ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ପୁଣି ୫୨,୯୭୨ ମାମଲା , ୧୮ ଲକ୍ଷରେ ପହଂଚିଲା ସଂକ୍ରମିତଙ୍କ ସଂଖ୍ୟା


କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ସୋମବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଗୋଟିଏ ଦିନରେ ୫୨,୯୭୨ ଟି ନୂତନ ପଜିଟିଭ ମାମଲା ଚିହ୍ନଟ ହୋଇଥିବାବେଳେ ୭୭୧ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଭାରତରେ କରୋନା ସଂକ୍ରମଣର ସଂଖ୍ୟା ୧୮,୦୩,୬୯୬ କୁ ବୃଦ୍ଧି ପାଇଛି | ଯେଉଁଥିରୁ ୫,୭୯,୩୫୭ ସକ୍ରିୟ ମାମଲା ଅଛି ଏବଂ ୧,୧୮୬,୨୦୩ ରୋଗୀଙ୍କୁ ସୁସ୍ଥ ହୋଇଥନ୍ତି କିମ୍ବା ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ କରୋନା ଜନିକ ମୃତ୍ୟୁ ସଂଖ୍ୟା ୩୮,୧୩୫ରେ ପହଂଚିଛି।


Share It

Comments are closed.