ଭାରତରେ ବଡଧରଣର ଡିଜିଟାଲ ପରିବର୍ତନ ଆଣିବ ୫ଜି


ଭୁବନେଶ୍ୱର: ବହୁବର୍ଷର କଳ୍ପନାଜଳ୍ପନା ପରେ ଶେଷରେ ଚଳିତ ବର୍ଷ ୫ଜି ସେବା ଭାରତରେ ଆରମ୍ଭ ହେବାକୁ ଯାଉଛି । ତେବେ ଏହି କ୍ଷେତ୍ରରେ ଏୟାରଟେଲ୍ ୫ଜି , ଅନ୍ୟ ୪ଜି ନେଟ୍‌ୱର୍କ ତୁଳନାରେ ଅଧିକ ଦ୍ରୁତ ବେଗ ପ୍ରଦାନ କରିବ ଯାହା ଆଜି ଉପଭୋକ୍ତାମାନେ ପାଉଥିବା ବେଗର ୨୦ରୁ ୩୦ ଗୁଣ ଅଧିକ ହୋଇପାରେ । ଲୋ ଲାଟେନ୍ସି ଓ ହାଇ ସ୍ପିଡ୍ ସହ ପ୍ଲାଟ୍‌ଫର୍ମଗୁଡିକରେ ଡାଟା ବ୍ୟବହାର ବଢିବ । ୫ଜି ଟ୍ରାଏଲ୍ ସମୟରେ ଦୂରସଂଚାର କମ୍ପାନୀ ଏୟାରଟେଲ୍ ଏକ ୩.୫ ଜିଗାହତ୍ସ ସ୍ପେକ୍ଟ୍ରମର ବ୍ୟବହାର କରି ସେଲ୍ ସାଇଟ୍‌ରୁ ୧୦ କିମି ଦୂରତାରେ ୨୦୦ ଏମ୍‌ବିପିଏସ୍‌ରୁ ଅଧିକ କନେକ୍ଟିଭିଟି ପ୍ରଦର୍ଶିତ କରିଥିଲା । ୫ଜି ପରୀକ୍ଷଣ ବେଳେ ନିକଟରେ ଏୟାରଟେଲ୍ ବିଭିନ୍ନ ଶିଳ୍ପ ଯେପରିକି ଉତ୍ପାଦନ, ମାଇନିଙ୍ଗ୍‌, ସ୍ୱାସ୍ଥ୍ୟସେବା, କନେକ୍ଟେଡ୍ ୱର୍କଫୋର୍ସ, ରିଟେଲ୍‌, ବନ୍ଦର ଓ ଅଟୋମୋବାଇଲ ଶିଳ୍ପ ପାଇଁ ହାସ୍‌ଟ୍ୟାଗ୍ ୫ଜିଫର୍‌ବିଜ୍‌ନେସ୍ ଉନ୍ମୋଚନ କରିଥିଲା । ୫ଜି, ଏମ୍‌ଇସି ଆଣ୍ଡ୍ ଏଆଇ/ଏମ୍‌ଏଲ୍ ସାଧାରଣରେ ଇଣ୍ଡଷ୍ଟ୍ରୀ ୪.୦ କୁହାଯାଉଥିବା ଶିଳ୍ପ ପରିବର୍ତନ ଆଣିବାରେ ସାହାଯ୍ୟ କରିବ । ୫ଜିର ଇଂଟରନେଟ୍ ସ୍ପିଡ୍ ସହ ଦୁର୍ଗମ ଅଂଚଳର ଉଦ୍ୟୋଗୀ ଓ କ୍ଷୁଦ୍ର ବ୍ୟବସାୟୀମାନେ ବିନା ବିଳମ୍ବରେ ବାସ୍ତବ ସମୟରେ କାମ କରିପାରିବେ, ଯାହା ଦୀର୍ଘାବଧିରେ ଜିଡିପି ଅଭିବୃଦ୍ଧିରେ ସାହାଯ୍ୟ କରିବ । ସେହିପରି କଂଟେଂଟ୍ କ୍ରିଏଟର, ଚଳଚିତ୍ର ପ୍ରଶଂସକ ଓ ଓଟିଟି ଉପଭୋକ୍ତାଙ୍କ ପାଇଁ ୫ଜି ନେଟ୍‌ୱର୍କର ଶୁଭାରମ୍ଭ ମୋବାଇଲ ଡିଭାଇସ୍‌ରେ ଦ୍ରୁତ ବେଗ, ନିର୍ଭରଯୋଗ୍ୟ କନେକ୍ସନ ଓ କମ୍ ଲାଟେନ୍ସିରେ ଉନ୍ନତମାନର ଭିଡିଓ ଆଣିବ ।
