ନିୟନ୍ତ୍ରଣ ହୋଇଥାଏ ।
୩. ଘାସ ପାଦରେ ଆକ୍ୟୁପ୍ରେସର ସୃଷ୍ଟି କରୁଥିବାରୁ ଏହା ଛିଙ୍କ ଏବଂ ଆଲର୍ଜି ପରି ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ ।
୪. ଘାସରେ ପ୍ରତିଦିନ ଚାଲିବା ଦ୍ୱାରା ଦୃଷ୍ଟି ଶକ୍ତି ବୃଦ୍ଧି ହୋଇଥାଏ ।
୫. ପ୍ରଦୂଷିତ ବାୟୁରୁ ହେଉଥିବା ଚର୍ମ ସଂକ୍ରମଣରୁ ଏହା ମୁକ୍ତି ପ୍ରଦାନ କରିଥାଏ । ତେଣୁ ଘାସରେ ପ୍ରତିଦିନ ଆପଣ ୩୦ମିନିଟ ଲେଖାଁଏ ଚାଲନ୍ତୁ ।
୬. ଉଚ୍ଚ ରକ୍ତ ଚାପ ରୋଗୀଙ୍କ ପାଇଁ ଘାସରେ ଚାଲିବା ଦ୍ୱାରା ଖୁବ ଲାଭଦାୟକ ହୋଇଥାଏ । ଏହା ରକ୍ତ ଚାପରେ ନିୟନ୍ତ୍ରଣ ହୋଇଥାଏ ।
Comments are closed.