ଆପଣଙ୍କ କେଶ ଝଡୁଛି କି, ତେବେ ଖାଆନ୍ତୁ ଏହି ୫ଟି ଖାଦ୍ୟ


ବର୍ତ୍ତମାନ କେଶ ଝଡିବା ଏକ ବଡ ସମସ୍ୟା ରୂପେ ଦଣ୍ଡାୟମାନ । କେଶ ଝଡା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମ୍ଭେମାନେ କିଛି ନା କିଛି ଉପାୟ ଅବଲମ୍ବନ କରିଥାଉ କିନ୍ତୁ କେଶ ଝଡିବା ସହିତ ଆମ୍ଭମାନଙ୍କର ଖାଦ୍ୟପେୟର ସାମଞ୍ଜସ୍ୟ ରହିଛି । କିଛି ସୁପର ଫୁଡସ ରହିଛି ଯାହା କେଶ ଝଡା ସମସ୍ୟାରୁ ମୁକ୍ତି ଦେବା ସହିତ ଆପଣଙ୍କୁ ସୁସ୍ଥ କେଶ ପ୍ରଦାନ କରିଥାଏ । ଏହା କେବଳ କେଶ ନୁହେଁ ସମ୍ପୂର୍ଣ୍ଣ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ତେଣୁ ଆସନ୍ତୁ ଜାଣିବା ସେହି କେତୋଟି ସୁପର ଫୁଡ ସମ୍ପର୍କରେ ।

୧. ନଟସ –

ୱାଲନଟ, ଆଲମଣ୍ଡ ଏବଂ ବାଦାମରେ ଥିବା ବାଇଓଟିନ, ଭିଟାମିନ ବି, ଓମେଗା ୩, ଫ୍ୟାଟି ଏସିଡ, ମ୍ୟାଗ୍ନେସିୟମ ଏବଂ ପ୍ରୋଟିନ କେଶର ମୂଳକୁ ଶକ୍ତିଶାଳୀ କରିବା ସହିତ ସ୍କାଲପକୁ ପୋଷଣ ଯୋଗାଇଥାଏ । ପ୍ରତିଦିନ ଖାଦ୍ୟରେ ଏହିପରି କିଛି ନଟ୍ସର ମିଶ୍ରଣରେ କେଶର ଝଡାକୁ ବନ୍ଦ କରିବା ସହିତ କେଶର ବୃଦ୍ଧିରେ ସାହାଯ୍ୟ କରିଥାଏ ।

୨. କୁଇନୱା –

କୁଇନୱା ଏକ ପ୍ରକାରର ମଞ୍ଜି ଯାହା ସମସ୍ତ ୯ଟି ଆମିନୋ ଏସିଡ ଏବଂ ପ୍ରୋଟିନରେ ଭରପୁର । ଏହି ସୁପର ଫୁଡ କେଶକୁ ପୋଷଣ ଯୋଗାଇବା ସହିତ ସ୍କାଲ୍ପକୁ ସୁସ୍ଥ ରଖିଥାଏ । ଏଥିରେ ଥିବା ଭିଟାମିନ ଇ କେଶର ଦୋ ମୁହାଁପଣକୁ ଦୂର କରିବା ସହିତ କେଶ ଝଡା ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ ।

୩. ଅଣ୍ଡା ଏବଂ ଦୁଗ୍ଧ ଜାତୀୟ ଖାଦ୍ୟ –

ଅଣ୍ଡା ଏବଂ ଦୁଗ୍ଧ ଜାତୀୟ ଉତ୍ପାଦରେ ଥିବା ଉଚ୍ଚ ପ୍ରୋଟିନ କେଶର ବୃଦ୍ଧିରେ ସାହାଯ୍ୟ କରିଥାଏ । ଦହି, ଦୁଗ୍ଧ ଏବଂ ଅଣ୍ଡାରେ ବିଭିନ୍ନ ପୋଷକ ତତ୍ତ୍ୱ ତଥା ଭିଟାମିନ ବି ୧୨, ଓମେଗା ୬ଫ୍ୟାଟି ଏସିଡ, ଆଇରନ ଏବଂ ଜିଙ୍କ ରହିଛି । ଏହାକୁ ଆପଣ ନିଜର ନିୟମିତ ଡାଏଟରେ ରଖିପାରିବେ ଯାହା ଆପଣଙ୍କୁ କେଶ ଝଡାକୁ ରୋକିବାରେ ସାହାଯ୍ୟ କରିବ ।

୪. ପାଳଙ୍ଗ ଶାଗ

ପାଳଙ୍ଗ ଶାଗରେ ଭରପୁର ପରିମାଣରେ ଭିଟାମିନ କେ, ଏ, ସି, ବି୨, ବି୬, ଇ, ମାଙ୍ଗାନିଜ , ଜିଙ୍କ, ଆଇରନ ଏବଂ ଓମେଗା ୩ ଫ୍ୟାଟି ଏସିଡ କେଶ ପାଇଁ ଖୁବ ଭଲ । ଏହା କେଶ, ସ୍କାଲ୍ପ କୁ ପୋଷଣ ଯୋଗାଇବା ସହିତ ସୁସ୍ଥ କେଶ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା ଆଣ୍ଟ-ଅକ୍ସିଡାଣ୍ଟ କେଶକୁ କ୍ଷତି କରିବାରୁ ରକ୍ଷା କରିବା ସହିତ ଭିଟାମିନ ବି ଏବଂ ସି କେଶର ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

୫. ଷ୍ଟ୍ରବେରି –

ଷ୍ଟ୍ରବେରି କେଶର ପତଳା ହେବାକୁ ରକ୍ଷା କରିଥାଏ । ଷ୍ଟ୍ରବେରିରେ ଥିବା ଇଲାନିକ ଏସିଡ କେସର ମୂଳକୁ ଶକ୍ତିଶାଳୀ କରିଥାଏ । ଏଥିରେ ଫଲିକ ଏସିଡ, ଭିଟାମିନ ବି୬ ଏବଂ ପୋଷକ ତ୍ତତତ୍ତ୍ୱ କେଶ ଝଡାକୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।


Share It

Comments are closed.