ନିକଟରେ ଭାରତୀ ଏୟାରଟେଲ୍‌ର ସିଇଓ ଗୋପାଳ ଭିଟ୍ଟଲ ନିଜ ଗ୍ରାହକଙ୍କ ପାଇଁ ଏକ ଚିଠି ଜାରି କରି ଉପଭୋକ୍ତାଙ୍କ ପାଇଁ ନିଜର ବିଦ୍ୟମାନ ଏୟାରଟେଲ୍ ସିମ୍‌ରେ ୫ଜିର ବ୍ୟବହାର କରିବା କେତେ ସୁବିଧାଜନକ ହେବ ତାହାକୁ ବର୍ଣ୍ଣନା କରିଥିଲେ । ଏହି ଚିଠିରେ ସେ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ପ୍ରମୁଖ ମେଟ୍ରୋ ସହରଗୁଡିକରେ ୫ଜି ନେଟ୍‌ୱର୍କ କଭରେଜ ଉପଲବ୍ଧ ହେବା ସହିତ ୨୦୨୩ ଶେଷ ସୁଦ୍ଧା ଏହା ଭାରତର ସମସ୍ତ ସହରାଂଚଳକୁ କଭର୍ କରିବ ବୋଲି ଉଲ୍ଲେଖ କରିଥିଲେ । ଏୟାରଟେଲ୍ ଗ୍ରାମାଂଚଳରେ ୫ଜି ପରୀକ୍ଷଣ ମାଧ୍ୟମରେ ହାଇସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ ପାଇଁ ପହଂଚକୁ ସକ୍ଷମ କରି ଡିଜିଟାଲ ଅନ୍ତରକୁ ଦୂର କରିବାକୁ ଲକ୍ଷ୍ୟ ରଖିଛି । ନିକଟରେ କମ୍ପାନୀ ଏକାଧିକ ଗ୍ରାମାଂଚଳ ପରୀକ୍ଷଣ କାର୍ଯ୍ୟକାରୀ କରିଥିଲା । ୫ଜି ସେବା ଦେଶର କୋଣଅନୁକୋଣରେ ଶିକ୍ଷା ପ୍ରଣାଳୀକୁ ପହଂଚାଇବାରେ ସାହାଯ୍ୟ କରିବା ସହ ଅଂଚଳଗୁଡିକରେ ନିଯୁକ୍ତି ସୃଷ୍ଟି କରିବା, ଯୁବପିଢିଙ୍କୁ ନିଜ ସ୍ମାର୍ଟଫୋନ୍‌ରେ ଗୁଣାତ୍ମକ ଶିକ୍ଷାର ଲାଭ ପାଇବାରେ ସାହାଯ୍ୟ କରିବ ।
ତେବେ ଚଳିତ ବର୍ଷ ୫ଜି ସେବାର ଆରମ୍ଭ ପରେ ଭାରତ ଭବିଷ୍ୟତର ଟେକ୍ନୋଲୋଜିଗୁଡିକ ପାଇଁ ପ୍ରସ୍ତୁତ ହୋଇଛି ଯାହା ଉପଭୋକ୍ତା ଅଭିଜ୍ଞତାରେ ବିପ୍ଳବ ଆଣିବ ଓ ବିଶ୍ୱବ୍ୟାପୀ ଉନ୍ନତ କନେକ୍ଟିଭିଟିରେ ଯୋଗଦାନ ଦେବ । ୫ଜି ମୁଖ୍ୟତଃ ହାଇ ଡାଟା ସ୍ପିଡ୍‌, ଲୋ ଲାଟେନ୍ସି ଓ ବର୍ଦ୍ଧିତ କନ୍‌କରେନ୍ସି ଉପରେ ଗୁରୁତ୍ୱ ଦେଉଛି । ୫ଜି ଆମର ଡାଟା ଉପଯୋଗ ଶୈଳୀକୁ ପରିବର୍ତନ କରିବ । ଲୋ ଲାଟେନ୍ସି ଓ ହାଇ ସ୍ପିଡ୍ ସହ ପ୍ଲାଟ୍‌ଫର୍ମଗୁଡିକରେ ଡାଟା ବ୍ୟବହାର ବଢିବ । ବିଶ୍ୱବ୍ୟାପୀ କେତେକ ଦେଶରେ ୫ଜି ସେବା କାର୍ଯ୍ୟକାରୀ ହୋଇସାରିଥିବା ବେଳେ ଏହା ଦେଶରେ ସମାନ ସମୟରେ ଶୁଭାରମ୍ଭ କରାଯିବ, ଯେଉଁଥିରେ ଇଂଟରନେଟ ପହଂଚର ଅଭାବ ରହିଥିବା କ୍ଷେତ୍ର ଗୁଡ଼ିକ ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯିବ ।


Share It

Comments are closed.