ସ୍ମାର୍ଟଫୋନ୍ କ୍ରୟବେଳେ ୫ଜିକୁ ଅଧିକ ଗୁରୁତ୍ୱ ଦେଇଛନ୍ତି ଉପଭୋକ୍ତା : ଓପୋ ସର୍ଭେ


ଭୁବନେଶ୍ୱର: ଅଗ୍ରଣୀ ଗ୍ଲୋବାଲ ସ୍ମାର୍ଟ ଡିଭାଇସ୍ ବ୍ରାଣ୍ଡ ଓପୋ ପକ୍ଷରୁ ନିକଟରେ ଓପୋ ରେନୋ୫ ପ୍ରୋ ପଛରେ ରହିଥିବା ଗ୍ରାହକଙ୍କ ଅଭିଜ୍ଞତା ଓ ପ୍ରେରଣାକୁ ବୁଝିବା ପାଇଁ ଭାରତବ୍ୟାପୀ ଏକ ସର୍ଭେ କରାଯାଇଛି । ୧୮୦୦ରୁ ଅଧିକ ଉତରଦାତାଙ୍କ ପ୍ରତିକ୍ରିୟାଗୁଡିକ ଉପରେ ଆଧାରିତ ଏହି ଫଳାଫଳ ପ୍ରକାଶ କରିଛି ଯେ, ନିଜ ଡିଭାଇସ୍ କିଣିବାକୁ ଯୋଜନା ରଖିଥିବା ଉପଭୋକ୍ତାଙ୍କ ପାଇଁ ୫ଜି ହେଉଛି ଏକ ପ୍ରମୁଖ ବିବେଚିତ ଫିଚର ବା ବୈଶିଷ୍ଟ୍ୟ । ଏହି ସର୍ଭେ ଏହା ମଧ୍ୟ ଆଲୋକପାତ କରିଛି ଯେ, ଭାରତର ଟିୟର ୨ ଓ ଟିୟର ୩ ସହରଗୁଡିକରେ ଗ୍ରାହକଙ୍କ ମଧ୍ୟରେ ୫ଜି ଫିଚର ଯଥେଷ୍ଟ ଲୋକପ୍ରିୟତା ହାସଲ କରୁଛି, ଯାହାକି ୫୭.୮% ଉତରଦାତାଙ୍କ ପାଇଁ ରେନୋ୫ ପ୍ରୋ ଡିଭାଇସ୍‌କୁ କିଣିବାର ପ୍ରାଥମିକ କାରଣ ଥିଲା । ୫ଜି ସକ୍ଷମ ଡିଭାଇସ୍‌ଗୁଡିକ ପାଇଁ ଚାହିଦାରେ ଏହି ଅଭିବୃଦ୍ଧି ଦେଖିବାକୁ ମିଳିଛି, କାରଣ ଉପଭୋକ୍ତାଙ୍କ ମଧ୍ୟରେ କଂଟେଂଟ୍ ବ୍ୟବହାର ବଢାଇବା ପାଇଁ ଏହା ମୁଖ୍ୟ ବିଚାରଧାରା ହେବାକୁ ଯାଉଛି । ହାଲୋଲ୍‌, ରାୟଗଞ୍ଜ, ଚିଖ୍‌ଲି, ଅଙ୍ଗୋଲେ, ରାଜୁଲା ଭଳି ସହରର ନାଗରିକମାନେ ରେନୋ୫ ପ୍ରୋକୁ ଚୟନ କରିବା ପାଇଁ ୫ଜିକୁ ନିଜର ପ୍ରମୁଖ କାରଣ ଓ ଏହାପରେ ଫାଷ୍ଟ୍ ଚାର୍ଜିଙ୍ଗ୍‌କୁ ୨ୟ କାରଣ ଭାବେ ଦର୍ଶାଇଥିଲେ ।
ଏହି ଫଳାଫଳ କ୍ୟାମେରା ଓ ଭିଡିଓ ଫିଚର କ୍ଷେତ୍ରରେ ଅଧିକ ଉଦ୍ଭାବନର ଭୂମିକା ଉପରେ ଗୁରୁତ୍ୱ ଦେଉଛି କାରଣ ଏହା ପ୍ରକାଶ କରିଛି ଯେ, କ୍ୟାମେରା ଓ ଭିଡିଓଗ୍ରାଫି ହେଉଛି ଉପଭୋକ୍ତାଙ୍କ ଦ୍ୱାରା ସର୍ବାଧିକ ବ୍ୟବହୃତ ହେଉଥିବା ଫିଚର । ଉତରଦାତାଙ୍କ ମଧ୍ୟରୁ ୬୯.