ଦେଖନ୍ତୁ କିଭଳି କୁମ୍ଭୀର ପାଟିରୁ କୁକୁରକୁ ଉଦ୍ଧାର କରିବାକୁ ନଦୀକୁ ଡେଇଁଲେ ବୃଦ୍ଧ; ଭିଡିଓ ଭାଇରାଲ


ଫ୍ଲୋରିଡାରେ ଜଣେ ବୃଦ୍ଧ କୁମ୍ଭୀର ପାଟିରୁ ଏକ କୁକୁରକୁ ଉଦ୍ଧାର କରିଛନ୍ତି। ଏହାର ଫଟୋ ଏବଂ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସାଧାରଣତଃ ଫ୍ଲୋରିଡାରେ ଅଧିକ କୁମ୍ଭୀର ଦେଖିବାକୁ ମିଳିଥାନ୍ତି। ଏପରିକି ଲୋକଙ୍କ ଘର ପଛପଟ, ସୁଇମିଂ ପୁଲ୍‌ରେ ଚଳପ୍ରଚଳ କରୁଥିବାର ନଜର ଆସିଥାନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଏକ କୁମ୍ଭୀର କୁକୁରକୁ ଅଧା ଗିଳି ଦେଇଥିଲା। ଏହା ଦେଖି ୭୪ ବର୍ଷୀୟ ଜଣେ ବୃଦ୍ଧ ନଦୀକୁ ଡେଇଁ ପଡ଼ିଥିଲେ। ଆଉ କୁମ୍ଭୀର ପାଟିରୁ କୁକୁରଟିକୁ ଉଦ୍ଧାର କରିବାରେ ସଫଳ ମଧ୍ୟ ହୋଇଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଭିଡିଓରେ ଦେଖିବାକୁ ମିଳିଛି,ରିଚାର୍ଡ ଓ୍ବିଲ୍‌ବ୍ୟାଙ୍କ ନାମକ ଜଣେ ବୃଦ୍ଧ ତାଙ୍କ ତିନି ମାସର କୁକୁର କାଭାଲିଅର୍‌ କିଙ୍ଗ ଚାଲର୍‌ସଙ୍କୁ ବଞ୍ଚାଇବା ପାଇଁ ଘର ପଛପଟେ ଏକ ନଦୀ ଭିତରକୁ ଡେଇଁ ପଡୁଛନ୍ତି। ଓ୍ବିଲ୍‌ବ୍ୟାଙ୍କ କହିଛନ୍ତି, ମୁଁ ଯେତେବେଳେ ପୋଖରୀ ନିକଟ ଦେଇ ଯାଉଥିଲି ଏହି ସମୟରେ କୁମ୍ଭୀରଟି ଆଖି ପିଛୁଳାକେ ଆସି ମୋ’ କୁକୁରଟିକୁ ଗିଳିଦେଲା। ଏହା ଦେଖି ମୁଁ ପାଣିକୁ ଡେଇଁ ପଡ଼ିଲି। ଆଉ ମୋ’ କୁକୁରକୁ କୁମ୍ଭୀର ମୁହଁରୁ ଉଦ୍ଧାର କଲି। କୁକୁରକୁ ପ୍ରାଣୀ ଚିକିତ୍ସକଙ୍କ ନିକଟକୁ ନେଇଥିଲି, ସେ ସୁସ୍ଥ ଅଛି। ମୋ’ ହାତରେ ଯାହା ଆଘାତ ଲାଗିଛି। ଡାକ୍ତର ମୋତେ ଇଞ୍ଜେକ୍‌ସନ ଦେଇଛନ୍ତି।


Share It

Comments are closed.