ଶରୀରରେ ହେମୋଗ୍ଲୋବିନର ମାତ୍ରା ସଠିକ ରଖିବାରେ ବେଶ ଲାଭଦାୟକ ହୋଇଥାଏ ଏହି ୬ଟି ଖାଦ୍ୟ


ସୁସ୍ଥ ରହିବ ପାଇଁ ହେଲେ ଶରୀରରେ ରକ୍ତ ସଞ୍ଚାଳନ ସୁଚାରୁ ରୂପେ ହେବା ଆବଶ୍ୟକ ଏବଂ ଏଥିସହିତ ରକ୍ତରେ ହେମୋଗ୍ଲୋବିନ୍ ମାତ୍ରା ସଠିକ ରହିବା ନିହାତି ଆବଶ୍ୟକ । ରକ୍ତରେ ହେମୋଗ୍ଲୋବିନ୍ ମାତ୍ରା କମ ହୋଇଗଲେ ଅନେକ ରୋଗ ହେବାର ସମ୍ଭାବନା ଥାଏ। ହେମୋଗ୍ଲୋବିନ ମାତ୍ରା କମ ହୋଇଗଲେ ନିୟମିତ ଥକାପଣ ମଧ୍ୟ ଅନୁଭୂତ ହୋଇଥାଏ। । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଫଳ ଖାଇଲେ ଶରୀରର ହେମୋଗ୍ଲୋବିନ୍ ମାତ୍ରା ବୃଦ୍ଧି ପାଇଥାଏ ।

ବିଟ୍ – ବିଟ୍ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏହା ଶରୀରରେ ରକ୍ତର ମାତ୍ରା ବୃଦ୍ଧି କରିଥାଏ ଏବଂ ରକ୍ତକୁ ମଧ୍ୟ ସଫା କରିଥାଏ। ଏହା ଶରୀରକୁ ଡିଟକ୍ସିଫାଏ କରିବା ସହ ହେମୋଗ୍ଲୋବିନ୍ ମାତ୍ରା ବଢାଇବାରେ ସାହାଯ୍ୟ କରିଥାଏ। ସପ୍ତାହକୁ ଅତିକମରେ ଦୁଇଥର ବିଟ୍ ସେବନ କରୁଥିବା ଲୋକଙ୍କ ଶରୀରରେ ରକ୍ତ ଓ ହେମୋଗ୍ଲୋବିନ୍ ସମସ୍ୟା କେଇ ଗୁଣ କମିଯାଏ।

ଡାଳିମ୍ବ – ଶରୀରରେ ରକ୍ତ ମାତ୍ରା ବଢାଇବାକୁ ଡାଳିମ୍ବ ସେବନ କରିବାକୁ ପରାମର୍ଶ ଦିଆଯାଇଥାଏ। ରିସର୍ଚ୍ଚ ଅନୁସାରେ ଡାଳିମ୍ବ ସେବନ ହେମୋଗ୍ଲୋବିନ୍ ମାତ୍ରା ବଢାଇବାରେ ସାହାଯ୍ୟ କରିଥାଏ। ଆପଣ ଡାଳିମ୍ବ ଜୁସ କରି ମଧ୍ୟ ସେବନ କରିପାରିବେ।

ଗାଜର – ଗାଜରକୁ ଆପଣ ଯେକୌଣସି ପ୍ରକାରେ ସେବନ କରିପାରିବେ। ସାଲାଡ଼୍, ଜୁସ୍ କିମ୍ବା ହାଲୱା କରି ସେବନ କରିପାରିବେ। ଗାଜରକୁ ରୋଷେଇ କରି ମଧ୍ୟ ଖାଇପାରିବେ। ଗାଜରରେ ଥିବା ବିଟା କ୍ୟାରୋଟିନ ହେମୋଗ୍ଲୋବିନ୍ ବଢାଇବାରେ ସାହାଯ୍ୟ କରିଥାଏ। କିନ୍ତୁ ଗର୍ଭାବସ୍ଥାରେ ଅଧିକ ଗାଜର ସେବନ କରିବା ଉଚିତ ନୁହେଁ।

ଟମାଟୋ – ଟମାଟୋରେ ଥିବା ଆଣ୍ଟିଅକ୍ସିଡେଣ୍ଟ ମାତ୍ରା ହେମୋଗ୍ଲୋବିନ୍ ବଢାଇବାରେ ସାହାଯ୍ୟ କରିଥାଏ। ଟମାଟୋ ସେବନ ଦ୍ୱାରା ଶରୀରକୁ ପର୍ଯ୍ୟାପ୍ତ ପରିମାଣର ଭିଟାମିନ-ସି ମିଳିଥାଏ। ଏହା ରୋଗ ପ୍ରତିରୋଧକ କ୍ଷମତା ମଜବୁତ କରିଥାଏ। ଟମାଟୋକୁ ଜୁସ କିମ୍ବା ସୁପ କରି ମଧ୍ୟ ସେବନ କରିପାରିବେ।

କମଳା – କମଳା ଭିଟାମିନ-ସିର ପ୍ରମୁଖ ସ୍ରୋତ। ଏହାକୁ ଜୁସ କରି ମଧ୍ୟ ସେବନ କରିପାରିବେ। କମଳାକୁ ଫ୍ରୁଟ୍ ସାଲାଡ଼ରେ ପକାଇ ମଧ୍ୟ ସେବନ କରିପାରିବେ। ନିୟମିତ କମଳା ସେବନ କରିଥିବା ଲୋକଙ୍କ ମଧ୍ୟରେ ହେମୋଗ୍ଲୋବିନ୍ ସମସ୍ୟା ଅନେକ ମାତ୍ରାରେ କମ ହୋଇଥାଏ।

ଗୁଡ – ଗୁଡ ଆଇରନର ପ୍ରମୁଖ ସ୍ରୋତ ବୋଲି କୁହାଯାଏ। ଥଣ୍ଡା କାଶ ଓ ଗଳା ଯନ୍ତ୍ରଣା ହେଲେ ଅଦା ସହ ମିଶାଇ ଗୁଡ ସେବନ କଲେ ଆଶ୍ବସ୍ତି ମିଳିଥାଏ। ଗୁଡ ସେବନ ଦ୍ୱାରା ରକ୍ତ ସଞ୍ଚାଳନ ସଠିକ ଭାବେ ହୋଇଥାଏ ଏବଂ ହେମୋଗ୍ଲୋବିନ୍ ସମସ୍ୟା ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ।


Share It

Comments are closed.