ଦେଶରେ ବେଲଗାମ ହେଉଛି କରୋନା: ଗତ ୨୪ ଘଣ୍ଟା ମଧ୍ୟରେ ୯୦,୧୨୩ ନୂଆ ମାମଲା, ୧୨୯୦ ଜଣଙ୍କ ମୃତ୍ୟୁ


କରୋନା ସଂକ୍ରମଣ ମାମଲାରେ ଦେଶରେ ପୁଣି ବୃଦ୍ଧି ଦେଖାଦେଇଛି। ବୁଧବାର ଦିନ, ୯୦,୧୨୩ ନୂତନ ମାମଲା ଚିହ୍ନଟ ହୋଇଛି। ଏହି ନୂତନ ମାମଲା ସହିତ ଦେଶରେ କୋଭିଡ-୧୯ ରୋଗୀଙ୍କ ସଂଖ୍ୟା ୫୦ ଲକ୍ଷ ଅତିକ୍ରମ କରିଛି। କିନ୍ତୁ, ଏହା ଆଶ୍ବସ୍ତିର ବିଷୟ ଯେ ଏପର୍ଯ୍ୟନ୍ତ ୩୯ ଲକ୍ଷ ୪୨ ହଜାରରୁ ଅଧିକ ଲୋକ ଏଥିରୁ ଆରୋଗ୍ୟ ଲାଭ କରିଛନ୍ତି।

ବୁଧବାର ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧୨୯୦ ଜଣ ପ୍ରାଣ ହରାଇବା ସହିତ ମୃତ୍ୟୁ ସଂଖ୍ୟା ୮୨,୦୬୬ କୁ ବୃଦ୍ଧି ପାଇଛି | ଦେଶରେ ସଂକ୍ରମଣ ମାମଲା ୫୦,୨୦,୩୬୦ କୁ ବୃଦ୍ଧି ପାଇଛି, ସେଥିମଧ୍ୟରୁ ୯,୯୫,୯୩୩ ଲୋକ ଚିକିତ୍ସିତ ହେଉଛନ୍ତି ଏବଂ ଚିକିତ୍ସା ପରେ ୩୯,୪୨,୩୬୧ ଲୋକ ଏହି ରୋଗରୁ ସୁସ୍ଥ ହୋଇଛନ୍ତି।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ୧୫ ସୁଦ୍ଧା ସମଗ୍ର ଦେଶରେ ମୋଟ ୫,୯୪,୨୯,୧୧୫ ନମୁନା ପରୀକ୍ଷା କରାଯାଇଛି, ସେଥିମଧ୍ୟରୁ ମଙ୍ଗଳବାର ଦିନ ଗୋଟିଏ ଦିନରେ ୧୧,୧୬,୮୪୨ ନମୁନା ପରୀକ୍ଷା କରାଯାଇଛି।


Share It

Comments are closed.