ଆସନ୍ତୁ ଜାଣିବା ପେଟ୍ରୋଲିୟମ ଜେଲିର ୫ଟି ଚମତ୍କାରୀ ଉପକାରୀତା


ପେଟ୍ରୋଲିୟମ ଜେଲି ଏପରି ଏକ ସୌନ୍ଦର୍ଯ୍ୟ ଉତ୍ପାଦ ଯାହା ସମସ୍ତଙ୍କ ଘରେ ମିଳିଥାଏ । ଏହା ଏକ ବିୟୁଟି ଉତ୍ପାଦ ହେଲେ ମଧ୍ୟ ଏହାର ବହୁ ପ୍ରକାରର ଉପକାରିତା ରହିଛି । ଏହା ତ୍ୱଚାକୁ ହାଇଡ୍ରେଟ କରିବା ସହିତ ମେକଅପରେ ମଧ୍ୟ ବ୍ୟବହାର କରାଯାଇପାରିବ । ଆସନ୍ତୁ ଜାଣିବା ଏହି ପେଟ୍ରୋଲିୟମ ଜେଲିର ବିଭିନ୍ନ ବ୍ୟବହାର ।

୧. ମେକଅପ ସଫା କରିବା ପାଇଁ –

ମେକଅପ ସଫା କରିବା କଷ୍ଟକର କାମ । ଏହାକୁ ସଫା କରିବା ପାଇଁ ବଜାରରେ ଅନେକ ମେକ ଅପ ରିମୁଭର ମଧ୍ୟ ଉପଲବ୍ଧ । ବଜାରରେ ଉପଲବ୍ଧ ହେଉଥିବା ରିମୁଭର ବ୍ୟବହାର କରିବା ପରିବର୍ତ୍ତେ ପେଟ୍ରୋଲିୟମ ଜେଲି ବ୍ୟବହାର କରିପାରିବେ । ଆଖି ଏବଂ ଓଠରେ କିଛି ପେଟ୍ରୋଲିୟମ ଜେଲି ଲଗାଇ ତୂଳାରେ ପୋଛନ୍ତୁ ଏବଂ ଦେଖନ୍ତୁ କିପରି ସହଜରେ ମେକଅପ ରିମୁଭ ହୋଇପାରିବ । ଏହା ସମସ୍ତ ପ୍ରକାରର ତ୍ୱଚାକୁ ସୁଟ କରିବ ।

୨. ପରଫ୍ୟୁମର ଲଙ୍ଗ ଲାଷ୍ଟିଙ୍ଗ ପାଇଁ –

ପରଫ୍ୟୁମର ବାସ୍ନା ଅଧିକ ସମୟ ରଖିବା ପାଇଁ ପେଟ୍ରୋଲିୟମ ଜେଲିର ବ୍ୟବହାର କରିବା ଉଚିତ । ଆପଣ ଯେଉଁ ସ୍ଥାନରେ ପରଫ୍ୟୁମ ଲଗାଉଛନ୍ତି ସେହି ସ୍ଥାନରେ ପ୍ରଥମେ କିଛି ପେଟ୍ରୋଲିୟମ ଜେଲି ଲଗାନ୍ତୁ । ଏହା ଦ୍ୱାରା ଯେଉଁ ପରଫ୍ୟୁମ ୨ ଘଣ୍ଟା ରହୁଥିବ ତାହା ୮ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ରହିବ ।

୩. ଆଇବ୍ରୋ ଜେଲ –

ଯଦି ଆପଣଙ୍କ ଆଇବ୍ରୋ ଶେଷ ହୋଇଯାଇଛି ତେବେ ଆପଣ ଏହାକୁ ସେପରେ ଆଣିବା ପାଇଁ ପେଟ୍ରୋଲିୟମ ଜେଲିର ବ୍ୟବହାର କରିପାରିବେ । ଏହା ବ୍ୟତୀତ ରାତିରେ ଆଇବ୍ରୋରେ କିଛି ପେଟ୍ରୋଲିୟମ ଜେଲି ଲଗାଇବା ଦ୍ୱାରା ଆଇବ୍ରୋ ଘନ ହୋଇଥାଏ ।

୪. ଶୁଷ୍କ ତ୍ୱଚା ଏବଂ ଫଟା ଗୋଡ –

ଶୀତ ଦିନେ ଶୁଷ୍କ ତ୍ୱଚା ଏବଂ ଫଟା ଗୋଡ ପାଇଁ ଖୁବ ଉପକାରୀ ହେଉଛି ପେଟ୍ରୋଲିୟମ ଜେଲି । ପ୍ରତିଦିନ ଏହାକୁ ଲଗାଇବା ଦ୍ୱାରା ଫଟା ଗୋଡ ଭଲ ହେବା ସହିତ ତ୍ୱଚାର ଶୁଷ୍କତା ଭଲ ହୋଇଥାଏ । ବଜାରରେ ମିଳୁଥିବା କ୍ରିମ ଏବଂ ବଡି ଲୋସନ ଠାରୁ ପେଟ୍ରୋଲିୟମ ଜେଲି ଖୁବ ଭଲ । ଏହାକୁ ଆପଣ ମୁହଁ, ହାତ ଏବଂ ଗୋଡ ସବୁଠାରେ ବ୍ୟବାହର କରିପାରିବେ ।

୫. ହାଇ ଲାଇଟର ଭାବେ –

ଆପଣଙ୍କ ଆଇ ସ୍ୟାଡୋ, ଲିପଷ୍ଟିକ ଏବଂ ମସ୍କାରାକୁ ହାଇଲାଇଟ କରିବା ପାଇଁ ଆପଣ ପେଟ୍ରୋଲିୟମ ଜେଲିର ବ୍ୟବହାର କରିପାରିବେ । ସର୍ବଦା ମେକଅପକୁ ହାଇ ଲାଇଟ କରିବା ପାଇଁ ଏହାର ବ୍ୟବହାର କରିପାରିବେ । ଏହାକୁ ମଧ୍ୟ ଆପଣ ଗାଲରେ ହାଲକା ଗ୍ଲୋ କରିବା ପାଇଁ ବ୍ୟବହାର କରିପାରିବେ ।


Share It

Comments are closed.