ଜୀବନରେ ଶୀର୍ଷରେ ପହଞ୍ଚିବାକୁ ହେଲେ ଅନୁସରଣ କରନ୍ତୁ ସ୍ୱାମୀ ବିବେକାନନ୍ଦଙ୍କର ଏହି ୫ଟି ମାର୍ଗ


ସ୍ୱାମୀ ବିବେକାନନ୍ଦ ଜଣେ ଏଭଳି ବ୍ୟକ୍ତିତ୍ୱ ଥିଲେ ଯାହାଙ୍କ ଜୀବନ ପ୍ରତି ଯୁବପିଢି ସର୍ବଦା ପ୍ରଭାବିତ ଓ ପ୍ରେରିତ ହେବେ । ବିବେକାନନ୍ଦଙ୍କ ଜନ୍ମଜୟନ୍ତୀ ଅବସରରେ ଆମେ ଆପଣଙ୍କୁ ତାଙ୍କ ଜୀବନ ସହ ଜଡିତ ଏଭଳି ୫ଟି ରହସ୍ୟ ଜଣାଇବୁ ଯାହା ତାଙ୍କୁ ସବୁଦିନ ପାଇଁ ଅମର କରିଛି । ଆପଣ ମଧ୍ୟ ତାଙ୍କର ଏହି କଥାକୁ ଆପଣାଇ ନିଜ କ୍ଷେତ୍ରରେ ସଫଳତା ପାଇପାରିବେ ।
୧: ସ୍ୱାମୀ ବିବେକାନନ୍ଦଙ୍କ ବିଶ୍ୱାସ ଥିଲା, ଯେକୌଣସି କାମ କରିବା ସମୟରେ ଆପଣଙ୍କର ସମସ୍ତ ଧ୍ୟାନ ଉକ୍ତ କାର୍ଯ୍ୟ ଉପରେ ରହିବା ଉଚିତ । ଧ୍ୟାନ ନଦେଇପାରିଲେ ଆପଣ ଯାହା ବି କରନ୍ତୁ ସେଥିରେ ସଫଳ ହୋଇପାରିବେ ନାହିଁ । ଏହାକୁ ନେଇ ଏକ ମଜାଳିଆ ପ୍ରସଙ୍ଗ ରହିଛି । ସ୍ୱାମୀ ବିବେକାନନ୍ଦ ଆମେରିକାରେ ଭ୍ରମଣ କରୁଥିବା ବେଳେ ଗୋଟିଏ ସ୍ଥାନରେ ପୋଲ ଉପରେ ଠିଆ ହୋଇଥିବା କିଛି ବଙ୍କଳ ନଦୀରେ ଭାସୁଥିବା ଅଣ୍ଡା ଖୋଳପାଗୁଡିକୁ ବନ୍ଧୁକରେ ଲକ୍ଷ୍ୟ ସାଧୁଥିବାର ଦେଖିଥିଲେ । କୌଣସି ବାଳକର ଲକ୍ଷ୍ୟ ଠିକ୍ରେ ଲାଗୁନଥିଲା । ସେତେବେଳେ ସେ ଜଣେ ବାଳକଠାରୁ ବନ୍ଧୁକ ନେଇ ନିଜେ ଲକ୍ଷ୍ୟ ସାଧିଥିଲେ । ସେ ଗୋଟିଏ ପ୍ରୟାସରେ ଲକ୍ଷ୍ୟ ସାଧିଥିଲେ ଓ ତାହା ସଠିକ୍ ସ୍ଥାନରେ ଲାଗିଥିଲା । ଗୋଟିଏ ପରେ ଗୋଟିଏ ସେ ୧୨ଟି ଲକ୍ଷ୍ୟ ସାଧିଥିଲେ ଓ ସବୁ ସଠିକ୍ ଥିଲା । ବାଳକମାନେ ଆଶ୍ଚର୍ଯ୍ୟ ହୋଇ ପଚାରିଥିଲେ, ଆପଣ ଏଭଳି କେମିତି କରିପାରିଲେ? ବିବେକାନନ୍ଦ କହିଥିଲେ ‘ ତୁମେ ଯାହା ବି କର ନିଜର ସମ୍ପୂର୍ଣ୍ଣ ଧ୍ୟାନକୁ ସେହି କାମ ଉପରେ ଲଗାଅ । ଲକ୍ଷ୍ୟ ସାଧିବା ସମୟରେ ତୁମର ସମସ୍ତ ଧ୍ୟାନ କେବଳ ଲକ୍ଷ୍ୟ ଉପରେ ରହିବା ଉଚିତ । ଯାହାଫଳରେ ତୁମେ କେବେ ବିଫଳ ହେବନାହିଁ । ଯଦି ତୁମେ ପାଠ ପଢୁଛ ତେବେ ସେସମୟରେ କେବଳ ପାଠ ବିଷୟରେ ଚିନ୍ତା କର ।
୨: ସ୍ୱାମୀ ବିବେକାନନ୍ଦଙ୍କ ମତ ଥିଲା, ନିଜ ଭୟର ସାମନା କରିବା ଉଚିତ । ଥରେ ବାରାଣସୀରେ ଦୂର୍ଗା ମନ୍ଦିରରୁ ବାହାରିବା ସମୟରେ ସେଠାରେ ଥିବା କିଛି ମାଙ୍କଡ ସ୍ୱାମୀଜୀଙ୍କୁ ଘେରିଯାଇଥିଲେ । ମାଙ୍କଡ ତାଙ୍କ ପାଖକୁ ଆସି ତାଙ୍କୁ ଡରାଇଥିାଲ । ସ୍ୱାମୀଜୀ ନିଜକୁ ବଂଚାଇବା ପାଇଁ ସେଠାରୁ ଦୌଡି ପଳାଇଥିଲେ କିନ୍ତୁ ମାଙ୍କଡମାନେ ତାଙ୍କ ପିଛା ଛାଡିନଥିଲେ । ନିକଟରେ ଥିବା ଜଣେ ବୃଦ୍ଧ ସନ୍ୟାସୀ ସବୁ ଦେଖୁଥିଲେ । ସେ ସ୍ୱାମୀଜୀଙ୍କୁ ଅଟକାଇଥିଲେ ଓ ମାଙ୍କଡମାନଙ୍କୁ ସାମ୍ନା କରିବାକୁ କହିଥିଲେ । ବିବେକାନନ୍ଦ ତୁରନ୍ତ ପଛକୁ ଫେରି ମାଙ୍କଡମାନଙ୍କ ଆଡକୁ ବଢିଥିଲେ । ପରେ ସବୁ ମାଙ୍କଡ ସେଠାରୁ ପଳାଇଥିଲେ । ଏହି ଘଟଣାରୁ ସ୍ୱାମୀଜୀଙ୍କୁ ଯେଉଁ ଶିକ୍ଷା ମିଳିଥିଲା ତାହାକୁ ସେ ଅନେକ ବର୍ଷ ପରେ ଏକ ସମ୍ବୋଧନରେ କହିଥିଲେ । ସେ କହିଥିାଊ, ଯଦି ତୁମେ କାହା ପ୍ରତି ଭୟଭୀତ ହେଉଥାଅ ତେବେ ତାଙ୍କଠାରୁ ଦୌଡି ପଳାଇବା ପରିବର୍ତେ ପଛକୁ ଫେର ଓ ସାମନା କର ।


