ରାଜ୍ୟରେ ୯୮୬ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରେ ସର୍ବାଧିକ


ରାଜ୍ୟରେ କରୋନା ସଂକ୍ରମଣର କମିଛି । ହେଲେ ବିପଦ ଏବେ ବି ଟଳିନି । ଆଗକୁ ଶୀତ ବଢ଼ିଲେ କରୋନା ସଂକ୍ରମଣ ହାର ପୁଣି ବଢ଼ିବ ବୋଲି ଆଶଙ୍କା କରାଯାଉଛି । ସୁସ୍ଥ ହାର ବଢ଼ିଛି । କିନ୍ତୁ କୋଭିଡ୍ ମୃତ୍ୟୁରେ ଲାଗୁନି ବ୍ରେକ୍‌ । ୨୪ ଘଣ୍ଟା ରାଜ୍ୟରେ ୩୦ ଟି ଜିଲ୍ଲାରୁ ୯୮୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୭୨ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୪୧୪ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୦୫ ହଜାର ୯୮୬ କୁ ବୃଦ୍ଧି କରିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ୨୪ ଘଣ୍ଟା ମଧ୍ୟରେ ୯୮୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧୧୨ ଜଣ, କଟକରୁ ୮୧ ଜଣ, ସୁନ୍ଦରଗଡ଼ରୁ ୮୦ ଜଣ, ଅନୁଗୁଳରୁ ୬୪ ଜଣ, ମୟୂରଭଞ୍ଜରୁ ୫୭ ଜଣ, ଜଗତସିଂହପୁରରୁ ୫୪ ଜଣ, କେନ୍ଦୁଝରରୁ ୪୯ ଜଣ, କେନ୍ଦ୍ରାପଡ଼ାରୁ ୪୪ ଜଣ,ବାଲେଶ୍ୱରରୁ ୪୩ ଜଣ,କଳାହାଣ୍ଡିରୁ ୪୨ ଜଣ, ନୂଆପଡ଼ାରୁ ୩୮ ଜଣ, ବରଗଡ଼ରୁ ୩୪ ଜଣ, ପୁରୀରୁ ୩୨ ଜଣ, ଯାଜପୁରରୁ ୨୮ ଜଣ, ବଲାଙ୍ଗୀର ଓ ଢ଼େଙ୍କାନାଳ ଜିଲ୍ଲାରୁ ୨୬ ଜଣ ଲେଖାଏଁ, ଝାରସୁଗୁଡାରୁ ୧୯ ଜଣ,ରାୟଗଡ଼ା ଓ ସମ୍ବଲପୁରରୁ ୧୬ ଜଣ ଲେଖାଏଁ,ଗଞ୍ଜାମରୁ ୧୫ ଜଣ, କୋରାପୁଟରୁ ୧୪ ଜଣ,କନ୍ଧମାଳରୁ ୧୩ ଜଣ,ନୟାଗଡ଼ ଓ ଭଦ୍ରକ ଜିଲ୍ଲାରୁ ୧୦ ଜଣ ଲେଖାଏଁ, ବୌଦ୍ଧାରୁ ୮ ଜଣ, ମାଲକାନଗିରିରୁ ୬ ଜଣ, ଦେବଗଡ଼ରୁ ୫ ଜଣ, ଗଜପତି ଓ ସୋନପୁରରୁ ୩ ଜଣ ଲେଖାଏଁ ଏବଂ ଷ୍ଟେଟ୍ ପୋଲ୍‌ରୁ ୨୩ ଜଣ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ଲକ୍ଷ ୦୫ ହଜାର ୯୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୧ ହଜାର ୯୭୩ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨ ଲକ୍ଷ ୯୨ ହଜାର ୪୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୪୬୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୫୧ ଲକ୍ଷ ୨୨ ହଜାର ୯୩୮ ସାମ୍ପୁଲ ଟେଷ୍ଟ୍ ହୋଇଛି।


Share It

Comments are closed.