ଘରେ ଲଗାନ୍ତୁ ଏପରି ଏକ ବୃକ୍ଷ ଯାହା ଆଣିଥାଏ ସୁଖ ସମୃଦ୍ଧି ଏବଂ ସମସ୍ତ ପ୍ରକାରର ମନୋସ୍କାମନା ପୂର୍ଣ୍ଣ କରିଥାଏ –

Share It

ବାସ୍ତୁ ଶାସ୍ତ୍ରରେ ଘରେ ଆପଣ କଣ ରଖିବେ କେଉଁ ଦିଗରେ ରଖିବେ ତାହାର ବର୍ଣ୍ଣନା ସହିତ ଘରେ କେଉଁ ବୃକ୍ଷ ଲଗାଇବେ ଏବଂ କେଉଁ ବୃକ୍ଷ ନଲଗାଇବେ ତାହା ସମ୍ବନ୍ଧରେ ମଧ୍ୟ ରହିଛି । ସେଥମଧ୍ୟରୁ ଏକ ବୃକ୍ଷ ହେଉଛି ଅପରାଜିତା ଗଛ । ଖାସ କରି ନୀଳ ଅପରାଜିତା ଦେଖିବାକୁ ଖୁବ ସୁନ୍ଦର ହେବା ସହିତ ଏହା ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ ପ୍ରିୟ ଫୁଲ ଅଟେ । ଏହି ଗଛ ଲଗାଇବା ଦ୍ୱାରା ଆମ୍ଭମାନଙ୍କ ଜୀବନରେ ଅଭୁତ୍ତପୂର୍ବ ପରିବର୍ତ୍ତନ ଆସିଥାଏ । ବାସ୍ତୁ ଶାସ୍ତ୍ରରେ ମଧ୍ୟ ଏହି ଗଛକୁ ଧନର ଗଛ ବୋଲି କୁହାଯାଇଛି । ଏହା ଲଗାଇବା ଦ୍ୱାରା ଘରେ ଧନ ଆସିବା ସହିତ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ । ଆସନ୍ତୁ ଜାଣିବା ଏହି ବୃକ୍ଷ ଦ୍ୱାରା କଣ କଣ ପ୍ରଭାବ ପଡିଥାଏ ଆପଣଙ୍କ ଜୀବନରେ  . . .

୧.   ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହି ନୀଳ ଅପରାଜିତା ଗଛ ଘରେ ନକରାତ୍ମକ ପ୍ରଭାବକୁ କମ କରି ସକରାତ୍ମକ ପ୍ରଭାବ ବୃଦ୍ଧି କରିଥାଏ ।

୨.   ଏହା ମା ଲକ୍ଷ୍ମୀଙ୍କର ଅତିପ୍ରିୟ ଫୁଲ ହୋଇଥିବାରୁ ଏହି ଗଛରେ ମା ଲକ୍ଷ୍ମୀ ବାସ କରନ୍ତି । ଏହଗି ଗଛକୁ ଘରେ ଲଗାଇବା ଦ୍ୱାରା ଘରେ ଧନର ବର୍ଷା ହୋଇଥାଏ ।

୩.   ଗଛଟିର ନାମ ଅପରାଜିତା ହୋଇଥିବାରୁ ଏହି ଗଛ ଥିବା ଘରେ କୌଣସି  ବ୍ୟକ୍ତି କୌଣସି କ୍ଷେତ୍ରରେ ପରାଜିତ ହୋଇନଥାନ୍ତି ।

୪.       ଏହା ମଧ୍ୟ ଭଗବାନ ବିଷ୍ଣୁଙ୍କ ପ୍ରିୟ ଫୁଲ ହୋଇଥିବାରୁ ଏହା ଘରେ ସୌନ୍ଦର୍ଯ୍ୟ ଏବଂ ସୌଭାଗ୍ୟର ବୃଦ୍ଧି କରିଥାଏ ।

୫.   ନୀଳ ଅପରାଜିତା ଫୁଲ ମଧ୍ୟ ଘରେ ଲଗାଇବା ଦ୍ୱାରା ଶନି ଦୋଷ ଦୂର ହୋଇଥାଏ । ଆପଣ ପ୍ରତି ଶନିବାର ସେହି ଫୁଲକୁ ଶନି ଦେବତାଙ୍କୁ ଦେଇ ପ୍ରସନ୍ନ କରିପାରିବେ ।

୬.   ବାସ୍ତୁ ଅନୁଯାୟୀ ସର୍ବଦା ଘରର ଉତ୍ତର ଦିଗରେ ଅପରାଜିତା ବୃକ୍ଷ ଲଗାଇବା ଉଚିତ ।


Share It

Comments are closed.