ବିଭିନ୍ନ ପ୍ରକାରର ସମସ୍ୟାରୁ ମୁକ୍ତି ପାଇଁ ଖାଲି ପେଟରେ ପିଅନ୍ତୁ ଅଁଳା ଜୁସ
ଭାରତରେ ଉପଲବ୍ଧ ହେଉଥିବା ଫଳ ମଧ୍ୟରେ ଅଁଳା ଅନ୍ୟତମ । ଏହାର ବହୁ େଓøଷଧିୟ ଗୁଣ ରହିବା ସହିତ ଏହି ବିଭିନ୍ନ ପ୍ରକାର ପୂଜା ପର୍ବାଣିରେ ବ୍ୟବହୃତ ହୁଏ । ଏହା ଭିଟାମିନ ସି , ଆଣ୍ଟି-ବ୍ୟାକ୍ଟେରିଆର ଉତ୍ତମ ସ୍ରୋତ । ଅଁଳା ହଜମ କ୍ରିୟାରେ ସାହାଯ୍ୟ କରିବା ସହିତ ସୁସ୍ଥ ଏବଂ ଚମକଦାର ତ୍ୱଚା ପ୍ରଦାନ କରିଥାଏ । ଏହାର ପିତା ସ୍ୱାଦ ପ୍ରାୟତଃ ସମସ୍ତଙ୍କୁ ପସନ୍ଦ ଆସିନଥାଏ କିନ୍ତୁ ଏହା ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ଖୁବ ଉପକାରୀ ଅଟେ । ସ୍ୱତନ୍ତ୍ରଭାବେ ଖାଲିପେଟରେ ଅଁଳା ଜୁସ ପିଇବା ଦ୍ୱାରା ଅତ୍ୟଧିକ ଲାଭଦାୟକ ହୋଇଥାଏ । ଆସନ୍ତୁ ଜାଣିବା ଖାଲିପେଟରେ ଅଁଳା ଜୁସ ମିଳିବା ଦ୍ୱାରା କଣ ମିଳିଥାଏ ସୁଫଳ ।
୧. ଓଜନ ହ୍ରାସରେ ସହାୟକ ହୋଇଥାଏ – ଅଁଳାକୁ ଖାଲି ପେଟରେ ଖାଇବା ଦ୍ୱାରା ଏହା ହଜମ କ୍ରିୟାରେ ସାହାଯ୍ୟ କରିଥାଏ ଏବଂ ମେଟାବୋଲିଜିମ ବୃଦ୍ଧି କରିଥାଏ । ଏହା ଶରୀରରେ କୋଲେଷ୍ଟ୍ରଲର ମାତ୍ରା କମ କରିଥାଏ ।
୨. ଟକ୍ସିନ ବାହାର କରିଥାଏ – ଖାଲି ପେଟରେ ଅଁଳା ଜୁସ ପିଇବା ଦ୍ୱାରା ଶରୀରର ସମସ୍ତ ଟକ୍ସିନ ପରିସ୍ରା ଦ୍ୱାରା ବାହାରି ଯାଇଥାଏ । ଏହା ମଧ୍ୟ କିଡନୀ ଷ୍ଟୋନକୁ ଶରୀରରୁ ବାହାର କରିବାରେ ସାହାଯ୍ୟ କରିଥାଏ ।
୩. ଦୃଷ୍ଟି ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ – ଅଁଳାରେ ଥିବା କ୍ୟାରୋଟିନ ଦୃଷ୍ଟି ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଆଖିର ସଂକ୍ରମଣ ହୋଇଥିଲେ ଆପଣ ପ୍ରତିଦିନ ଅଁଳା ଜୁସ ପିଇବା ଦ୍ୱାରା ଏହା ଭଲ ହୋଇଥାଏ ।
୪. ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ – ସକାଳୁ ଖାଲି ପେଟରେ ଅଁଳା ଜୁସ ପିଇବା ଦ୍ୱାରା ଏହା ସମ୍ପୂର୍ଣ୍ଣ ଦିନ ପାଇଁ ଶକ୍ତି ପ୍ରଦାନ କରିଥାଏ । ଏହା ଏକ ଶକ୍ତି ବର୍ଦ୍ଧକ ଜୁସ ପରି ସାହାଯ୍ୟ କରିଥାଏ ।
୫. ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ – ଅଁଳା ଭିଟାମିନ ସିର ଉତ୍ତମ ସ୍ରୋତ ହୋଇଥିବାରୁ ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଏହା କମଳା ଠାରୁ ଅଧିକ ଭିଟାମିନ ସି ରହିଛି । ଏହା ବିଭିନ୍ନ ବ୍ୟାକ୍ଟେରିଆଲ ସଂକ୍ରମଣ ଏବଂ ଭାଇରାଲ ସଂକ୍ରମଣରୁ ସାହାଯ୍ୟ କରିଥାଏ ଏବଂ ବହୁ ପ୍ରକାରର ରୋଗରୁ ମୁକ୍ତି ପ୍ରଦାନ କରିଥାଏ ।
Comments are closed.