ସ୍ପ୍ରିଙ୍ଗ ୨୦୨୪ ପାଇଁ ୫ଟି ଷ୍ଟାଇଲ୍ ପରାମର୍ଶ


ଭୁବନେଶ୍ୱର: ସ୍ପ୍ରିଙ୍ଗ ବା ବସନ୍ତ ଋତୁର ଆଗମନ ହୋଇଛି ଏବଂ ଏହାସହିତ ଫ୍ୟାଶନ ଟ୍ରେଣ୍ଡର ଏକ ନୂତନ ତରଙ୍ଗ ମଧ୍ୟ ସୃଷ୍ଟି ହୋଇଛି । ଗୁଜବ ହେଉଛି ଯେ, ଭ୍ରମଣ-ଅନୁପ୍ରାଣିତ, ଗ୍ଲାମରସ ଓ ଫ୍ୟୁଚର-ଫର୍‌ୱାର୍ଡ ଲୁକ୍‌ଗୁଡିକ ଚଳିତ ବର୍ଷର ଟୋନ୍ ସ୍ଥିର କରିବାକୁ ଯାଉଛନ୍ତି । ତେଣୁ ଫ୍ଲୋରାଲରୁ ଆଗକୁ ବଢନ୍ତୁ ଏବଂ ଆସନ୍ତା ମାର୍ଚ୍ଚ ୨ ତାରିଖରେ ଭୁବନେଶ୍ୱରରେ ଓ ମାର୍ଚ୍ଚ ୯ ତାରିଖରେ ପୁନେରେ ଆୟୋଜିତ ହେବାକୁ ଥିବା ପ୍ରଥମ ବ୍ଲେଣ୍ଡର୍ସ ପ୍ରାଇଡ୍ ଗ୍ଲାସ୍‌ୱେୟାର ଫ୍ୟାଶନ ନେକ୍ସଟ୍ ଫେଷ୍ଟିଭାଲରେ ଗ୍ଲୋବାଲ ଓ ଲୋକାଲ ଷ୍ଟାଇଲ ଥିମ୍‌ଗୁଡିକର ସର୍ବେତମତାକୁ ଗ୍ରହଣ କରନ୍ତୁ । ଏହି ଫେଷ୍ଟିଭାଲରେ ନଚିକେତ ବାରଭେ ଓ ବରୁଣ ବେହେଲ ନିଜର ନୂତନ କଲେକ୍ସନକୁ ପ୍ରଦର୍ଶିତ କରିବେ ଏବଂ ସେମାନଙ୍କ ସହ ଅଭିନେତ୍ରୀ ସାନ୍ୟା ମଲ୍‌ହୋତ୍ରା ଓ ଆଦିତି ରାଓ ହାଇଦରି ଯୋଗ ଦେବେ । ଏହି ଫେଷ୍ଟିଭାଲରେ ଯୋଗ ଦେବା ସହ ୫ଟି ଅପରିହାର୍ଯ୍ୟ ଫ୍ୟାଶନ ଏସେନ୍ସିଆଲ ସାମିଲ ଥିବା ଏହି ଷ୍ଟାଇଲବୁକ୍‌ର ସହଯୋଗରେ ଷ୍ଟାଇଲର ସହ ସିଜନରେ ପ୍ରବେଶ କରନ୍ତୁ ।
ଲୋକାଲ ଟଚ୍‌: ରୋମ୍‌ରେ ଥିବା ବେଳେ ରୋମାନଙ୍କ ଭଳି କାର୍ଯ୍ୟ କର । ଗନ୍ତବ୍ୟବସ୍ଥଳୀ ବା ଉକ୍ତ ସ୍ଥାନର ସ୍ୱତନ୍ତ୍ରତାକୁ ନିଜ ପୋଷାକରେ ଅନ୍ତର୍ଭୁକ୍ତ କରି ସେଠାକାର ସମୃଦ୍ଧ ସଂସ୍କୃତିକୁ ସମ୍ମାନ ଦିଅନ୍ତୁ । ମହାରାଷ୍ଟ୍ରର ପୈଠାନିସ୍‌ର ସୂକ୍ଷ୍ମ ଶୈଳୀ ହେଉ କିମ୍ବା ଓଡିଶାର ପଟ୍ଟଚିତ୍ରର ଜୀବନ୍ତ କାରୁକାର୍ଯ୍ୟ, ନିଜର ପୋଷାକକୁ ଏକ କାନ୍‌ଭାସ ଭାବେ କାର୍ଯ୍ୟ କରିବାକୁ ଦିଅନ୍ତୁ ଯାହା ସହରର ମହତ୍ୱକୁ ଚିତ୍ରଣ କରୁଥିବ । ନିଜ ପୋଷାକରେ ଗଭୀରତା ଯୋଗ କରିା ପାଇଁ ଏହାକୁ ସ୍ଥାନୀୟ ଭାବେ ନିର୍ମିତ ଅଳଙ୍କାର ଓ ବ୍ୟାଗ୍‌ଗୁଡିକ ସହ ଆକ୍‌ସେସରାଇଜ କରନ୍ତୁ ଏବଂ ଋତୁର ଜୀବନ୍ତ ଉତ୍ସାହ ସହ ପ୍ରତିଧ୍ୱନିତ୍ୱ କରୁଥିବା ଏକ ଷ୍ଟାଇଲ ଷ୍ଟେଟ୍‌ମେଂଟ୍ ତିଆରି କରନ୍ତୁ । ନିଜର ୱାଣ୍ଡରଲଷ୍ଟ-ଅନୁପ୍ରାଣିତ ପୋଷାକରେ ଏକ ବିଳାସପୂର୍ଣ୍ଣତା ଯୋଗ କରନ୍ତୁ ଏବଂ ଆପଣ ଏକ ଟ୍ରେଣ୍ଡ- ୱାଣ୍ଡରଲ୍ୟୁକ୍ସକୁ ଗ୍ରହଣ କରିବେ ଯାହା ଚଳିତ ବର୍ଷ ଆପଣଙ୍କର ଇନ୍‌ଷ୍ଟାଗ୍ରାମ ଫିଡ୍‌କୁ ନୂଆ ସ୍ତରକୁ ନେବା ପାଇଁ ପ୍ରସ୍ତୁତ ରହିଛି ।

