ରାତିରେ କାହିଁକି ଖାଇବେ ନାହିଁ କାକୁଡି ଆସନ୍ତୁ ଜାଣିବା ଏହାର କାରଣ

Share It

ଖରାଦିନେ ଦିନ ସମୟରେ ଗରମ ଜଳିୟବାଷ୍ପ ହେଉଥିବା ବେଳେ କାକୁଡି ଶରୀରକୁ ଥଣ୍ଡା ପ୍ରଦାନ କରିଥାଏ । ଏହା ଭିଟାମିନ ସି,କେ, ବି , ପୋଟାସିୟମ ଏବଂ କପରର ଉତ୍ତମ ସ୍ରୋତ ଅଟେ । ଏହା ଆପଣଙ୍କ ଶରୀରକୁ କେବଳ ଥଣ୍ଡା ରଖିନଥାଏ ବରଂ ଆପଣଙ୍କୁ ବିଭିନ୍ନ ପ୍ରକାରର ରୋଗରୁ ମୁକ୍ତି ପ୍ରଦାନ କରିଥାଏ । ଖରାଦିନେ ଅଂଶୁଘାତ ଜନିତ ସମସ୍ୟାରୁ ମୁକ୍ତି ପ୍ରଦାନ କରିବାରେ କାକୁଡି ଅନ୍ୟତମ ଅଟେ । କିନ୍ତୁ ଦିନରେ ଏହା ଏକ ଉତ୍ତମ ଖାଦ୍ୟ ହୋଇଥିବା ବେଳେ ରାତିରେ ଏହା ଖୁବ କ୍ଷତିକାରକ ହୋଇପାରେ । ତେଣୁ ରାତିରେ କାକୁଡି ଖାଇବା ଉଚିତ ନୁହେଁ । ରାତିରେ ଏହା ଦ୍ୱାରା ବିଭିନ୍ନ ପେଟ ସଂକ୍ରମଣ ସହିତ ବିଭିନ୍ନ ପାଶ୍ୱର୍ପ୍ରତିକ୍ରିୟା ମଧ୍ୟ ହୋଇଥାଏ । ଆସନ୍ତୁ ଜାଣିବା ରାତିରେ କାକୁଡି କଣ କରିପାରେ ଆପଣଙ୍କର କ୍ଷତି . . . . . .
୧. ଗ୍ୟାସ ସୃଷ୍ଟି କରିପାରେ – କାକୁଡି ହଜମ କ୍ରିୟାରେ ସାହାଯ୍ୟ କରୁଥିବା ବେଳେ ଏହା ରାତିରେ ଗ୍ୟାସ ସମସ୍ୟା ସୃଷ୍ଟି କରିଥାଏ । ରାତିରେ କାକୁଡି ଆପଣ ଖାଉଥିବା ଅନ୍ୟ ସମସ୍ତ ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ କିନ୍ତୁ ନିଜେ ହଜମ ହୋଇନଥାଏ ତେଣୁ ବହୁ ଲୋକଙ୍କ କ୍ଷେତ୍ରରେ ତାହା କେଷ୍ଠକାଠିନ୍ୟର ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ ।
୨. ଅଧିକମାତ୍ରାରେ ଜଳୀୟ ଅଂଶର ନିର୍ଗତ – ରାତିରେ କାକୁଡି ଶରୀରରେ ଜଳୀୟ ଅଂଶ ନିର୍ଗତ କରିଥାଏ । ତେଣୁ ଏହା ଶରୀରର ଇଲେକଟ୍ରୋଲାଇଟକୁ ଅସନ୍ତୁଳିତ କରିଥାଏ । ତେଣୁ ଏହା ରାତିରେ ନଖାଇବା ଖୁବ ଭଲ । ଯଦି ଆପଣ ରାତିରେ କାକୁଡି ଖାଉଛନ୍ତି ତେବେ ରାତି ଶୋଇବାର ୨ରୁ ୩ଘଣ୍ଟା ପୂର୍ବରୁ ଖାଇନିଅନ୍ତୁ ।
୩. ସାଇନସର ସମସ୍ୟା ବଢିଥାଏ – ସାଇନସର ସମସ୍ୟା ଥିବା ଲୋକମାନେ କାକୁଡି ଖାଇବା ଉଚିତ ନୁହେଁ । ଏହା ଦ୍ୱାରା ନାକ ଏବଂ ଗଳାରେ ସଂକ୍ରମଣ ହେବାର ସମ୍ଭାବନା ଥାଏ ।


Share It

Comments are closed.