୬% ଦର୍ଶାଇଛନ୍ତି ଯେ, ସେମାନେ ନିଜର ସ୍ୱତନ୍ତ୍ର ମୂହୁର୍ତଗୁଡିକୁ କ୍ୟାପ୍‌ଚର କରିବା ପାଇଁ ନିଜ ସ୍ମାର୍ଟଫୋନ୍‌ର ଭିଡିଓଗ୍ରାଫି ଫିଚରକୁ ବାରମ୍ବାର ବ୍ୟବହାର କରିଥାନ୍ତି । ସେହିପରି ୮୧.୬% ଉତରଦାତା ଏଆଇ ଭିଡିଓଗ୍ରାଫି ଫିଚରକୁ ରେନୋ୫ ପ୍ରୋରେ ସେମାନଙ୍କର ପସନ୍ଦର ଫିଚର ଭାବେ ଚୟନ କରିଛନ୍ତି କାରଣ ଏହା ସେମାନଙ୍କର ସ୍ମାର୍ଟଫୋନ୍ ଅଭିଜ୍ଞତାକୁ ଉନ୍ନତ କରିଛି, ଏହାପରେ ସେମାନେ ବ୍ୟାଟେରୀ, ପ୍ରଦର୍ଶନ, ଡିସ୍‌ପ୍ଲେ ଓ ପ୍ରୋସେସର୍‌କୁ ନିଜର ପସନ୍ଦର ଫିଚର ଭାବେ ଚୟନ କରିଛନ୍ତି । ପ୍ରତି ୫ରୁ ୪ ଜଣ ଉତରଦାତା ସହମତ ହୋଇଛନ୍ତି ଯେ,ଏହି ଡିଭାଇସ୍ ଏହାର ଲୋଲାଇଟ୍ ଭିଡିଓଗ୍ରାଫି ଅନୁଭୂତିକୁ ଅନେକ ପରିମାଣରେ ଉନ୍ନତ କରିଛି ।
ସର୍ଭେ ଫଳାଫଳକୁ ଭିତି କରି ଓପୋ ଇଣ୍ଡିଆ ମୁଖ୍ୟ ମାର୍କେଟିଙ୍ଗ୍ ଅଫିସର ଦମୟନ୍ତ ଖାନୋରିଆ କହିଛନ୍ତି ଯେ, ଏହି ଫଳାଫଳ ଅତ୍ୟାଧୁନିକ ଟେକ୍ନୋଲୋଜି ଆଣିବା ଏବଂ ଆମର ଗ୍ରାହକଙ୍କ ପାଇଁ ଉପଭୋକ୍ତା ଅଭିଜ୍ଞତାକୁ ବଢାଇବା ଲାଗି କାର୍ଯ୍ୟ ଜାରି ରଖିବା ଦିଗରେ ଓପୋ ପାଇଁ ଏକ ପ୍ରେରଣା ଭାବେ ପ୍ରମାଣିତ ହୋଇଛି । ଏହି ସର୍ଭେ ଦର୍ଶାଇଛି ଯେ, ୧୫ରୁ ୨୫ ବର୍ଷ ବୟସ ମଧ୍ୟରେ ଯୁବପିଢି ଭଲ କ୍ୟାମେରା ଫିଚର ଥିବା ୫ଜି ଡିଭାଇସ୍‌ଗୁଡିକୁ ଚୟନ କରୁଥିବା ବେଳେ ୩୫ ବର୍ଷରୁ ଅଧିକ ବୟସର ଲୋକମାନେ ନିଷ୍ପତି ନେବା ସମୟରେ ପ୍ରୋସେସର, କାର୍ଯ୍ୟଦକ୍ଷତା ଆଦି ଦିଗ ଉପରେ ବିଚାର କରୁଛନ୍ତି । ଏହି ପ୍ରମାଣିତ କରୁଛି ଯେ, ୫ଜି ନିଶ୍ଚିତ ଭାବରେ ଭବିଷ୍ୟତ ଅଟେ । ଜାନୁଆରୀ ୨୦୨୧ରେ ଲଂଚ୍ ହୋଇଥିବା ରେନୋ୫ ପ୍ରୋ ୫ଜି ଏହାର ବ୍ୟବହାରକାରୀଙ୍କଠାରୁ ଏକ ଉତ୍ସାହଜନକ ପ୍ରତିକ୍ରିୟା ହାସଲ କରିଛି । ଏହା ନିଜର ପୂର୍ବ ମଡେଲ ରେନୋ୪ ପ୍ରୋ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ବିକ୍ରି ରେକର୍ଡକୁ ଭାଙ୍ଗିଛି ।


Share It

Comments are closed.