ମୋନୋକ୍ରୋମ ମ୍ୟାଜିକ: ମୋନୋକ୍ରୋମ ପୋଷାକର କାଳଜୟୀ ଆକର୍ଷଣ ସହିତ ନିଜର ଫ୍ୟାଶନ ପ୍ରବୃତିକୁ ଉନ୍ନତ କରନ୍ତୁ । ଆପଣ ମୁଣ୍ଡରୁ ପାଦ ଯାଏ କଳା ରଙ୍ଗର କ୍ଲାସିକ ଏଲିଗାନ୍ସକୁ ଚୟନ କରନ୍ତୁ କିମ୍ବା ସଲିଡ୍ ହ୍ୟୁର ଶୁଦ୍ଧତାକୁ ଅନ୍ୱେଷଣ କରୁଥାନ୍ତୁ, ମୋନୋକ୍ରୋମ ପୋଷାକଗୁଡିକ ନୂତନତା ନିସୃତ କରିଥାନ୍ତି । ନିଜ ଲୁକ୍‌ରେ ଗଭୀରତା ଯୋଗ କରିବା ପାଇଁ ଏକ ସିଙ୍ଗଲ ସେଡ୍‌ରେ ଟେକ୍ସଚର ଓ ସିଲ୍‌ହୌଟେ ସହ ପରୀକ୍ଷଣ କରିବା ସହ ମୋନୋକ୍ରୋମ ଫ୍ୟାଶନର ମିନିମାଲିଷ୍ଟ ଚାର୍ମ ପ୍ରତି ବାସ୍ତବ ରୁହନ୍ତୁ । ଅଭିନବ ବ୍ଲେଣ୍ଡର୍ସ ପ୍ରାଇଡ୍ ଗ୍ଲାସ୍‌ୱେୟାର ଫ୍ୟାଶନ ନେକ୍ସଟ୍ ଫେଷ୍ଟିଭାଲର ପ୍ରମୁ ବିଷୟବସ୍ତୁଗୁଡିକ ମଧ୍ୟରୁ ଗୋଟିଏରୁ ପ୍ରେରଣା ନିଅନ୍ତୁ ଏବଂ ସୁନା କିମ୍ବା ହୀରା ଆକ୍‌ସେସରି ସହିତ ନିଜ ପୋଷାକରେ କିଛି ଗ୍ଲସ୍ ଓ ଗ୍ଲାମ ଯୋଗ କରନ୍ତୁ ।

