ରାଜ୍ୟରେ ପୁଣି ସୁସ୍ଥ ହେଲେ ୭୭୨ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨୦, ୫୧୭କୁ ବୃଦ୍ଧି


ଶୁକ୍ରବାର ଦିନ ରାଜ୍ୟରେ ଆଉ ୭୭୨ କୋଭିଡ-୧୯ ରୋଗୀ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି । ସୂଚନା ଅନୁଯୀୟୀ କୋଭିଡ-୧୯ ରୁ ମୋଟ ସୁସ୍ଥଙ୍କ ସଂଖ୍ୟା ରାଜ୍ୟରେ ୨୦,୦୦୦ ଅତିକ୍ରମ କରିଛି |ଏହା ସହିତ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨୦,୫୧୭ରେ ପହଂଚିଛି ।

ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ନୂତନ ଆରୋଗ୍ୟଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୨୧୨ ଜଣ, କଟକରୁ ୧୧୬ ଜଣ, ଖୋର୍ଦ୍ଧାରୁ ୮୧ ଜଣ, କେନ୍ଦୁଝରରୁ ୬୮ ଜଣ, କୋରାପୁଟରୁ ୪୧ ଜଣ, ରାୟଗଡାରୁ ୩୧ ଜଣ, ଗଜପତିରୁ ୨୭ ଜଣ, ସୁନ୍ଦରଗଡରୁ ୨୧ ଜଣ ଅଛନ୍ତି। ସେହିପରି ଯାଜପୁର, କଳହାଣ୍ଡିରୁ ୨୦, ନବରଙ୍ଗପୁରରୁ ୧୯, ମୟୂରଭଞ୍ଜରୁ ୧୮, କନ୍ଧମାଳରୁ ୧୪, ମାଲକାନଗିରିରୁ ୧୨, ସମ୍ବଲପୁରରୁ ୧୧, ଭଦ୍ରକ, କେନ୍ଦ୍ରାପଡା ଏବଂ ପୁରୀରୁ ୧୦, ବରଗଡରୁ ୬, ବାଲାଙ୍ଗୀରରୁ ୪, ବାଲେଶ୍ବରରୁ ୪ଜଣ ବୌଦ୍ଧ, ଜଗତ୍ସିଂହପୁର ଏବଂ ଝାରସୁଗୁଡ଼ା ଏବଂ ଅନୁଗୁଳ, ନୟାଗଡ଼ ଏବଂ ସୋନପୁରରୁ ୧ |


Share It

Comments are closed.