ନିକିଙ୍କ ପୂର୍ବରୁ ଏହି ୫ ଜଣ ଅଭିନେତାଙ୍କ ସହ ଲିଭ-ଇନ ସମ୍ପର୍କରେ ଥିଲେ ପ୍ରିୟଙ୍କା


ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ତାଙ୍କର ୩୫ତମ ଜନ୍ମ ଦିନ ପାଳନ କରୁଛନ୍ତି । ବର୍ତ୍ତମାନ ପ୍ରିୟଙ୍କା ଆମେରିକାର ଗାୟକ ନିକି ଜୋନସ ସହ ଗଢି ଉଠିଥିବା ସମ୍ପର୍କ ଉପରେ ଯଦି ଚର୍ଚ୍ଚା କରିବା ତେବେ ପ୍ରିୟଙ୍କା ୩୫ ବର୍ଷରେ ପାଦ ଥାପି ଥିବାବେଳେ ନିକିଙ୍କୁ ବର୍ତ୍ତମାନ ୨୫ ବର୍ଷ ହୋଇଛି । ନିକି ପ୍ରିୟଙ୍କା ଠାରୁ ୧୦ ବର୍ଷ ସାନ ଅଟନ୍ତି । ପ୍ରିୟଙ୍କା ଜନ୍ମ ଦିନ ଅବସରରେ ତେବେ ଆସନ୍ତୁ ଜାଣିବା ନିକିଙ୍କ ପୂର୍ବରୁ ଦେଶୀ ଗାର୍ଲ କାହାକୁ କାହାକୁ ନିଜ ହୃଦୟ ଦେଇ ବସିଥିଲେ ।

ପ୍ରିୟଙ୍କା ଏବଂ ଶାହାରୁଖ ଖାନ ଉପରେ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟ ଫିଲ୍ମ ‘ଡନ’ର ସୁଟିଙ୍ଗ ସମୟରେ ପାଖାପାଖି ହୋଇଥିଲେ । ସେହି ସମୟରେ ଉଭୟଙ୍କୁ ଏକା ସାଙ୍ଗରେ ଦେଖିବାକୁ ମିଳୁଥିଲା । କିନ୍ତୁ ଯେତେବେଳେ ଏହି ଖବର ଶାହାରୁଖଙ୍କ ପତ୍ନୀ ଗୌରି ଖାନଙ୍କୁ ଜଣା ପଡିଲେ ତେବେ ଗୌରି ପ୍ରିୟଙ୍କାଙ୍କୁ ନିଜ ଘରକୁ ଡାକି ଶାହାରୁଖ ଠାରୁ ଦୂରେଇ ରହିବା ପାଇଁ ଚେତାବନୀ ଦେଇଥିଲେ । ଏହା ପରେ ପ୍ରିୟଙ୍କା ଶାହାରୁଖ ଠାରୁ ଦୂରେଇ ଜାଇଥିଲେ । ଏହା ପରେ ଉଭୟ ପରସ୍ପର ଠାରୁ ସମସ୍ତ ଯୋଗାଯୋଗ ମଧ୍ୟ ଛିହ୍ନ କରିଥିଲେ ।

ପ୍ରିୟଙ୍କା ଚୋପ୍ରା ନାମ ଅକ୍ଷୟ କୁମାରଙ୍କ ସହ ମଧ୍ୟ ଯୋଡିହେଇଥିଲା । ଉଭୟ ଏକାଠି ‘ଅନ୍ଦାଜ’, ‘ମୁଜ ସେ ସାଦି କରୋଗେ’, ‘ଏତରାଜ’ ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । ପରିସ୍ଥିତି ଏଭଳି ସୃଷ୍ଟି ହୋଇଯାଇଥିଲା ଅକ୍ଷୟ ପତ୍ନୀ ଟ୍ୱିଙ୍କିଲ ବାଧ୍ୟ ହୋଇ ପ୍ରିୟଙ୍କାଙ୍କୁ ଅକ୍ଷୟଙ୍କ ସହ କାମ ନକରିବା ପାଇଁ ମନା କରିଥିଲେ ।

ପ୍ରିୟଙ୍କା ଏବଂ ହରମନଙ୍କୁ ‘ଲଭ ଷ୍ଟୋରି ୨୦୫୦’ରେ ଏକାଠି ଦେଖିବାକୁ ମିଳିଥିଲା । ସେହି ସମୟରେ ଅନେକ ଜାଗାରେ ଉଭୟଙ୍କୁ ଏକାଠି ମିଳିମିଶା କରୁଥିବାର ଦେଖିବାକୁ ମିଳିଥିଲା ବେଳେ ପରେ ସେମାନଙ୍କ ମଧ୍ୟରେ ଗଢି ଉଠିଥିବା ପ୍ରେମ ସମ୍ପର୍କର ମଧ୍ୟ ଚର୍ଚ୍ଚା ଉଠିଥିଲା । ଏହି ଫିଲ୍ମରେ ସୁପର ଫ୍ଲପ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଧିରେ ଧିରେ ଦୂରତା ବଢିବାକୁ ଲାଗିଥିଲା ।

ସାହିଦ ଏବଂ ପ୍ରିୟଙ୍କା ଉଭୟ ପରସ୍ପର ପରସ୍ପର କୁ କୋ-ଷ୍ଟାର କହୁଥିବା ବେଳେ କିନ୍ତୁ କେତେକ ସମୟରେ ଉଭୟଙ୍କୁ ଡେଟ କରୁଥିବାର ମଧ୍ୟ ନଜର ମିଳିଥିଲା । ମିଳିଥିବା ସୂଚନା ମୁତାବକ ଯେତେବେଳେ ଆୟକର ବିଭାଗ ପ୍ରିୟଙ୍କାଙ୍କ ଘରେ ରେଡ କରିବା ପାଇଁ କବାଟ ଠକ ଠକ କରିଥିଲେ ସେହି ସମୟରେ କବାଟକୁ ସାହିଦ କପୁର ଖୋଲିଥିବାର ଆୟକର କର୍ମଚାରୀ ମାନେ ଦେଖିଥିଲେ ।

ପ୍ରିୟଙ୍କାଙ୍କ ନାମ ହଲିଉଡ ଷ୍ଟାର ଗେରାଡି ବଟଲରଙ୍କ ସହ ମଧ୍ୟ ଯୋଡିଥିଲେ । ଗେରାଡି ବଟଲର ଯେବେ ଭାରତ ଆସିଥିଲେ ତେବେ ସାଙ୍ଗେ ସାଙ୍ଗେ ପ୍ରିୟଙ୍କାଙ୍କୁ ଭେଟ କରିବା ପାଇଁ ତାଙ୍କ ସୁଟିଙ୍ଗ ସେଟକୁ ପଳାଇ ଆସିଥିଲେ । ଏହା ବି ମଧ୍ୟ ଚର୍ଚ୍ଚା ହୋଇଥିଲା ଗେରାଡି ବଟଲର ଭାରତରେ କୌଣିସ ହୋଟେଲରେ ରାତ୍ରି ଯାପନ କରିନଥିଲେ ବରଂ ପ୍ରିୟଙ୍କାଙ୍କ ଘରେ ରହିଥିଲେ । ତାଙ୍କ ଆସିବାର ଖୁସିରେ ପ୍ରିୟଙ୍କା ନିଜ ଘରେ ପାର୍ଟି ମଧ୍ୟ ଦେଇଥିଲେ ।


Share It

Comments are closed.