ହସ୍ପିଟାଲ ପହଞ୍ଚି ଅସୁସ୍ଥ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲେ ମନ୍ତ୍ରୀ ‘ରଣେନ୍ଦ୍ର ପ୍ରତାପ ସ୍ୱାଇଁ’


ଓଡିଶା ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଲୋକାଭିମୁଖୀ ୫ଟି କାର୍ଯ୍ୟକ୍ରମ ଆଧାରରେ ଗତକାଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଠଗଡ ମେଡିକାଲରେ ଅନ୍ଧାରିବୀଜେ କରିଛନ୍ତି । ମିଳିଥିବା ସୂଚନା ମୁତାବକ ନିକଟ କିଛି ଦିନ ତଳେ ଖୁଣ୍ଟୁଣୀସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୨୦ରୁ ଉର୍ଦ୍ଧ୍ୱ ଶିଶୁ ଏବଂ ଶିକ୍ଷକ ଶିକ୍ଷତ୍ରୀ ଏକ ବଣଭୋଜିରେ ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହୋଇପଡିଥିବାବେଳେ ସମସ୍ତଙ୍କୁ ତୁରନ୍ତ ଆଠଗଡ ହସ୍ପିଟାଲ ଏବଂ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇ ଦିଆଯାଇଥିଲା ।
ତେବେ ନିଜ ଅଞ୍ଚଳରେ ଘଟିଥିବା ଏହି ଘଟଣା ସଂପର୍କରେ ମନ୍ତ୍ରୀଙ୍କୁ ତୁରନ୍ତ ଖବର ମିଳିବା ପରେ ସେ ତତକ୍ଷଣାତ ସେଠାରେ ପହଞ୍ଚି ଅସୁସ୍ଥ ଶିଶୁ ଏବଂ ଶିକ୍ଷକ ଶିକ୍ଷତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ କିପରି ସମସ୍ତଙ୍କୁ ତୁରନ୍ତ ଆରୋଗ୍ୟ କରାଯାଇ ପାରିବ ସେଥିପାଇଁ ମେଡିକାଲ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ।


Share It

Comments are closed.