ରାଷ୍ଟ୍ରପତିଙ୍କୁ ପାଠ ପଢାଇଲେ ୮ମ ଶ୍ରେଣୀର ଛାତ୍ରୀ


ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ସ୍ୱତନ୍ତ୍ର ଅବସରରେ ଛତିଶଗଡର ଆସ୍ଥା ବିଦ୍ୟା ମନ୍ଦିର ନାମକ ଏକ ସ୍କୁଲକୁ ଭ୍ରମଣରେ ଯାଇଥିଲେ । ସେଠାକୁ ସେ ଏକ ଛାତ୍ରର ଭୂମିକାରେ ଯାଇକି ପହଞ୍ଚିଥିବାବେଳେ ସ୍କୁଲରେ ତାଙ୍କ ଶିକ୍ଷକ ସାଜିଥିଲେ ୮ମ ଶ୍ରେଣୀରେ ପାଠ ପଢୁଥିବା ସନ୍ଧ୍ୟା ନାମକ ଜଣେ ଛାତ୍ରୀ । ଗତ ସପ୍ତାହରେ ଛତିଶଗଡ ଗସ୍ତରେ ଯାଇଥିବା ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କୁ ସନ୍ଧ୍ୟା ନେତାମ ନାମକ ଜଣେ ବାଳିକା ୩ ମିନିଟ ଧରି ତାଙ୍କୁ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରିଥିଲେ । ରାଷ୍ଟ୍ରପତିଙ୍କ ସହ ସନ୍ଧ୍ୟାଙ୍କର ଏହି ସାକ୍ଷାତ ତାଙ୍କ ପାଇଁ ଏକ ବିଶେଷ ମୂହୁର୍ତ୍ତ ହେବା ସହ ସେ ବଡ ହୋଇ ଏକ ବଡ ଡାକ୍ତର ହେବାକୁ ଚାହ୍ରୁଁଛନ୍ତି ବୋଲି କହିଥିଲେ ।
ରାଷ୍ଟ୍ରପତି ଆମ ସ୍କୁଲକୁ ଗସ୍ତ କରିବା ଆମ ପାଇଁ ଏକ ଗୌରବର କଥା ବୋଲି ସ୍କୁଲର ପ୍ରଧାନ ଶିକ୍ଷକ ଏସ ପ୍ରଧାନ ସୂଚନା ଦେଇଥିଲେ । ସନ୍ଧ୍ୟା ଜଣେ ମେଧାବୀ ଛାତ୍ରୀ ଅଟନ୍ତି ଏବଂ ସେ ରାଷ୍ଟ୍ରପତିଙ୍କୁ ତିନି ମିନିଟ ଧରି ବିଜ୍ଞାନ ବିଷୟରେ ଶିକ୍ଷାଦାନ କରିଥିଲେ । ନକ୍ସଲ ଆକ୍ରମଣରେ ସନ୍ଧ୍ୟା ତାଙ୍କ ବାପାଙ୍କୁ ହରାଇଥିବା ସତ୍ତେ୍ୱ ପାଠପଢାରେ ସେ ଖୁବ ମାହିର ଅଟନ୍ତି ବୋଲି ପ୍ରଧାନଶିକ୍ଷକ କହିଛନ୍ତି ।
ଛତିଗଡର ଆଦିବାସୀ ଅଧ୍ୟୁସିତ ଅଞ୍ଚଳ ଦାନ୍ତେୱାଡା ସ୍କୁଲରେ ପାଠ ପଢୁଥିବା ଛାତ୍ରୀ ସନ୍ଧ୍ୟାଙ୍କର କଥା ଶୁଣି ରାଷ୍ଟ୍ରପତି ବହୁତ ଭାବୁକ ହୋଇପଡିଥିଲେ । ଏହା ସହ ସନ୍ଧ୍ୟାଙ୍କର ପାଠ ପଢା ଶୈଳୀ ଦେଖି ମଧ୍ୟ ଭାବୁକ ହୋଇପଡିଥିଲେ । ରାଷ୍ଟ୍ରପତିଙ୍କ ଏହି ଗସ୍ତ ବେଳେ ତାଙ୍କ ସହ ମୁଖ୍ୟମନ୍ତ୍ରୀ ରମଣ ସିଂହ ମଧ୍ୟ ଉପସ୍ଥିତ ଥିଲେ । ରାଷ୍ଟ୍ରପତି ସନ୍ଧ୍ୟାଙ୍କୁ ତୁମେ ଶିକ୍ଷକ ନା ଛାତ୍ରୀ ବୋଲି ମଧ୍ୟ ପଚାରିଥିଲେ ।
ସନ୍ଧ୍ୟା ରାଷ୍ଟ୍ରପତିଙ୍କୁ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରିବାର କଥା ଯେତେବେଳେ ଗାଁ ଲୋକେ ଜାଣିଲେ, ସନ୍ଧ୍ୟା ଘରେ ପହଞ୍ଚିବା ପରେ ତାଙ୍କୁ ମିଠା ଖୁଆଇ ସ୍ୱାଗତ କରାଗଲା । ତାଙ୍କ ମା ଏବଂ ଭାଇ ମଧ୍ୟ ତାଙ୍କୁ ମିଠା ଖୁଆଇ ସ୍ୱାଗତ ଜଣାଇଲେ ଏହା ପରେ ସନ୍ଧ୍ୟାଙ୍କୁ ଭେଟିବା ପାଇଁ ଗାଁ ଲୋକଙ୍କ ସୁଅ ଛୁଟିଥିଲା । ସନ୍ଧ୍ୟାଙ୍କ ଏହି କୃତିତ୍ତ୍ୱ ପାଇଁ ସମସ୍ତେ ତାଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଥିଲେ । ତାଙ୍କ ମା ମଙ୍ଗଦୀ ଦେବୀ କହିଥିଲେ ଯେ, ମୁଁ ମୋ ଝିଅ ପାଇଁ ଗର୍ବିତ ।


Share It

Comments are closed.