ଆସିଗଲା ଟିକଟକର ବିକଳ୍ପ ମେଡ୍ ଇନ ଇଣ୍ଡିଆ ଆପ୍‌, ଲଂଚ ହେବା ମଧ୍ୟରେ ହୋଇସାରିଲାଣି ୫୦,୦୦୦ ଡାଉନଲୋଡ଼


ଡିଜିଟାଲ ଇଣ୍ଡିଆର ପାଂଚ ବର୍ଷ ପୂର୍ତି ଅବସରରେ ସୂଚନା ଏବଂ ପ୍ରାଦ୍ୟୋଗିକ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଡିଜିଟାଲ ଇଣ୍ଡିଆ ପାଇଁ କାମ କରୁଥିବା ଷ୍ଟାର୍ଟଅପକୁ ସମ୍ବୋଧିତ କରି କହିଛନ୍ତି ଯେ ଭାରତରେ ଗୁଗଲ ପ୍ଲେ ଷ୍ଟୋର ଏବଂ ଆପ ଷ୍ଟୋରରୁ ବହୁତ ଆପ ଡାଉନଲୋଡ଼ ହୋଇଥାଏ, କିନ୍ତୁ ଏବେ ସମୟ ଆସିଯାଇଛି ଆପ୍ ଅପଲୋଡ଼ କରିବାର । ଏମିତିରେ ରବିଶଙ୍କର ଏହା ବିଷୟରେ ନୀକଟରେ କହିଥିବାବେଳେ ଅନେକ ଭାରତୀୟ କମ୍ପାନୀ ଗତ କିଛି ମାସହେବ ଏହି ପ୍ରସଙ୍ଗ ଉପରେ କାମ କରୁଥିଲେ ।
ଚୀନ ସହିତ ସୀମା ବିବାଦ ପରେ ସରକାର ୫୯ଟି ଚାଇନିଜ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଦେଇଛନ୍ତି । ପ୍ରତିବନ୍ଧ ପରେ ଗୋଟିଏ ପରେ ଗୋଟିଏ ମେଡ୍ ଇନ୍ ଇଣ୍ଡିଆ ଆପ୍‌ର ସୁଅ ଛୁଟୁଛି । ସୋସିଆଲ ମିଡିଆ ଆପ୍ ସେୟାରଚାଟ୍ ଏବେ ଟିକ୍‌ଟକ୍ ଭଳି ନିଜର ଏକ ନୂଆ ଆପ୍ ‘ମୋଜ୍ ଆପ୍‌’ର ଲଂଚ କରିଛି ।
ଏହି ଆପ୍ ଏକ ଘରୋଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଅଟେ ଯାହାର ପ୍ୟାରେଂଟ କମ୍ପାନୀ ସେୟାରଚାଟ୍ ଅଟେ । ମୋଜ୍ ଆପ୍ କୁ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ଼ କରାଯାଇପାରିବ । ଏହି ଆପ୍‌ର ଫିଚର ଟିକ୍‌ଟକ୍ ଭଳି ଅଟେ । ଏଥିରେ ମଧ୍ୟ ୟୁଜରମାନଙ୍କୁ ସର୍ଟ ଭିଡିଓ କରିବା, ସ୍ପେଶଲ ଇଫେକ୍ଟ, ଷ୍ଟିକର୍ସ ଏବଂ ଇମୋସନ ଭଳି ଫିଚର ମିଳିବ ।
ଏହି ଆପ୍ ୧୫ଟି ଭାରତୀୟ ଭାଷାରେ ଉପଲବ୍ଧ ହେଉଛି । ଏଥିରେ ଇଂରାଜୀର ସପୋର୍ଟ ନାହିଁ । ସେୟାର ଚାର୍ଟ ମୋଜ୍ ଆପ୍‌କୁ ଚୁପିକରି ଲଂଚ କରିଦେଇଛି ଏବଂ ୫୦,୦୦୦ ଲୋକ ଏହାକୁ ଡାଉନଲୋଡ଼ ମଧ୍ୟ କରିସାରିଛନ୍ତି । ଏହି ଆପ୍‌କୁ ୫ରୁ ୪.୩ ରେଟିଙ୍ଗ ମଧ୍ୟ ମିଳିଛି ।
ମୋଜ୍ ଆପ୍‌ରେ ଆପଣ ୧୫ ସେକେଂଣ୍ଡର ଭିଡିଓ ଅପଲୋଡ଼ କରିପାରିବେ । ଖାସ କଥା ହେଉଛି ଯେ ଏଥିରେ ଲିପ୍ ସିଙ୍କ ଫିଚର ମଧ୍ୟ ରହିଛି ଯେମିତିକି ଟିକ୍‌ଟକ୍‌ରେ ରହିଥିଲା । ଜଣାଇଦେଉଛୁ ଯେ ଜି୫ର ମଧ୍ୟ ସର୍ଟ ଭିଡିଓ ଆପ୍ ହାଇପାଇ() ବହୁତ ଜଲଦି ଭାରତରେ ଲଂଚ ହେବାକୁ ଯାଉଛି ।


Share It

Comments are closed.