ଅଷ୍ଟମ ଫେଲ ଛାତ୍ର ହେଲେ ୨୦୦୦କୋଟିର ମାଲିକ


ପୋଥିଗତ ବିଦ୍ୟା ବ୍ୟତୀତ ଅନ୍ୟାନ୍ୟ ଅତିରିକ୍ତ ବିଦ୍ୟା ଖୁବ ଆବଶ୍ୟକ ବୋଲି ଆମ୍ଭେମାନେ ଅବଗତ । କିନ୍ତୁ ବର୍ତ୍ତମାନ ଛାତ୍ର କିମ୍ବା ଛାତ୍ରୀଟିଏ ନିଜର ପାଠପଢା କ୍ୟାରିଅରରେ ଫେଲ ହେବା ପରେ ପରିବାରର ଚାପ କିମ୍ବା ବନ୍ଧୁମାନଙ୍କ ମଧ୍ୟରେ ହାସ୍ୟର ପାତ୍ର ହୋଇ ଅବସାଦର ଶିକାର ହୋବାର ବହୁ ଉଦାହରଣ ଦେଖିବାକୁ ମଧ୍ୟ ମିଳିଛି । କେବଳ ପୋଥିଗତ ବିଦ୍ୟା ଦ୍ୱାରା ଜଣେ ଜୀବନରେ ସଫଳତା ପାଇବ ବୋଲି କଥାକୁ ଭୁଲ ବୋଲି ପ୍ରମାଣିତ କରିଛନ୍ତି ୨୧ ବର୍ଷିୟ ଏକ ଯୁବକ ତ୍ରିନସିତ । ଅଷ୍ଟମ ଶ୍ରେଣୀରେ ଫେଲ ହୋଇ ମଧ୍ୟ ସେ ନିଜକୁ ଜାତୀୟ ଏବଂ ଆର୍ନ୍ତଜାତୀୟ ସ୍ତରରେ ବହୁ ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ପ୍ରତିଫଳିତ କରି ବହୁ ଯୁବ ପିଢିଙ୍କ ମଧ୍ୟରେ ପ୍ରେରଣାର ସ୍ରୋତ ହୋଇପାରିଛନ୍ତି । ଆଧୁନିକ ଅଭିଭାବକ ଏବଂ ଯୁବପିଢିଙ୍କ ମଧ୍ୟରେ ରୋଲ ମଡେଲ ତ୍ରିସନିତ ଅରୋରା ଇଣ୍ଟରନେଟରେ ପରିଚିତ ନାମ । ସେ ଯୁବପିଢିଙ୍କ ମଧ୍ୟରେ ଭାରତର ଜୁକରବର୍ଗ ଭାବରେ ମଧ୍ୟ ପରିଚୟ ସୃଷ୍ଟି କରିଛନ୍ତି ସେ । ଏହି ନାମଟି କେବଳ ଭାରତ ନୁହେଁ ସମଗ୍ର ବିଶ୍ୱରେ ପରିଚିତ । ଅଷ୍ଟମ ଶ୍ରେଣୀରେ ଫେଲ ହୋଇଥିଲେ ମାତ୍ର ୨୧ବର୍ଷ ବୟସରେ ସେ ହୋଇପାରିଛନ୍ତି କୋଟି କୋଟି ଟଙ୍କାର ଅଧିକାରୀ । ଆସନ୍ତୁ ଜାଣିବା ତାଙ୍କର ଏହି ସଫଳତାର କାହାଣୀ ।
ନିଜର ସାଇବର ସିକ୍ୟୁରିଟି ବିଷୟବସ୍ତୁଯୁକ୍ତ ବହି ଦ ହ୍ୟାକିଙ୍ଗ ଏରା ଏବଂ ହ୍ୟାକିଙ୍ଗ ଟକ୍ ପରି ବହି ପାଇଁ ପରିଚିତ ତ୍ରିସନିତ ଆରୋରା ପଞ୍ଜାବର ଲୁଧିଆନା ଠାରେ ନଭେମ୍ବର ୨, ୧୯୯୩ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ଜୀବନ ଅନ୍ୟ ସାଧାରଣ ପିଲାଙ୍କ ପରି ଥିଲା । ବିଦ୍ୟାଳୟରେ ତାଙ୍କର ବହି ପ୍ରତି ଅଗ୍ରହ ନଥିଲେ ମଧ୍ୟ ନିଜର କମ୍ପ୍ୟୁଟର ଜ୍ଞାନ ବଳରେ ସେ ଯୁବାବସ୍ଥାରେ ହିଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ।
ସେ ନିଜର ସଫଳତା ସମ୍ପର୍କରେ କହିଛନ୍ତି ଯେ, “ମୁଁ ଅଷ୍ଟମ ଶ୍ରେଣୀରେ ଫେଲ ହେବା ପରେ ମୋର ବାପା ମା ମତେ ଗାଳି କରିବା ତଥା ପ୍ରିନସପାଲ ରୁମକୁ ନେବା ପରିବର୍ତ୍ତେ ମତେ ପାର୍କ ନେଇ ଏହି ସମ୍ପର୍କରେ ପଚାରିଥିଲେ । ମୋ ଜୀବନରେ କମ୍ପ୍ୟୁଟର ଏବଂ ହାଡଓୟାର ସଫ୍ଟଓୟାର ବ୍ୟତୀତ ଅନ୍ୟସବୁ ମୂଲ୍ୟହୀନ ବୋଲି କହିଥିଲି । ୧୯ ବର୍ଷ ବୟସରେ ମୁଁ କମ୍ପ୍ୟୁଟର ଠିକ କରିବା ସହିତ ସଫ୍ଟଓୟାର ଏବଂ ହାର୍ଡଓୟାର କାମ କରିବା ଆରମ୍ଭ କଲି । ମୋର ପ୍ରଥମ ଟ.୬୦,୦୦୦ର ଚେକ୍ ମତେ ଏହି କାର୍ଯ୍ୟ କରିବା ପାଇଁ ଅଧିକ ପ୍ରେରଣା ଯୋଗାଇଥିଲା । ଏହା ପରେ ମୁଁ ନିଜର ସଞ୍ଚୟ ବଳରେ ଟିସିଏ ସିକ୍ୟୁରିଟି ସଲ୍ୟୁସନ ନାମକ କମ୍ପାନୀ ଖେଲିପାରିଛି ।”

