ଦେଶର ୯୦ ଷ୍ଟେସନ୍ର ଉନ୍ନତୀକରଣ ହେବ


ଯୁବ ସମୟ – ଦେଶର ୯୦ ରେଳ ଷ୍ଟେସନ୍ର ବିକାଶ କରାଯିବ । ଏହି ତାଲିକା ମଧ୍ୟରେ ଓଡ଼ିଶାର ୪ଟି ରେଳ ଷ୍ଟେସନ୍ ଏଥିରେ ସ୍ଥାନ ପାଇଛି । ରାଜ୍ୟର ଭୁବନେଶ୍ୱର, କଟକ ସମେତ ସମ୍ବଲପୁର ଓ ଝାରସୁଗୁଡ଼ା ଷ୍ଟେସନ୍ର ସର୍ବାଙ୍ଗୀନ ଉନ୍ନତି କରାଯିବ । ଭୁବନେଶ୍ୱର ଷ୍ଟେସନ୍ର ଦାୟିତ୍ୱ ରାଜ୍ୟ ସରକାର ନେଇଥିବାବେଳେ କଟକ, ସମ୍ବଲପୁର ଓ ଝାରସୁଗୁଡ଼ା ଷ୍ଟେସନ୍ର ବିକାଶ ଜୋନାଲ୍ ରେଳ କାର୍ଯ୍ୟାଳୟ କରିବ ।

ଦୈନିକ ୪୫ ହଜାରରୁ ଅଧିକ ଲୋକ ଯାତାୟାତ କରୁଥବା ଷ୍ଟେସନ୍ ଗୁଡ଼ିକର ବିକାଶ ପାଇଁ ରେଳ ମନ୍ତ୍ରାଳୟ ନିଷ୍ପତି ନେଇଛି ବୋଲି ପୂର୍ବତଟ ରେଳ ପକ୍ଷରୁ ସୂଚନା ଦିଆଯାଇଛି । ବିକଶିତ ହେବାକୁ ଥିବା ଏହି ଷ୍ଟେସନ୍ଗୁଡ଼ିକରେ ଯାତ୍ରୀମାନଙ୍କ ସୁବିଧାସୁଯୋଗ ଉପରେ ଅଧିକ ଧ୍ୟାନ ଦିଆଯିବ । ଉପରୋକ୍ତ ରେଳଷ୍ଟେସନ୍ର ବିକାଶ ସମୟରେ ସ୍ଥାନୀୟ କଳା, ସଂସ୍କୃତି ଓ ଐତିହ୍ୟକୁ ଗୁରୁତ୍ୱ ଦିଆଯିବ । େଓøରଙ୍ଗାବାଦ ରେଳ ଷ୍ଟେସନ୍ରେ ଅଜନ୍ତା ଓ ଏଲୋରା ଗୁମ୍ଫା ହେବାର ଯୋଜନା ଥିବାବେଳେ ଆଗ୍ରାଠାରେ ତାଜମହଲର ଚିତ୍ର ରହିବ । ତେବେ ଭୁବନେଶ୍ୱର, ସମ୍ବଲପୁର ଓ ଝାରସୁଗୁଡ଼ା ଷ୍ଟେସନ୍ରେ କ’ଣ ରହିବ ତାହା ସ୍ଥାନୀୟ ପ୍ରଶାସନ ଓ ବୁଦ୍ଧିଜୀବୀଙ୍କ ସହ ରେଳ ବିଭାଗ ପରାମର୍ଶ କରି ପଦକ୍ଷେପ ନେବ । ଭବିଷ୍ୟତରେ ୬ ଶହଟି ରେଳ ଷ୍ଟେସନ୍ର ବିକାଶ ପାଇଁ ରେଳ ମନ୍ତ୍ରାଳୟ ଯୋଜନା ରଖିଛି ।


Share It

Comments are closed.