କିପରି କରିବେ ଆପଣଙ୍କ ନଖର ସଂକ୍ରମଣର ଉପଚାର

Share It

ପ୍ରତ୍ୟେକ ନଖରେ ସଂକ୍ରମଣ ହୋଇଥାଏ ଏବଂ ଏହି ସଂକ୍ରମଣକୁ ରୋକିବା ଖୁବ ଆବଶ୍ୟକ । ସଂକ୍ରମଣ ଦ୍ୱାରା ଖୁବ ଶୀଘ୍ର ନଖ ଖରାପ ହୋଇଥାଏ ଏବଂ ନଖ ହଳଦିଆ କିମ୍ବା ବ୍ରାଉନ ହୋଇଥାଏ । ଜାଣନ୍ତୁ ଆପଣ କିପରି କରିବେ ନଖର ସଂକ୍ରମଣର ଉପଚାର . . . . . .
୧. ଭିକ୍ସ ପାଭୋ ରବ – ନଖର ସଂକ୍ରମଣ ଠିକ କରିବା ପାଇଁ ଭିକ୍ସ ପାଭୋ ରବ ଖୁବ ଉପକାରୀ । ଏହା ନଖର ଫଙ୍ଗାଲ ସଂକ୍ରମଣକୁ ନିୟନ୍ତ୍ରଣ କରିଥାଏ । ସପ୍ତାହରେ ଦୁଇଥର ଆପଣଙ୍କ ସଂକ୍ରମଣରେ ଲଗାଇ ପାରିବେ ।
୨. ଟି ଟ୍ରି ଅଏଲ – ଆପଣଙ୍କ ନଖର ସଂକ୍ରମଣରେ ଟି ଟ୍ରି ଅଏଲ ଲଗାନ୍ତୁ । ଆପଣଙ୍କ ଟୋ ନେଲ ପାଇଁ ଏହା ଖୁବ ଉପକାରୀ । ଏହା ସଂକ୍ରମଣକୁ ପ୍ରଥମ ଥରରୁ ହିଁ ବଢିବାକୁ ଦେଇନଥାଏ । ଆପଣଙ୍କ ସପ୍ତାହରେ ୨ରୁ ୩ଥର ଲଗାଇପାରିବେ ।
୩. ଅଲିଭ ଅଏଲ – ଜାଣନ୍ତି କି ଅଲିଭ ଅଏଲ ନଖର ଫଙ୍ଗାଲ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଖୁବ ଉପଯୋଗୀ । ଏହାକୁ ଆପଣ ପ୍ରତ୍ୟେକ ଦିନ ରାତିରେ ଲଗାଇ ରଖନ୍ତୁ । ଏହା ନଖର ମୂଳକୁ ନରମ କରିଥାଏ ଏବଂ କୌଣସି ପ୍ରକାରର ସଂକ୍ରମଣ କରିବାକୁ ଦେଇନଥାଏ ।
୪. ଭିନେଗାର – ଭିନେଗାର ନଖର ଯେକୌଣସି ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଉପଯୋଗୀ । ଆପଣ ସଂକ୍ରମଣ ହୋଇଥିବା ନଖକୁ ୨୦ମିନିଟ ପର୍ଯ୍ୟନ୍ତ ଭିନେଗାରରେ ବୁଡାଇ ରଖନ୍ତୁ । ଏବଂ ଏହା ପରେ ଗରମ ପାଣିରେ ବୁଡାଇ ରଖନ୍ତୁ ।
୫. ଲିଷ୍ଟରିନ – ଲିଷ୍ଟରିନ ଗଳାକୁ ସଫା କରିବା ସହିତ ନଖପ ପଙ୍ଗାଲ ସଂକ୍ରମଣକୁ ନିୟନ୍ତ୍ରଣ କରିଥାଏ । ଆପଣ ନଖକୁ ସପ୍ତାହରେ ୩ଘର ଲିଷ୍ଟରିନର ପାଣିର ବୁଡାଇ ରଖନ୍ତୁ । ପ୍ରତ୍ୟେକ ଦିନ ଆପଣ ୩୦ମିନିଟ ପ ର୍ଯ୍ୟନ୍ତ ବୁଡାଇ ରଖିବା ଦ୍ୱାରା ଆପଙ୍କର କୌଣସି ସଂକ୍ରମଣ ମଧ୍ୟ ହୋଇନଥାଏ ।
୬. ରସୁଣ – ରସୁଣରେ ଆଣ୍ଟି-ଫଙ୍ଗାଲ ଏବଂ ଆଣ୍ଟି-ବାୟୋଟିକଗୁଣ ରହିଛି । ଏହା ଯେକୌଣସି ସଂକ୍ରମଣରୁ ରକ୍ଷା କରିଥାଏ । ଆପଣ ସଂକ୍ରମଣ ହୋଇଥିବା ସ୍ଥାନକୁ ରସୁଣ ଦ୍ୱାରା ଢାଙ୍କି ରଖିପାରିବେ । ଆପଣ ରସୁଣକୁ ଛେଚି ସଂକ୍ରମଣ ହୋଇଥିବା ସ୍ଥାନରେ ୩୦ମିନିଟ ପର୍ଯ୍ୟନ୍ତ ଲଗାଇପାରିବେ ।
୭. ପ୍ରୋଟିନଯୁକ୍ତ ଖାଦ୍ୟ ଖଆନ୍ତୁ – ନଖର ମୂଳକୁ ମଜବୁତ କରିବା ପାଇଁ ଆପଣ ପୃଷ୍ଟିକର ଖାଦ୍ୟ ଖାଆନ୍ତୁ । ପାଳଙ୍ଗ ଶାଗ, ଦହି, ବିଭିନ୍ନ ଭିଟାମିନ ଡି ଏବଂ କ୍ୟାଲସିୟମ ଯୁକ୍ତ ଖାଦ୍ୟ ଖାଇପାରିବେ ।


Share It

Comments are closed.