ଜାଣନ୍ତୁ ଏପରି କିଛି ଖାଦ୍ୟ ଯାହା ଆପଣଙ୍କୁ କରିଥାଏ ବୟସ ତୁଳନାରେ ଅଧିକ ବୃଦ୍ଧ

Share It

ସମସ୍ତଙ୍କୁ ସୁନ୍ଦର କୋମଳ ତ୍ୱଚା ଭଲ ଲାଗିଥାଏ । ସୁନ୍ଦର କୋମଳ ତ୍ୱଚା ଏବଂ ଆଣ୍ଟି-ଏଜିଂ ସ୍କିନ ପାଇଁ ସମସ୍ତେ ଚିନ୍ତିତ ଥାନ୍ତି କିନ୍ତୁ ଏହା ବ୍ୟାୟାମ ଏବଂ ଖାଦ୍ୟପେୟ ଦ୍ୱାରା ନିୟନ୍ତ୍ରଣ କରିହେବ । ଏଜିଂକୁ ସମ୍ପୂର୍ଣ୍ଣଭାବେ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ କିନ୍ତୁ ଏହାକୁ କିଛି ମାତ୍ରାରେ ନିୟନ୍ତ୍ରଣ କରିହେବ । ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଖାଇଲେ ଖୁବ ଶୀଘ୍ର ଏଜିଂ ହୋଇଥାଏ ଏବଂ ଆପଣ କେଉଁ ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖିବେ . . . . . . .
୧. ଆଲକୋହଲ – ଆଲକୋହଲ ଶରୀରରେ ଟକ୍ସିନର ମାତ୍ରାକୁ ବୃଦ୍ଧି କରୁଥିବାରୁ ଖୁବ ଶୀଘ୍ର ଏଜିଂ ଦେଖାଯାଇଥାଏ । ଏହା ମୁହଁରେ ଦାଗ ଏବଂ ରିଙ୍କଲର ଚିହ୍ନକୁ ବୃଦ୍ଧି କରିଥାଏ ।
୨. ଅଧିକ ଲୁଣ ଯୁକ୍ତ ଖାଦ୍ୟ – ବଜାରରେ ଉପଲବ୍ଧ ସମସ୍ତ ପ୍ୟାକେଟର ଚିପ୍ସ ଇତ୍ୟାଦିରେ ଅଧିକ ପରିମାଣର ଲୁଣ ରହିଥାଏ । ଯାହା ତ୍ୱଚାକୁ ଖୁବ ଶୀଘ୍ର ଖରାପ ହୋଇଥାଏ ଏବଂ ରିଙ୍କଲ ଦେଖାଯାଇଥାଏ । ଅଧିକ ସୋଡିୟମ ଯୁକ୍ତ ଖାଦ୍ୟ ମଧ୍ୟ ଏଜିଂର ମୁଖ୍ୟ କାରଣ ହୋଇଥାଏ ।
୩. ମଟନ – ମଟନ ଖୁବ ଗରିଷ୍ଠ ଖାଦ୍ୟ । ଏହା ବିଭିନ୍ନ ରୋଗକୁ ବଢାଇବା ସହିତ ତ୍ୱଚାରେ ଏଜିଂର ସାଇନକୁ ବୃଦ୍ଧି କରିଥାଏ ।
୪. ମସଲା ଯୁକ୍ତ ଖାଦ୍ୟ – ମସଲା ଯୁକ୍ତ ଖାଦ୍ୟ ଶରୀର ପାଇଁ କ୍ଷତି କାରକ ହେବା ସହିତ ଏଜିଂର କାରଣ ହେଇପାରେ ।
୫. ଗ୍ଲୁଟେନ ଯୁକ୍ତ ଖାଦ୍ୟ – ଗହମ ଏବଂ ବିଭିନ୍ନ ଡାଲି ଜାତୀୟ ଉତ୍ପାଦରେ ଉପଲବ୍ଧ ହେଉଥିବା ଗ୍ଲୁଟେନ ଶରୀର ପାଇଁ ଖୁବ ଉପକାରୀ । କିନ୍ତୁ ଏହାର ଅତ୍ୟଧିକ ପରିମାଣର ବ୍ୟବହାର ତ୍ୱଚାରେ ଏଜିଂର ସାଇନ ଦେଖାଯାଇଥାଏ ।
୬. ଶରୀରରେ ଜଳୀୟ ଅଂଶର ଅଭାବ – ଡିହାଇଡ୍ରେଟ ଶରୀର ଏଜିଂର ମୁଖ୍ୟ କାରଣ ଅଟେ । କମ ପରିମାଣର ଜଳ ଶରୀରକୁ ଭିତରୁ ଶୁଷ୍କ କରିଦିଏ ତେଣୁ ରିଙ୍କଲ କଳା ଦାଗ ପରି ସମସ୍ୟା ଦେଖାଯାଇଥାଏ ।
୭. ଫାଷ୍ଟ ଫୁଡ – ଖୁବ ଶୀଘ୍ର ତିଆରି ହେଉଥିବାରୁ ଏହି ଖାଦ୍ୟକୁ ଫାଷ୍ଟ କୁହାଯାଇଥାଏ । ।ସାଧାରଣତଃ ବାହାରେ ପ୍ରସ୍ତୁତ ହେଉଥିବା ଫାଷ୍ଟଫୁଡ ଖାଇବା ପାଇଁ ସ୍ୱାଦିଷ୍ଟ ହୋଇଥିଲେ ମଧ୍ୟ ଦେହ ପାଇଁ ଖୁବ କ୍ଷତିକାରକ । ଏଥିରେ ସୋଡିୟମର ପରିମାଣର ଅଧିକ ଥାଏ ଏବଂ ତେଲର ପରିମାଣ ଅଧିକ ଥାଏ । ତେଣୁ ଏହା ଏଜିଂର କାରଣ ହୋଇପାରେ ।


Share It

Comments are closed.