ରାଜ୍ୟରେ ୫୯୪ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରେ ସର୍ବାଧିକ


ରାଜ୍ୟରେ କରୋନା ଗ୍ରାଫ୍‌ ତଳକୁ ତଳକୁ ଖସି ଚାଲିଛି । ସକ୍ରିୟ ରୋଗୀ ସଂଖ୍ୟା ଏବେ ଦିନକୁ ଦିନ ତଳମୁହାଁ ହେବାରେ ଲାଗିଛି। କିନ୍ତୁ କୋଭିଡ୍ ମୃତ୍ୟୁରେ ଲାଗୁନି ବ୍ରେକ୍‌ । ୨୪ ଘଣ୍ଟା ରାଜ୍ୟରେ ୨୯ ଟି ଜିଲ୍ଲାରୁ ୫୯୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୪୩ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୨୫୧ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୧୭ ହଜାର ୨୩୯ କୁ ବୃଦ୍ଧି କରିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୫୯୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୫୬ ଜଣ, କଟକ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୫୫ ଜଣ ଲେଖାଏଁ, ବଲାଙ୍ଗୀର ଓ ମୟୂରଭଞ୍ଜରୁ ୪୨ ଜଣ ଲେଖାଏଁ, ଅନୁଗୁଳ ଓ ପୁରୀ ଜିଲ୍ଲାରୁ ୩୭ ଜଣ ଲେଖାଏଁ, ବାଲୋଶ୍ବରରୁ ୩୪ ଜଣ, ଝାରସୁଗୁଡାରୁ ୨୭ ଜଣ,ନୂଆପଡ଼ାରୁ ୨୫ ଜଣ, ଜଗତସିଂହପୁରରୁ ୨୪ ଜଣ, କଳାହାଣ୍ଡିରୁ ୨୦ ଜଣ, କେନ୍ଦୁଝରରୁ ୧୯ ଜଣ, ସମ୍ବଲପୁରରୁ ୧୭ ଜଣ, କେନ୍ଦ୍ରାପଡ଼ାରୁ ୧୬ ଜଣ, ବରଗଡ଼ରୁ ୧୪ ଜଣ, ଭଦ୍ରକରୁ ୧୧ ଜଣ, ଯାଜପୁରରୁ ୧୦ ଜଣ, ଗଞ୍ଜାମରୁ ୮ ଜଣ, କନ୍ଧମାଳରୁ ୭ ଜଣ, ମାଲକାନଗିରିରୁ ୬ ଜଣ, ରାୟଗଡ଼ାରୁ ୫ ଜଣ, ନୟାଗଡ଼ରୁ ୪ ଜଣ, ବୌଦ୍ଧ, ଦେବଗଡ଼ ଓ ସୋନପୁର ଜିଲ୍ଲାରୁ ୩ ଜଣ ଲେଖାଏଁ, ଢ଼େଙ୍କାନାଳରୁ ୨ ଜଣ, ଗଜପତି ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୋଲ୍‌ରୁ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ଲକ୍ଷ ୧୭ ହଜାର ୨୩୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୬ ହଜାର ୬୨୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩ ଲକ୍ଷ ୦୮ ହଜାର ୮୩୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୭୦୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୫୭ ଲକ୍ଷ ୭୭ ହଜାର ୫୭୦ ସାମ୍ପୁଲ ଟେଷ୍ଟ୍ ହୋଇଛି।


Share It

Comments are closed.