୩ : ସ୍ୱାମୀଜୀଙ୍କ କହିବା ଅନୁସାରେ, ସଫଳତା ପାଇବା ପାଇଁ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଅନୁସରଣ କଲେ କିଛି ଫାଇଦା ମିଳିବ ନାହିଁ । ଯଦି ଆପପଣ ନିଜ ଲକ୍ଷ୍ୟସ୍ଥଳ ପର୍ଯ୍ୟନ୍ତ ପହଂଚିବା ପାଇଁ ନିଜ ରାସ୍ତ ନିଜେ ପ୍ରସ୍ତୁତ କରିବ ତେବେ ତୁମକୁ ସଫଳତା ମିଳିପାରିବ । ଥରେ ଜଣେ ବ୍ୟକ୍ତି ସ୍ୱାମୀଜୀଙ୍କୁ କହିଥିଲେ, ଯେତେ ପରିଶ୍ରମ କଲେ ମଧ୍ୟ ସେ ସଫଳ ହେଉନାହାନ୍ତି । ସ୍ୱାମୀଜୀ କହିଥିଲେ, ତୁମେ ମୋ କୁକୁରକୁ ବୁଲାଇ ଆଣ । ଯେତେବେଳେ ବ୍ୟକ୍ତି ଜଣଙ୍କ କୁକୁରକୁ ନେଇ ଫେରିଥିଲେ କୁକୁରଟି ଥକି ପଡିଥିଲା କିନ୍ତୁ ବ୍ୟକ୍ତି ଜଣଙ୍କ ମୁହଁରେ ଚମକ ଥିଲା । କାରଣ ପଚାରିବାରୁ ବ୍ୟକ୍ତି ଜଣଙ୍କ କହିଥିଲେ, କୁକୁରଟି ଗଳିର ଅନ୍ୟ କୁକୁରଙ୍କ ପଛରେ ଦୌଡୁଥିଲା ଓ ମୁଁ ସିଧା ରାସ୍ତାରେ ଯାଉଥିଲି । ସ୍ୱାମୀଜୀ କହିଥିଲେ, ଏହା ହିଁ ତୁମର ଜବାବ । ତୁମେ ନିଜ ଲକ୍ଷ୍ୟସ୍ଥଳୀରେ ଯିବା ପରିବର୍ତେ ଅନ୍ୟ ପଛରେ ସବୁବେଳେ ଦୌଡିଆସୁଥିଲ ।
୪: ସ୍ୱାମୀଜୀଙ୍କ ମତରେ, ସମାଜର ଉତ୍ଥାନରେ ସମସ୍ତଙ୍କ ଯୋଗଦାନ ରହିବା ଉଚିତ । ସବୁବେଳେ ନିଜ ଉନ୍ନତି ସମ୍ପର୍କରେ ଭାବିବା ପରିବର୍ତେ କୌଣସି ନା କୌଣସି ରୂପରେ ସମାଜକୁ ମଧ୍ୟ କିଛି ଦେବା ଉଚିତ । ଭ୍ରମଣ ଓ ଭାଷଣରେ ଥକି ପଡିଥିବା ସ୍ୱାମୀଜୀ ଥରେ ନିଜ ନିବାସସ୍ଥାନକୁ ଫେରି ଥିଲେ । ସେତେବେଳେ ସେ ଆମେରିକାରେ ଜଣେ ମହିଳାଙ୍କ ଘରେ ରହୁଥିଲେ । ସେ ନିଜେ ନିଜ ଖାଦ୍ୟ ରାନ୍ଧୁଥିଲେ । ଦିନେ ରୋଷେଇ କରିବା ବେଳେ କିଛି ପିଲା ତାଙ୍କ ପାଖକୁ ଆସିଥିଲେ । ପିଲାମାନେ ଭୋକିଲା ଥିଲେ । ସ୍ୱାମୀଜୀ ନିଜର ସମସ୍ତ ରୁଟି ପିଲାମାନଙ୍କୁ ବାଂଟିଦେଇଥିଲେ । ମହିଳା ଜଣଙ୍କ ଏହା ଦେଖିବା ପରେ ପଚାରିଥିଲେ, ଆପଣ କ’ଣ ଖାଇବେଁ ସ୍ୱାମୀଜୀ ହସି କହିଥିଲେ, ମା’ ରୁଟିର ପେଟର ଜ୍ୱଳନକୁ ଶାନ୍ତ କରୁଥିବା ବସ୍ତୁ ଅଟେ, ମୋ ପେଟରେ ନହେଲା ନାହି ପିଲାମାନଙ୍କ ପେଟକୁ ତ ଶାନ୍ତ କରିବ । ଦେବାର ଆନନ୍ଦ ପାଇବାର ଆନନ୍ଦ ତୁଳନାରେ ବହୁତ ବଡ ହୋଇଥାଏ ।

