ଶେଷ ବଲରେ ଆବଶ୍ୟକତା ଥିଲା ୬ରନ କିନ୍ତୁ ବୋଲର ପକାଇଲେ ୬ଟି ୱାଇଡ


କ୍ରିକେଟ ଏକ ଅନିଶ୍ଚତତାର ଖେଳ ବୋଲି ତ ସମସ୍ତେ ଜାଣନ୍ତି । କାରଣ କେତେବେଳେ କେଉଁ ମୂହୁର୍ତ୍ତରେ କ’ଣ ଘଟିବ ତାହା କେହି ଜାଣନ୍ତି ନାହିଁ । ଯେଉଁ ପର୍ଯ୍ୟନ୍ତ ମ୍ୟାଚର ଶେଷ ବଲ ନ ପଡିଛି ସେହି ପର୍ଯ୍ୟନ୍ତ ଏହାର ନିର୍ଣ୍ଣାୟକ ଫଳାଫଳ କ’ଣ ହେବ ତାହା କେହି ପାରିବେ ନାହିଁ । ବେଳେବେଳେ ପରିସ୍ଥିତି ଏଭଳି ହୋଇଯାଏ ଯେ, ଭଲ ଖେଳି ମଧ୍ୟ ବିଜେତା ପାଇଁ ଆଶାୟୀ ଥିବା ଦଳ ପରାଜୟ ବରଣ କରିଥାଏ । ଠିକ ଏହିଭଳି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରସେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ଦଳ ବିଜେତା ଆଶାୟୀ ଥିଲେ ମଧ୍ୟ ମ୍ୟାଚଟିର ଅନ୍ତିମ ମୁହୂର୍ତ୍ତରେ ପରାଜୟ ବରଣ କରିଛି । ଏହି ଭିଡିଓକୁ ଆପଣ ମଧ୍ୟ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓଟି ମୁମ୍ବାଇସ୍ଥିତ ଏକ ସ୍ଥାନୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଅଟେ । ଯେଉଁଥିରେ ବ୍ୟାଟିଙ୍ଗ କରୁଥିବା ଦଳକୁ ୧ଟି ବଲରେ ବିଜୟ ପାଇଁ ୬ରନର ଆବଶ୍ୟକତା ରହିଥିଲା କିନ୍ତୁ ସେହି ସମୟରେ ପରିସ୍ଥିତି କିଛି ଏଭଳି ହୋଇଥିଲା ଯେ, ପ୍ରତିପକ୍ଷ ଦଳ ମ୍ୟାଚକୁ ଶେଷ କରିବା ପାଇଁ ବାକି ଥିବା ୧ଟି ବଲକୁ ସାରିବା ବଦଳରେ ୬ଟି ଲମ୍ବା ୱାଇଟ ପକାଇଥିଲେ । ଯାହାଫଳରେ ବ୍ୟାଟିଙ୍ଗ କରୁଥିବା ଦଳ ଗୋଟିଏ ବଲ ବାକି ଥାଇ ଏହି ମ୍ୟାଚରେ ବିଜୟ ହାସଲ କରିଥିଲେ ।

ପ୍ରକାଶ ଥାଉକି ଚାଲିଥିବା ଏହି ମ୍ୟାଚଟି ୫ ଓଭର ବିଶିଷ୍ଟ ଥିଲା । ଏଥିରେ ବ୍ୟାଟିଙ୍ଗ କରୁଥିବା ଦଳକୁ ବିଜୟ ପାଇଁ ୭୬ ରନର ଆବଶ୍ୟକତା ରହିଥିଲା । ବ୍ୟାଟିଙ୍ଗ ଦଳ ୪.୫ ଓଭର ୪ଟି ୱିକେଟ ହରାଇ ୭୦ ରନ ସଂଗ୍ରହ କରିଥିବାବେଳେ ବଜୟ ପାଇଁ ଆଉ ମାତ୍ର ୬ ରନର ଆବଶ୍ୟକତା ରହିଥିଲା । କିନ୍ତୁ ବୋଲରଙ୍କ ଖରାପ ବୋଲିଂ ଯୋଗୁଁ ବ୍ୟାଟିଙ୍ଗ ଦଳ ଖୁବ ସହଜରେ ଏଥିରେ ବିଜୟ ହାସଲ କରିଥିଲେ ।


Share It

Comments are closed.