ବିବାହ ପରେ ଫିଲ୍ମ ଜଗତରୁ ଦୂରେଇ ଯାଇଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ


ବଲିଉଡରେ ଅନେକ ଅଭିନେତ୍ରୀ ଆସିଛନ୍ତି ଏବଂ ଚାଲିଯାଇଛନ୍ତି ମଧ୍ୟ ଏମାନଙ୍କ ମଧ୍ୟରୁ କେତେକଙ୍କର କ୍ୟାରିୟର ହିଟ ରହିଥିବାବେଳେ ଫ୍ଲପ ମଧ୍ୟ ରହିଛି । ସେମାନଙ୍କ ମଧ୍ୟରୁ ଏପରି ଏମିତି ଅଭିନେତ୍ରୀ ରହିଛନ୍ତି ଯେଉଁମାନେ ହିଟ ଅଭିନେତ୍ରୀ ହୋଇଥିବା ସତ୍ତେ୍ୱ ଫିଲ୍ମ ଜଗତରୁ ଦୂରେଇ ଯାଇଛନ୍ତି । ତେବେ ଆସନ୍ତୁ ନଜର ଏଭଳି କେତୋଟି ଅଭିନେତ୍ରୀଙ୍କ ଉପରେ ଯେଉଁମାନେ ବିବାହ କରିବା ପରେ ଫିଲ୍ମ ଜଗତରୁ ଦୂରେଇ ଯାଇଛନ୍ତି ।

ଆସିନ

ଫିଲ୍ମ ‘ଗଜନୀ’ ଦ୍ୱାରା ବଲିଉଡ ଜଗତରେ ପ୍ରବେଶ କରିଥିବା ଅଭିନେତ୍ରୀ ଆସିନ ମାଇକ୍ରୋମ୍ୟାକ୍ସର ସହ- ପ୍ରତିଷ୍ଠାତା ରାହୁଲ ଶର୍ମାଙ୍କୁ ବିବାହ କରି ବଲିଉଡକୁ ବାୟେ ବାୟେ କହିଥିଲେ । ସେ ୨୦୧୫ରେ ଶେଷ ଥରକ ପାଇଁ ‘ଅଲ ଇଜ ୱେଲ ’ରେ ନଜର ଆସିଥିଲେ ।

ସୋନାଲି ବେନ୍ଦ୍ରେ

୯୦ ଦଶକର ହିଟ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ସୋନାଲି ବେନ୍ଦ୍ରେ ହେଉଛନ୍ତି ଅନ୍ୟତ୍ତମ କିନ୍ତୁ ୨୦୦୨ରେ ସୋନାଲି ଗୋଲ୍ଡି ବହଲଙ୍କୁ ବିବାହ କରିବା ପରେ ଫିଲ୍ମ ଦୁନିଆରୁ ସନ୍ୟାସ ନେଇଥିଲେ । ୨୦୧୩ ମସିହାରେ ତାଙ୍କର ଶେଷ ଫିୁଲ୍ମ ‘ୱାନସ ଅପନ ଇନ ଟାଇମ ମୁମ୍ବାଇ ଦୋବାର ’ରେ ଦାଉଦର ପତ୍ନୀ ଭୂମିକାରେ ଶେଷ ଥରକ ପାଇଁ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ତାଙ୍କୁ ଛୋଟ ପରଦାର ରିୟାଲିଟି ସୋ ମାନଙ୍କରେ ଦେଖିବାକୁ ମିଳୁଥିବା ବେଳେ ବଡ ପରଦାରେ ଆଉ ଦେଖିବାକୁ ମିଳୁ ନାହିଁ । ବର୍ତ୍ତମାନ ସେ ତାଙ୍କର ହାଇଗ୍ରେଡ କ୍ୟାନସର ଚିକିତ୍ସା ପାଇଁ ନ୍ୟୁୟର୍କରେ ଅଛନ୍ତି ।

ନମ୍ରତା ଶୀରୋଡକର

ନମ୍ରତା ୨୦୦୫ରେ ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ ବିବାହ କରିବା ପରେ ଫିଲ୍ମ ଦୁନିଆରେ ଅଭିନୟ କରିବା ଛାଡି ଦେଇଥିଲେ । ତାଙ୍କୁ ଶେଷଥର ୨୦୦୪ରେ ‘ରୋକ ସକତେ ତୋ ରୋକ ମେଁ’ ଫିଲ୍ମର ଏକ ବର୍ଣ୍ଣନାକାରୀ ହିସାବରେ ଦେଖିବାକୁ ମିଳିଥିଲା ।

ମନ୍ଧାକିନୀ

ବଲିଉଡର ସୁନ୍ଦର ଅଭିନେତ୍ରୀ ମାନଙ୍କ ମଧ୍ୟରୁ ମନ୍ଦାକିନୀ ହେଉଛନ୍ତି ଅନ୍ୟତ୍ତମ । ସେ ବି ବହୁତ ଶୀଘ୍ର ଫିଲ୍ମ ଜଗତରୁ ଦୂରେଇ ଯାଇଥିଲେ । ସେ ୧୯୯୦ରେ ମଙ୍କଙ୍କୁ ବିବାହ କରିଥିଲେ । ତାଙ୍କର ଶେଷ ଫିଲ୍ମ ମେରା ସାଥୀ (୧୯୮୫) ଥିଲା ।

ଟ୍ୱିଙ୍କିଲ ଖନ୍ନା

ଆମେ ଯଦି ବିଲିଉଡର ଖିଲାଡି ଅକ୍ଷୟ କୁମାରଙ୍କ ପତ୍ନୀ ଟ୍ୱିଙ୍କିଲ ଖନ୍ନାଙ୍କ କଥା କହିବା, ତେବେ ସେ ୨୦୦୧ରେ ବିବାହ କରିବା ପରେ ଫିଲ୍ମ ଜଗତରୁ ଦୂରେଇ ଯାଇଥିଲେ । ତାଙ୍କର ଶେଷ ଫିଲ୍ମ ‘ଲଭ କେ ଲିଏ କୁଛ ବି କରେଗା’ ୨୦୦୧ରେ ରିଲିଜ ହୋଇଥିଲା ।


Share It

Comments are closed.