ଡାଏଟରେ ଥିବାବେଳେ ସକାଳେ କ’ଣ ଖାଇବେ, ଆସନ୍ତୁ ଜାଣିବା


ବ୍ରେକଫାଷ୍ଟକୁ ସମ୍ପୂର୍ଣ୍ଣ ଦିନର ଭୋଜନ ମଧ୍ୟରେ ରାଜା କୁହାଯାଏ । ସକାଳ ଖାଇବାରେ ସୁସ୍ଥକର ଖାଦ୍ୟ ଗ୍ରହଣ ଦ୍ୱାରା ବହୁ ସ୍ୱାସ୍ଥ୍ୟ ସୁବିଧା ମିଳିଥାଏ ବୋଲି ରିସର୍ଚ୍ଚରୁ ଜଣାପଡିଛି । କଥାରେ ମଧ୍ୟ ଅଛି ସକାଳେ ରାଜା ପରି ମଧ୍ୟାହ୍ନରେ ପ୍ରଜା ପରି ଏବଂ ରାତିରେ ଭିକାରି ପରି ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ଏହା ମଧ୍ୟ ଏକ ଷ୍ଟଡିରୁ ଜଣାଯାଇଛି ଯେ, ସକାଳେ ଅଧିକ ପରିମାଣ ତଥା ଉପଯୁକ୍ତ ପରିମାଣର ଖାଦ୍ୟ ଗ୍ରହଣ ଶରୀରରେ ବିଭିନ୍ନ ରୋଗ ତଥା ରକ୍ତ ଚାପ, ଡାଇବେଟିସ, କୋଲେଷ୍ଟ୍ରଲ ଏବଂ ହୃଦ ରୋଗର ମାତ୍ରା କମ କରିଥାଏ ।
ଗବେଷଣା ଅନୁଯାୟୀ ସକାଳେ ବ୍ରେକଫାଷ୍ଟ ମିସ କରିବା ଦ୍ୱାରା କିଛି ମାତ୍ରାରେ ଓଜନ କମ ହୋଇଯିବ କିନ୍ତୁ ଏହା ଟାଇପ ୨ ଡାଇବେଟିସର ମୁଖ୍ୟ କାରଣ ହୋଇପାରେ । ସେଥିପାଇଁ ସକାଳେ ସୁସ୍ଥକର ଏବଂ ସଠିକ ପରିମାଣର ଖାଇବା ଦ୍ୱାରା ଶରୀରକୁ ବହୁ ପ୍ରକାରର ସୁଫଳ ମିଳିଥାଏ । ଆସନ୍ତୁ ଜାଣିବା ସେହିପରି କିଛି ସୁସ୍ଥକର ଖାଦ୍ୟ ଯାହା ଶରୀରକୁ ସୁସ୍ଥ ରଖିବା ସହିତ ଶରୀରକୁ ପ୍ରୋଟିନ ଏବଂ ଭିଟାମିନର ମାତ୍ରା ପ୍ରଦାନ କରିଥାଏ ।

୧. ଅଣ୍ଡା –

ଅଣ୍ଡା ପ୍ରୋଟିନର ଏକ ଉତ୍ତମ ସ୍ରୋତ । ଅଣ୍ଡାରେ ଥିବା ଓମେଗା-୩ ଫ୍ୟାଟି ଏସିଡ ଶରୀରକୁ ଉପ ଯୁକ୍ତ ପରିମାଣର ଶକ୍ତି ପ୍ରଦାନ କରିଥାଏ । ଏଥିରେ ଥିବା ମିନେରାଲ, ଭିଟାମିନ ଇତ୍ୟାଦି ହାଡ ଏବଂ ମାଂସପେଶୀକୁ ଶକ୍ତ କରିଥାଏ । ବ୍ରେକଫାଷ୍ଟରେ ଅଣ୍ଡା ଖାଇବା ଦ୍ୱାରା ଏହା ପେଟରେ ବହୁ ସମୟ ପର୍ଯ୍ୟନ୍ତ ରହିଥାଏ ଏବଂ ଏହା ଦ୍ୱାରା ଜଣେ ଆଗାମୀ ମିଲ ପାଇଁ ଚିନ୍ତା କରିନଥାଏ । ସକାଳ ମିଲରେ ଆପଣ ଅଣ୍ଡା ସିଝା, ଅଣ୍ଡା ପୋଚ, ଅମ୍ବଲେଟ ଇତ୍ୟାଦି ଖାଇପାରିବେ ।

୨. ଓଟ ମିଲ –

ଓଟ ମିଲରେ ସ୍ୱତନ୍ତ୍ର ଗ୍ଲୁକୋଜ ରହିଛି ଯାହା ସ୍ୱାସ୍ଥ୍ୟ ଏବଂ ହୃଦ ସ୍ୱାସ୍ଥ୍ୟ ପାଇଁ ଉପକାରୀ । ଓଟ୍ସରେ ଆଣ୍ଟି-ଅକ୍ସିଡାଣ୍ଟ ରହିଛି ଯାହା ହୃଦୟ ଏବଂ ନିମ୍ନ ରକ୍ତ ଚାପ ପାଇଁ ଭଲ । ଏଥିରେ ଓମେଗା ୩ ଫ୍ୟାଟି ଏସିଡ, ଫୋଲେଟ ଏବଂ ପୋଟାସିୟମ ରହିଛି । ପ୍ରତିଦିନ ୩୩ ପ୍ରତିଶତ ହୋଲ ଗ୍ରେନ କରିବା ଦ୍ୱାରା ୯ ପ୍ରତିଶତ ମୃତ୍ୟୁ ହାରକୁ କମାଇହେବ ।

