ସୁଲେମାନୀ ମୃତ୍ୟୁର ପ୍ରତିଶୋଧ ଆରମ୍ଭ କଲା ଇରାନ, ରକେଟ ମାଡରେ ୮୦ ଆମେରିକା ସୈନ୍ୟ ମୃତ


ଆମେରିକା ଏୟାର ଷ୍ଟ୍ରାଇକରେ ଇରାନୀ ଜେନରାଲ କାସିମ ସୁଲେମାନୀର ହତ୍ୟା ପରେ ଏବେ ପ୍ରତିଶୋଧ ମୁଖା ହୋଇପଡିଛି ଇରାନ । ଇରାନ, ସୁଲେମାନୀଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ଇରାକରେ ମହଜୁଦ ଥିବା ଆମେରିକାର ତିନୋଟି ସୌନ୍ୟ କ୍ୟାମ୍ପ ଉପରେ ୧୫ଟି ରକେଟ ମାଡ କରିଛି । ଯାହା ଦ୍ୱାରା ଆମେରିକା ସେନାର ୮୦ ଜଣ ସୈନ୍ୟ ମୃତ ବରଣ କରିଥିବାର ଇରାନ ମିଡିଆ ପକ୍ଷରୁ ଦାବୀ କରାଯାଇଛି । ଇରାନ ମିଡିଆ ପକ୍ଷରୁ ମିଲିଥିବା ସୂଚନା ମୁତାବକ ଏହି ଆକ୍ରମଣ ଦ୍ୱାରା ଆମେରିକାର ଅନେକ ଯୁଦ୍ଧ ହେଲିକ୍ୟାପ୍ଟର ଏବଂ ସୈନ୍ୟ ଉପକରଣ ଗୁଡିକ ମଧ୍ୟ ଧ୍ୱଂସ ବିଦ୍ୱଂସ ହୋଇଯାଇଛି ।

ଇରାନ ଦ୍ୱାରା କରାଯାଇଥିବା ଏହି ଆକ୍ରମଣକୁ ଦୃଷ୍ଟିରେ ରଖି ଆମେରିକା ଇରାକରେ ଏହାର ସୈନ୍ୟ କ୍ୟାମ୍ପର ମୁଖ୍ୟାଳୟକୁ ସ୍ଥାନାନ୍ତରିତ କରିଦେଇଛି । ଏହି ସଂପର୍କରେ ସୂଚନା ଇରାନ ମିଡିଆ ପକ୍ଷରୁ ଦିଆଯାଇଛି । ଆମେରିକାର ଏହା ଡର ମଧ୍ୟ ରହିଛି ଯେ, ଇରାନ ପୁଣିଥରେ କେତେବେଳେ ଏହିଭଳି ଆକ୍ରମଣ ଘଟାଇପାରେ । ଏହି ଆକ୍ରମଣ ଦ୍ୱାରା ଇରାନ ଏବଂ ଆମେରିକା ପୁଣିଥରେ ସଂଘର୍ଷପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିଛି ।


Share It

Comments are closed.