ଲିଭରକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ସମସ୍ତ ଉପାୟ

Share It

ଲିଭର ଆମ୍ଭମାନଙ୍କ ଶରୀରର ଏକ ଡିଟକ୍ସିଫାଏ କରୁଥିବା ଅଙ୍ଗ ଅଟେ । ଏହା ଶରୀରର ସମସ୍ତ ପ୍ରକାରର ଟକ୍ସିନ ଉପାଦାନକୁ ୱେଷ୍ଟ ଉପଦାନରେ ପରିଣତ କରିଥାଏ । ଲିଭର ଆଇରନର ଏକ ଷ୍ଟୋର ହାଉସ ଅଟେ । ତେଣୁ ଆପଣଙ୍କ ଶରୀରରେ ରକ୍ତର ଅଭାବ ଥିଲେ ସେଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଆପଣଙ୍କ ଲିଭର ସଠିକ ଭାବେ କାର୍ଯ୍ୟ କରୁଛି କି ନାହିଁ ଆପଣ କିଛି ସାଇନରୁ ଜାଣିପାରିବେ । ଆପଣଙ୍କ ଲିଭର ଅସୁସ୍ଥ ଥିଲେ ଆପଣଙ୍କ ଗୋଡ ଏବଂ ହାତ ଫୁଲିବା, ସ୍କିନରେ ଆଲର୍ଜି, ଖାଦ୍ୟ ଗ୍ରହଣ କରିବାରେ ଅନିଚ୍ଛା ଇତ୍ୟାଦି ଦେଖାଯାଇଥାଏ । ଅତ୍ୟଧିକ ମାତ୍ରାରେ ଆମିଷ ଖାଦ୍ୟ, ପିର୍ଜଭେଟିଭ ଫୁଡ, ମିଠା ଖାଦ୍ୟ ଏବଂ ପ୍ୟାକେଜଡ ଫୁଡ ଲିଭରକୁ ଧିରେ ଧିରେ ନଷ୍ଟ କରିଥାଏ । ତେଣୁ ଲିଭରର କାର୍ଯ୍ୟକୁ ସଠିକ କରିବାକୁ ହେଲେ ମଝିରେ ମଝିରେ ଲିଭରର କାର୍ଯ୍ୟକୁ ସଠିକ କରିବା ପାଇଁ ନିଜ ଖାଦ୍ୟ ପେୟ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଆସନ୍ତୁ ଜାଣିବା ଲିଭରର କାର୍ଯ୍ୟକୁ ସଠିକ କରିବା ପାଇଁ କେଉଁ ଖାଦ୍ୟ ଖାଇବେ . . . . . .
୧. ଆଖୁ ରସ – ଆଖୁ ରସ ଏକ ଡିଟକ୍ସିଫାଏ ଡ୍ରିଙ୍କ ଯାହା ଲିଭରର କାର୍ଯ୍ୟକୁ ବଢାଇଥାଏ । ଆପଣ ଖିଲା ପେଟରେ ପ୍ରତିଦିନ ଗୋଟିଏ ଗ୍ଲାସ ଆଖୁ ରସ ପିଅନ୍ତୁ ଏବଂ ଆପଣ ଦ୍ୱିପହରର ଖାଦ୍ୟ ଖାଇବାର ୨ରୁ ୩ଘଣ୍ଟା ପରେ ମଧ୍ୟ ପିଇପାରିବେ । ଏହାକୁ ସନ୍ଧ୍ୟା ପରେ ପିଅନ୍ତୁ ନାହିଁ । ଆପଣ ଗୋଟିଏ ସ୍ପାହ ପରେ ଏହାର ଭିନ୍ନତା ଶରୀରରେ ଦେଖିପାରିବେ ।
୨. ବିଟରୁଟ ଜୁସ – ବିଟରୁଟ ଜୁସ ଲିଭର ପାଇଁ ଖୁବ ଭଲ । ଏହାର ଇନଫ୍ଲାମେଟାରୀ ଏବଂ ଆଣ୍ଟି-ବ୍ୟକ୍ଟେରିଆଲ ଗୁଣ ଲିଭରର ସମସ୍ତ ଟକ୍ସିନକୁ ବାହାର କରିଥାଏ ।
୩. ଅଲିଭ ଅଏଲ – ଆପଣଙ୍କ ଲିଭରର ସମସ୍ୟା ଥିଲେ ଆପଣ ଅଲିଭ ଅଏଲ ନିୟମିତଭାବେ ଖାଇପାରିବେ । ଏହା ଲିଭରରେ କୌଣସି ପ୍ରକାରର କ୍ଷତି ପହଞ୍ଚାଇନଥାଏ । ଏହା ଲିଭରର କାର୍ଯ୍ୟକୁ ବୃଦ୍ଧି କରିଥାଏ ।
୪. ଅଙ୍ଗୁର ରସ – ଲିଭରରୁ ଟକ୍ସିନ ଦୂର କରିବା ପାଇଁ ଅଙ୍ଗୁର ରସ ଖୁବ ଉପଯୋଗୀ । ଆଲକୋହଲର ଖରାପ ପ୍ରଭାବ ଲିଭର ଉପରେ ଥିବା ବେଳେ ଫ୍ରେସ ଅଙ୍ଗୁର ଜୁସ ପିଅନ୍ତୁ । ଏହା ଲିଭର ପାଇଁ ଖୁବ ଭଲ ।
୫. କଫି – ଲିଭରର କାର୍ଯ୍ୟକୁ ସଠିକ କରିବା ପାଇଁ କଫି ଏକ ଶ୍ରେଷ୍ଠ ପାନୀୟ ଅଟେ । ଆପଣ ଦୁଗ୍ଧରେ ପ୍ରସ୍ତୁତ କଫି ବଦଳରେ ବ୍ଲାକ କଫି ପିଇପାରିବେ ଯାହା ଲିଭର ପାଇଁ ଖୁବ ଭଲ । ଏହା ଲିଭର କ୍ୟାନସରକୁ ଠିକ କରିବା ସହିତ ଲିଭରକୁ ଫ୍ୟାଟି ଲିଭର ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ ।


Share It

Comments are closed.