ଜାଣନ୍ତୁ ସଲମାନ ଖାନଙ୍କର ଫିଟ ରହିବାର ରହସ୍ୟ ସମ୍ପର୍କରେ, କଣ ଖାଆନ୍ତି ନିଜର ନିତିଦିଆ ଡାଏଟରେ
ସଲମାନ ଖାନ ୫୦ ବର୍ଷ ବୟସରେ ମଧ୍ୟ ନିଜକୁ ଫିଟ ଏବଂ ଫାଇନ ରଖିଛନ୍ତି । ତାଙ୍କ ପ୍ରଶଂସକମାନେ ତାଙ୍କୁ ସର୍ବଦା ସୁସ୍ଥ ଏବଂ ଦୀର୍ଘାୟୁ ରୁହନ୍ତୁ ବୋଲି ଚାହିଁଥାନ୍ତି । ଆସନ୍ତୁ ଜାଣିବା ନିଜକୁ ଫିଟ ରଖିବା ପାଇଁ କେଉଁ ଖାଦ୍ୟ ଖାଆନ୍ତି ସଲମାନ ଏବଂ କେଉଁ କେଉଁ ବ୍ୟାୟାମ କରିଥାନ୍ତି ।
ସଲମାନଙ୍କୁ ତାଙ୍କୁ ପ୍ରଶଂସକ ମୁମ୍ବାଇର ରାସ୍ତାରେ ସାଇକେଲ ଚଲାଇବାର ଦେଖିଥିବେ । ସେ ସାଇକଲିଂ କରିବାକୁ ଖୁବ ପସନ୍ଦ କରିଥାନ୍ତି । ସେ ଜିମ କରନ୍ତି ଏବଂ ନିଜକୁ ଫିଟ ରଖିବା ପାଇଁ କାର୍ଡିଓ କରିଥାନ୍ତି । ସେ ଜିମକୁ ଯିବା ପୂର୍ବରୁ ଦୁଇଟି ଅଣ୍ଡାର ଧଳା ଅଂଶ ସହିତ ପ୍ରୋଟିନ ସେକ ପିଇଥାନ୍ତି ଏବଂ ଜିମରୁ ଆସିବା ପରେ କିଛି ପ୍ରୋଟିନ ବାର, ଓଟ୍ସ, ଆଲମଣ୍ଡ ଏବଂ ତିନୋଟି ଅଣ୍ଡାର କେବଳ ଧଳା ଅଂଶ ଖାଇଥାନ୍ତି । ଏହା ବ୍ୟତୀତ ସଲମାନ ଜଣେ ଫୁଡି ମଧ୍ୟ । ସେ ଖାଦ୍ୟ ଖାଇବାକୁ ଖୁବ ପସନ୍ଦ କରିଥାନ୍ତି । ସେ ନିଜେ କହିଛନ୍ତି ଯେ ତାଙ୍କୁ ତାଙ୍କ ମା ଙ୍କ ହାତ ତିଆରି ଖାଦ୍ୟ ଖୁବ ଭଲ ଲାଗେ, ସ୍ୱତନ୍ତ୍ରଭାବେ ତାଙ୍କ ମା ଙ୍କ ହାତର ବିରିୟାନି ତାଙ୍କର ଖୁବ ପ୍ରିୟ ଖାଦ୍ୟ । ସେ ବିରିୟାନି, ଭାତ, ରଜମା , ରୁଟି, ଡାଲି, ମଟନ ସହିତ ଆମ୍ବର ଆଚାର ଇତ୍ୟାଦି ନିୟମିତ ଖାଇଥାନ୍ତି । ତାଙ୍କୁ ଚିକେନ ମଧ୍ୟ ଖୁବ ପସନ୍ଦ । ସେ ପ୍ରୋସେସଡ ଏବଂ ମିଠା ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ନାହିଁ ଏବଂ ପ୍ୟାକେଟେଡ ଖାଦ୍ୟ ଖାଆନ୍ତି ନାହିଁ ଘରେ ପ୍ରସ୍ତୁତ ହେଉଥିବା ତାଜା ଖାଦ୍ୟ ଖାଇଥାନ୍ତି । ସେ ଇଦ ପର୍ବରେ ନିଜ ପରିବାର ସହିତ ପାଳନ କରିଥାନ୍ତି ଏବଂ ବିରିୟାନି, କବାବ, ସିର କୁରମା ଏବଂ ଖିରି ଖାଇବାକୁ ପସନ୍ଦ କରିଥାନ୍ତି ।
ସେ ନିଜର ବ୍ରେକଫାଷ୍ଟରେ ଚାରୋଟି ଅଣ୍ଡାର ଧଳା ଅଂଶର ଆମଲେଟ ଖାଇବା ସହିତ ଲୋ-ଫ୍ୟାଟର ଖିର ପିଇଥାନ୍ତି । ସେ ଲଞ୍ଚରେ ମଟନ, ମାଛ ଭଜା, ସାଲାଡ ଏବଂ କିଛି ଫଳ ନିମୟିତଭାବେ ଖାଇଥାନ୍ତି । ରାତିରେ ସେ ସାଧାରଣତଃ ଚିକେନ, ସବୁଜ ପନିପରିବା, ସୁପ ଖାଇଥାନ୍ତି ।
Comments are closed.