ସଷ୍ଟେନେବୁଲ ଷ୍ଟାଇଲ: ପରିବେଶ ଦାୟିତ୍ୱ ପ୍ରତି ନିଜର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରି ନିଜ ପୋଷାକରେ ସ୍ଥାୟୀ ଉପାଦାନଗୁଡିକୁ ସାମିଲ କରି ଏକ ସଚେତନ ଫ୍ୟାଶନ ଷ୍ଟେଟ୍‌ମେଂଟ ତିଆରି କରନ୍ତୁ । ଅର୍ଗାନିକ୍ କଟନ, ହେମ୍ପ କିମ୍ବା ରିସାଇକେଲ୍‌ଡ ଫ୍ୟାବ୍ରିକ ଭଳି ପରିବେଶ ଅନୁକୂଳ ସାମଗ୍ରୀଗୁଡିକରୁ ନିର୍ମିତ ପୋଷାକର ଚୟନ କରନ୍ତୁ, ନୈତିକ ଉତ୍ପାଦନ ଅଭ୍ୟାସକୂ ପ୍ରାଥମିକତା ଦିଅନ୍ତୁ । ସ୍ଥାନୀୟ କାରିଗର ଓ ପରିବେଶ ସଚେତନ ବ୍ରାଣ୍ଡଗୁଡିକୁ ସମର୍ଥନ କରନ୍ତୁ ଯାହା ସ୍ଥାୟିତ୍ୱକୁ ଗୁରୁତ୍ୱ ଦେଉଥିବ, ଏହା ଆପଣଙ୍କର ଫ୍ୟାଶନ ପସନ୍ଦ ସମୁଦାୟ ଓ ପୃଥିବୀ ପ୍ରତି ସକାରାତ୍ମକ ଭାବେ ଯୋଗ ଦେବ ବୋଲି ସୁନିଶ୍ଚିତ କରିବ । ଚିକ୍ ଅପସାଇକେଲ୍‌ଡ ପିସ୍‌ରୁ ଆରମ୍ଭ କରି ନୈତିକତା ଆଧାରରେ ଅଣାଯାଇଥିବା ଆକ୍‌ସେସରି ପର୍ଯ୍ୟନ୍ତ ଏକ ବିଚାରଧାରା ଭାବେ ସଷ୍ଟେନେବୁଲ ଷ୍ଟାଇଲକୁ ଗ୍ରହଣ କରନ୍ତୁ ଯାହା ଫ୍ୟାଶନ ପ୍ରତି ଏକ ଅଧିକ ସବୁଜ ଓ ଅଧିକ ଦାୟିତ୍ୱପୂଣର୍ଣ ଆଭିମୁଖ୍ୟ ବିକଶିତ କରିବ ।

