୭୪ ବର୍ଷିୟ ବୃଦ୍ଧା ଜନ୍ମଦେଲେ ଯମଜ ସନ୍ତାନ


ଗୁରୁବାର ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ୭୪ ବର୍ଷ ବୟସର ଜଣେ ବୃଦ୍ଧା ଯମଜ ସନ୍ତାନଙ୍କୁ ଜନ୍ମଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ଇନଭିଟ୍ରୋ ଫର୍ଟିଲାଇନ ପଦ୍ଧତି ଦ୍ୱାରା ସମ୍ଭବ ହୋଇ ପାରିଛି ବୋଲି ଡାକ୍ତରମାନେ ମତ ବ୍ୟକ୍ତ କରିଛନ୍ତି । ୭୪ ବର୍ଷ ବୟସରେ ଦୁଇଟି ଯମଜ ସନ୍ତାନ ଜନ୍ମ ଦେବା ଏହା ବିଶ୍ୱର ପ୍ରଥମ ଘଟଣା ବୋଲି ଡାକ୍ତରମାନେ ମତବ୍ୟକ୍ତ କରିଥିବା ବେଳେ ଏହା ପର୍ବରୁ ଅମୃତସରର ଦଲଜିନ୍ଦର କୌର ନାମ ଜଣେ ୭୨ ବର୍ଷିୟ ମହିଳା ସନ୍ତାନ ଜନ୍ମ କରି ଚର୍ଚ୍ଚାର ପରିସରକୁ ଆସିଥିଲେ ।ମିଳିଥିବା ସୂଚନା ଅନୁଯାୟୀ, ଏରାମିତ ମଙ୍ଗାୟାମ୍ମା ଓ ତାଙ୍କ ସ୍ୱାମୀ ଇ. ରାଜା ରାଓ ମାର୍ଚ୍ଚ ୨୨, ୧୯୬୨ରେ ବିବାହ କରିଥିଲେ ।

ବିବାହର ଦୀର୍ଘ ବର୍ଷ ବିତିଯାଇଥିଲେ ସେ ମା’ ହେବାକୁ ସକ୍ଷମ ହୋଇପାରିନଥିଲେ । ଦୀର୍ଘଦିନ ପର୍ଯ୍ୟନ୍ତ ସେ ସନ୍ତାନହୀନ ରହିବା ପରେ ନିଜ ପଡୋଶୀଙ୍କ ଠାରୁ ଇନ-ଭିଟ୍ରୋ ଫର୍ଟିଲାଇଜେସନ ସଂପର୍କରେ ସେ ଜାଣିବାକୁ ପାଇଥିଲେ । ଯାହା ପରେ ସେ ନିଜ ସ୍ୱାମୀଙ୍କ ସହ ଯାଇ ଡାକ୍ତରଙ୍କ ଠାରୁ ଏହି ସଂପର୍କରେ ପରାମର୍ଶ ଲୋଡିଥିଲେ । ଏହା ପରେ ଡାକ୍ତର ତାଙ୍କୁ କିଛି ମାସ ପୂର୍ବରୁ ଏହି ଥେରାପି ଜରୀଆରେ ଗର୍ଭବତୀ କରିବାରେ ସଫଳ ହୋଇପାରିଥିଲେ । ଡାକ୍ତଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ ବର୍ତ୍ତମାନ ଏରାମତି ଏବଂ ତାଙ୍କର ଦୁଇ ଯମଜ ସନ୍ତାନ ସୁସ୍ଥ ଅଛନ୍ତି ।


Share It

Comments are closed.