୩. ଦହି –

ଦହି ଶ୍ରେଷ୍ଠ ସୁସ୍ଥକର ଖାଦ୍ୟ ରୂପେ ବିବେଚନା କରାଯାଏ । ଏଥିରେ ଥିବା ଉଚ୍ଚମାତ୍ରାର ପ୍ରୋଟିନ ମୋଟାବୋଲିକ ରେଟର ବୃଦ୍ଧି କରିଥାଏ । ଏହା ହଜମ କ୍ରିୟା ବୃଦ୍ଧି କରିବା ସହିତ ଓଜନ ହ୍ରାସ କରିଥାଏ । ଏବଂ ଏହା ସନ୍ତ କର୍କଟର ମାତ୍ରା କମ କରିଥାଏ ।

୪. ଫଳ –

ବିଭିନ୍ନ ପ୍ରକାରର ଫଳ ତଥା ସେଓ, ଅଙ୍ଗୁର, ଡାଳିମ୍ବ ପ୍ରୋଟିନର ମୁଖ୍ୟ ସ୍ରୋତ । ଭିଟାମିନ ଏ, ସି ଯୁକ୍ତ ଖାଦ୍ୟ ଶରୀର ପାଇଁ ଖୁବ ଭଲ ଏବଂ ଶରୀରରେ ପ୍ରୋଟିନର ମାତ୍ରା ମଧ୍ୟ ବୃଦ୍ଧି କରିଥାଏ । ବ୍ରେକଫାଷ୍ଟରେ ଫଳ ଖାଇବା ଦ୍ୱାରା ଏହା ହଜମ ହେବା ସହିତ ଏହାର ମିନେରାଲ, ପ୍ରୋଟିନ ଇତ୍ୟାଦି ଶରୀରକୁ ପ୍ରଚୁର ପରିମାଣରେ ମିଳିଥାଏ । ଏହା ମଧ୍ୟ ଶରୀରୁ ହାଇଡ୍ରେଟ କରିଥାଏ । ଆପଣ ଯଦି ଡାଏଟ ନିୟନ୍ତ୍ରଣ କରିବାକୁ ପସନ୍ଦ କରନ୍ତି ତେବେ ବ୍ରେକଫାଷ୍ଟରେ ଫଳ ଖାଇବାକୁ ଭୁଲନ୍ତୁ ନାହିଁ । ଫଳକୁ ସାଲାଡ କିମ୍ବା କଷ୍ଟାର୍ଡ କରି ଖାଇପାରିବେ । ଫଳ ରସ କରି ମଧ୍ୟ ପିଇପାରିବେ ।

୫. ଚାହା କିମ୍ବା କଫି –

ଚାହା କିମ୍ବା କଫି ଆଣ୍ଟି-ଅକ୍ସିଡାଣ୍ଟର ମୁଖ୍ୟ ସ୍ରୋତ । ଏହା ଆପଣଙ୍କୁ ଫ୍ରେସ ଅନୁଭୂତି ପ୍ରଦାନ କରିଥାଏ । ଏହା ଡାଇବେଟିସ, କ୍ୟାନସର ଇତ୍ୟାଦି ରୋଗର ନିରାକରଣ ପାଇଁ ମଧ୍ୟ ହିତକାରୀ । ଅତିମାତ୍ରାରେ ଚାହା କିମ୍ବା କଫି କ୍ଷତିକାରକ କିନ୍ତୁ ଗୋଟିଏ ଚାହା ଏବଂ କଫି ଶରୀରକୁ ଫ୍ରେସ ଏବଂ ସତେଜ କରିବାରେ ଭଲ ।

୬. ଡ୍ରାଏ ଫ୍ରୁଟ –

ଡ୍ରାଏ ଫ୍ରୁଟରେ ଉଚ୍ଚ ମାତ୍ରାରେ ଫାଇବର ରହିଛି । ଫାଇବର ଶରୀରକୁ ଶକ୍ତି ଯୋଗାଇବା ସହିତ ପ୍ରୋଟିନର ମାତ୍ରା ବୃଦ୍ଧି କରିଥାଏ । ତେଣୁ ବ୍ରେକଫାଷ୍ଟରେ ଡ୍ରାଏ ଫ୍ରୁଟସ ତଥା କାଜୁ, କିସମିସ,ବାଦାମ, ଆଲମଣ୍ଡ, ୱାଲନଟ ଇତ୍ୟାଦି ମିଶ୍ରଣ କରିପାରିବେ ।


Share It

Comments are closed.