ମିକ୍ସ ଓ ମ୍ୟାଚ୍ ପାଟର୍ଣ୍ଣ: ଏକ ଆକର୍ଷଣୀୟ ସୌନ୍ଦର୍ଯ୍ୟତା ପାଇଁ ବିଭିନ୍ନ ପାଟର୍ଣ୍ଣ ଓ ପ୍ରିଂଟ୍‌ଗୁଡିକୁ ମିଶ୍ରଣ କରିବାରୁ ନିଜକୁ ରୋକନ୍ତୁ ନାହିଁ । ବ୍ଲେଣ୍ଡର୍‌ସ ପ୍ରାଇଡ୍ ଗ୍ଲାସ୍‌ୱେୟାର ଫ୍ୟାଶନ ନେକ୍ସଟ୍‌ର ଇଂଟରଗ୍ଲାମାଟିକ୍ ଥିମରୁ ସଙ୍କେତ ନିଅନ୍ତୁ ଯାହା ଭବିଷ୍ୟତର ଫ୍ୟାଶନକୁ ଗୁରୁତ୍ୱ ଦିଏ ଏବଂ ଅଣପାରମ୍ପରିକ ସାମଗ୍ରୀ ଓ ଫ୍ୟାବ୍ରିକଗୁଡିକ ସହ ପରୀକ୍ଷଣ କରିଥାଏ । ଫ୍ଲୋରାଲ ସହ ଷ୍ଟ୍ରାଇପ୍‌କୁ ପେୟାର କରିବା ହେଉ କିମ୍ବା ଜିଓମେଟ୍ରିକ ସେପ୍ ଉପରେ ପୋଲ୍‌କା ଡଟ୍‌କୁ ଲେୟର କରିବା, ଚଳିତ ସ୍ପ୍ରିଙ୍ଗ ସିଜନରେ ଆଡ୍‌ଭେଂଚରସ୍ ହୁଅନ୍ତୁ । ମନେ ରଖନ୍ତୁ, ଫ୍ୟାଶନ, ଆତ୍ମ-ଅଭିବ୍ୟକ୍ତି ସହ ଜଡିତ, ତେଣୁ ନିଜର ପୋଷାକକୁ ନିଜର ସ୍ୱତନ୍ତ୍ର ବ୍ୟକ୍ତିତ୍ୱକୁ ବାସ୍ତବରେ ପ୍ରତିଫଳିତ ହେବାକୁ ଦିଅନ୍ତୁ ।

ୟୁନିସେକ୍ସ ଷ୍ଟେଟ୍‌ମେଂଟ୍‌: ୨୦୨୪ରେ ଫ୍ୟାଶନ ପ୍ରତିବନ୍ଧକଗୁଡିକୁ ଦୂର କରିଛି ଏବଂ ଅନ୍ତର୍ଭୁକ୍ତୀକରଣ, ସୃଜନଶୀଳତା ଦିଗରେ ଏକ ଆନ୍ଦୋଳନର ପ୍ରତିନିଧିତ୍ୱ କରିବା ସହ ଷ୍ଟେରିଓଷ୍ଟାଇପକୁ ଅତିକ୍ରମ କରିଛି । ଚଳିତ ସିଜନରେ ଆମେ ଫ୍ୟାଶନ ଓ ଷ୍ଟାଇଲ କ୍ଷେତ୍ରରେ ଅତ୍ୟାଧୁନିକ ଡିଜାଇନ ଓ ବୈପ୍ଳବିକ ବିଷୟବସ୍ତୁଗୁଡିକର ଉନ୍ମୋଚନର ଆଶା ରଖିଥିବାରୁ , ଆସନ୍ତୁ ଲିଙ୍ଗଗତ ନିୟମଗୁଡିକରୁ ଆଗକୁ ବଢିବାର ସିଦ୍ଧାନ୍ତକୁ ଗ୍ରହଣ କରିବା । ଏଭଳି ପୋଷାକ ପିନ୍ଧିବା ଯାହା ବୋଧ ହୁଏ ଷ୍ଟୋର୍‌ରେ ଆପଣଙ୍କ ସେକ୍ସନର ହୋଇନଥିବ ଏବଂ ଏଭଳି ଏକ ଷ୍ଟାଇଲ ଷ୍ଟେଟ୍‌ମେଂଟ ତିଆରି କରିବା ଯାହା ଏକ ଅଧିକ ସମାବେଶୀ ଓ ଅଭିବ୍ୟକ୍ତିଶୀଳ ଫ୍ୟାଶନ ପରିଦୃଶ୍ୟ ପାଇଁ ବାଟ ଫିଟାଇବ ।


Share It

Comments are closed.