୫: ସ୍ୱାମୀ ବିବେକାନନ୍ଦ ସବୁବେଳେ ସାଧାସିଧା ଜୀବନ ବିତାଉଥିଲେ । ସେ ଭୌତିକ ସାଧନରୁ ଦୂରେଇ ରହିବା ପାଇଁ ଅନ୍ୟମାନଙ୍କୁ ପ୍ରେରିତ କରୁଥିଲେ । ତାଙ୍କର ବିଶ୍ୱାସ ଥିଲା, କିଛି ହାସଲ କରିବା ପାଇଁ ଆପଣ ପ୍ରଥମେ କିଛି ତ୍ୟାଗ କରିବା ଉଚିତ ଓ ସାଧା ଜୀବନ ବିତାଇବା ଉଚିତ । ଭୌତିକବାଦୀ ଚିନ୍ତାଧାରା ଆପଣଙ୍କୁ ଲୋଭୀ କରିଥାଏ ଏବଂ ଏହି କାରଣରୁ ଆପଣ ନିଜ ଲକ୍ଷ୍ୟ ପଥରୁ ବିଚ୍ୟୁତ ହୁଅନ୍ତି । ଥରେ ବିଦେଶଗ ଗସ୍ତ ବେଳେ ଲୋକେ ତାଙ୍କ ଗେରୁଆ ବସ୍ତ୍ର ଓ ପଗଡି ଦେଖି ପଚାରିଥିଲେ ଆପଣଙ୍କ ବାକି ଜିନିଷ କେଉିଁ ଅଛି? ସ୍ୱାମୀଜୀ କହିଥିଲେ, ବାସ୍ ଏହା ହିଁ ମୋର ସବୁକିଛି । କିଛି ଲୋକ ବ୍ୟଙ୍ଗରେ କହିଥିଲେ, ଏହା ଆପଣଙ୍କର କିଭଳି ସଂସ୍କୃତି? ଦେହରେ କେବଳ ଗୋଟିଏ ଗେରୁଆ ଚାଦର ଘୋଡାଇ ହୋଇ ରହିଛନ୍ତି! ଏହାର ଜବାବରେ ସ୍ୱାମୀ କହିଥିଲେ, ଆମ ସଂସ୍କୃତି ଆପଣଙ୍କଠାରୁ ଭିନ୍ନ । ଆପଣଙ୍କ ସଂସ୍କୃତିର ନିର୍ମାଣ ଆପଣଙ୍କ ଦରଜି କରିଥାନ୍ତତ କିନ୍ତୁ ଆମ ସଂସ୍କୃତିର ନିର୍ମାଣ ଆମ ଚରିତ୍ର କରିଥାଏ । ସଂସ୍କୃତି ବସ୍ତରରେ ନୁହେଁ ବରଂ ଚରିତ୍ରରେ ବିକଶିତ ହୁଏ ।


Share It

Comments are closed.