ଅଷ୍ଟମ ଶ୍ରେଣୀରେ ଫେଲ ହୋଇଥିଲେ ମଧ୍ୟ ନିଜର ମନୋବଳ ହରାଇ ନଥିଲେ ତ୍ରିନସିତ । ହ୍ୟାକିଙ୍ଗ ଆଧାରିତ ଆର୍ନ୍ତଜାତିକ ବହି ପଢିବାକୁ ତାଙ୍କୁ ଖୁବ ଭଲ ଲାଗୁଥିଲା ଏବଂ କମ୍ପ୍ୟୁଟର ମାଧ୍ୟମରେ ସେ ଏହି ସମ୍ପର୍କରେ ଅଧିକ ଜ୍ଞାନ ଅର୍ଜନ କରିଥିଲେ । ସେ ମାତ୍ର ୨୨ ବର୍ଷ ବୟସରେ ୩ଟି ବହି ହ୍ୟାକିଙ୍ଗ ଟକ ୱିଥ ତ୍ରିନସିତ ଅରୋରା, ଦ ହ୍ୟାଙ୍କିଗ ଏରା ଏବଂ ହ୍ୟାକିଙ୍ଗ ୱିଥ ସ୍ମାର୍ଟଫୋନ ଲେଖିଥିଲେ । ଏହି ସମସ୍ତ ବହି ବହୁ ହ୍ୟାକରଙ୍କ ମଧ୍ୟରେ ଲୋକପ୍ରିୟ ହୋଇଥିଲା । ଏହା ପରେ ସେ ବହୁ କମ୍ପ୍ୟୁଟର ସାଇଟ ତଥା ୱେବସାଇଟ ମାଲିକମାନଙ୍କୁ ହ୍ୟାକରମାନଙ୍କ ଠାରୁ ସୁରକ୍ଷା ପ୍ରଦାନ କରିବା ପାଇଁ ମନସ୍ଥ କରିଥିଲେ । ବର୍ତ୍ତମାନ ସେ ଭାରତର ବହୁ ବୃହତ କମ୍ପାନୀ ଏବଂ ଅନୁଷ୍ଠାନକୁ ସାଇବର ସୁରକ୍ଷା ପ୍ରଦାନ କରୁଛନ୍ତି । ସେ ପଞ୍ଜାବ ପୋଲିସ, ରାଲଏନ୍ସ, ଅମୁଲ, ଗୁଜୁରାଟ ପୋଲିସକୁ ସାଇବର ସୁରକ୍ଷା ପ୍ରଦାନ କରୁଛନ୍ତି ।
ସେ ବର୍ତ୍ତମାନ ଭାରତରେ ବହୁ ଯୁବ ପିଢିଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି । ବହୁ ଆଇଆଇଟି ବିଦ୍ୟାର୍ଥୀମାନେ ତ୍ରିନିସିତ ପାଖରେ କାମ କରିବା ପାଇଁ ମଧ୍ୟ ଇଚ୍ଛୁକ । ନିଜର ପଢା କ୍ୟାରିଅରରେ ଭଲ ପ୍ରଦର୍ଶନ କରିନଥିଲେ ମଧ୍ୟ ସାଇବର ସିକ୍ୟୁରିଟି ପ୍ରତି ତାଙ୍କର ଅହେତୁକ ଜ୍ଞାନ ତାଙ୍କୁ ସଫଳ କରିପାରିଛି ।


Share It

Comments are closed.