ମାନସିକ ଚାପରୁ ମୁକ୍ତି କିମ୍ବା ଏକାଗ୍ରତା ବୃଦ୍ଧି କରିବା ପାଇଁ ନିୟମିତ କରନ୍ତୁ ଏହି ୫ଟି ଯୋଗ ଆସନ
ଯୋଗ ଆପଣଙ୍କ ସ୍ୱାସ୍ଥ୍ୟକୁ ସଠିକ କରିନଥାଏ ବରଂ ମାନସିକ ସ୍ତରରେ ମଧ୍ୟ ଆପଣଙ୍କୁ ମଜବୁତ କରିଥାଏ । ଆପଣଙ୍କ ବ୍ରେନର କାର୍ଯ୍ୟକଳାପକୁ ବୃଦ୍ଧି କରିବା ସହିତ ଅଧିକ କେନ୍ଦ୍ରିତ କରାଇଥାଏ । ରିସର୍ଚ୍ଚ ଅନୁଯାୟୀ ପ୍ରତିଦିନ ଯୋଗ କରୁଥିବା ବ୍ୟକ୍ତିଙ୍କ ମନ ଏବଂ ବ୍ରେନ ଅଧିକ ସାର୍ପ ହୋଇଥାଏ । ଏପରି ଯୋଗ ଆସନ ରହିଛି ଯାହା ଆପଣଙ୍କୁ ନିଜର ବ୍ରେନର କାର୍ଯ୍ୟକଳାପକୁ ବୃଦ୍ଧି କରିବା ତଥା ସର୍ଣ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିବ । ଏହା କରିବା ଦ୍ୱାରା ଆପଣ ଧିରେ ଧିରେ ବୟସ ଜନିତ ସ୍ମର୍ଣ ଶକ୍ତିରେ ଦେଖାଯାଉଥିବା ସମସ୍ୟାକୁ ଦୂର କରିପାରିବେ ।
୧. ପଦ୍ମାସନ – ପଦ୍ମାସନ ଏକ ମେଡିଟେସନ ଯାହା କରିବାଦ୍ୱାରା ମାନସିକ ଶାନ୍ତି ମିଳିଥାଏ । ଏବଂ ଆପଣଙ୍କୁ କିଛି ସମୟ ପାଇଁ ନିତିଦିନିଆ ଚିନ୍ତା ଏବଂ ବାଧାରୁ ମୁକ୍ତି ପ୍ରଦାନ କରିଥାଏ । ଏହା ଆପଣଙ୍କୁ ନିଜର ଭାବନା ପ୍ରତି ଧ୍ୟାନ କେନ୍ଦ୍ରିତ କରିବାରେ ସହଯୋଗ କରିଥାଏ ।
୨. ସର୍ବାଙ୍ଗ ଆସନ – ଏହି ଆସନରେ ଶରୀରର ସମସ୍ତ ଅଙ୍ଗର ବ୍ୟାୟାମ ହୋଇଥାଏ । ଏହି ଆସନରେ ଗୋଡ ଉପରକୁ ଏବଂ ମୁଣ୍ଡ ତଳକୁ ରହୁଥିବାରୁ ଏହା ମଥାକୁ ରକ୍ତ ସଂଚାଳନ ଭଲ କରିଥାଏ ଏବଂ ବ୍ରେନର କାର୍ଯ୍ୟକଳାପରେ ତୀବ୍ରତା ଦେଖାଯାଇଥାଏ ।
୩. ପଶ୍ଚିମତାନାସନ – ଏହା ଏକ ଆସନ ଯାହା ମସ୍ତିଷ୍କକୁ ରକ୍ତ ସଂଳନରେ ସାହାଯ୍ୟ କରିଥାଏ ଏବଂ ସ୍ପାଇନରେ ରକ୍ତ ସଂଚାଳନ କରିଥାଏ । ପଶ୍ଚିମତାନାସନ ଆପଣଙ୍କ ମୁଣ୍ଡ ବିନ୍ଧା ସମସ୍ୟାକୁ ଦୂର କରିବା ସହିତ ସ୍ମରଣ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।
୪. ହଳାସନ – ହଳାସନ ଶରୀରରେ ରକ୍ତର ସଂଚାଳନକୁ ବୃଦ୍ଧି କରିଥାଏ ଏବଂ ମସ୍ତିଷ୍କରେ ରକ୍ଚ ପ୍ରବାହ ତୀବ୍ର କରିଥାଏ । ଆପଣଙ୍କ ମାନସିକ ଚାପକୁ କମ କରିଥାଏ ଏବଂ ମନକୁ ଶାନ୍ତ କରିଥାଏ । ଏହା ବ୍ରେନ ପାୱାରକୁ ବୃଦ୍ଧି କରିବା ସହିତ ସ୍ମରଣ ଶକ୍ତି ବୃଦ୍ଧି କରିଥାଏ ।
୫. ସେତୁ ବନ୍ଧ ଆସନ – ଏହା ଏକାଗ୍ରତା ବୃଦ୍ଧି କରିବା ସହିତ ବ୍ରେନକୁ ଶାନ୍ତ କରିଥାଏ । ଏହି ଆସନ ଦ୍ୱାରା ମସ୍ତିଷ୍କରେ ରକ୍ତ ସଂଚାଳନ ହୋଇଥାଏ ଏବଂ ମାନସିକ ଚାପ ଦୂର ହୋଇଥାଏ ।
Comments are closed.