ସୁସ୍ଥ ଜାବନ ପାଇଁ ନିଜ ଖାଦ୍ୟରେ ନିଶ୍ଚିନ୍ତ ଭାବେ ସାମିଲ କରନ୍ତୁ ଏହି ୫ପ୍ରକାରର ସୁପରଫୁଡ

Share It

ଭାରତରେ ଉପଲବ୍ଧ ହେଉଥିବା ସମସ୍ତ ଆଞ୍ଚଳିକ ଖାଦ୍ୟ ଉପାଦାନର କୌଣସି ନା କୌଣସି ବିଶେଷତା ରହିଛି । କିଛି ଖାଦ୍ୟ ଶରୀର ପାଇଁ ଖୁବ ହିତକର ଏବଂ ସ୍ୱାସ୍ଥ୍ୟ ଉପଯୋଗୀ ହୋଇଥାଏ । ଏହା ତ୍ୱଚା, କେଶ , ଓଜନ ହ୍ରାସ କରିବାରେ ଏବଂ ଆଭ୍ୟନ୍ତରୀଣ ଅଙ୍ଗ ପ୍ରତ୍ୟଙ୍ଗ ପାଇଁ ଖୁବ ଲାଭଦାୟକ ହୋଇଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ । ଆପଣ ନିଜ ପାଖରେ ଏହି ସମସ୍ତ ଉପାଦାନ ପାଇଲେ ମଧ୍ୟ ଏହାକୁ ଉପକାରିତା ସମ୍ପର୍କରେ ଆମ୍ଭେମାନେ ଜାଣି ନଥାଉ । ଏବଂ ଏହାକୁ ଆମ୍ଭେମାନେ ସାଧାରଣ ଭାବେ ସୁପରଫୁଡ କହିଥାଉ । ଏହା ସହଜରେ ଆଞ୍ଚଳିକଭାବେ ଉପଲବ୍ଧ ହୋଇଥାଏ ଏବଂ କୌଣସି ବେଶି ମୂଲ୍ୟ ଦେବାକୁ ପଡିନଥାଏ । ଆସନ୍ତୁ ଜାଣିବା ସେହି ୫ଟି ସୁପର ଫୁଡ ସମ୍ପର୍କରେ ।
୧. ପଣସ – ପଣସ ଏକ ଆଞ୍ଚଳିକ ପରିବା ହୋଇଥିବା ବେଳେ ଏହା ଖରାଦିନେ ସହଜରେ ବଜାରରେ ଉପଲବ୍ଧ ହୋଇଥାଏ । ଏହା ଫର୍ଟଲିଟି ବୃଦ୍ଧି କରିବା ପାଇଁ ଏକ ଉତ୍ତମ ଖାଦ୍ୟ ଅଟେ । ବହୁ କମ ଓଜନ ଥିଲେ ଆପଣ ପଣସ ଖାଇବା ଦ୍ୱାରା ଏକ ସୁସ୍ଥକର ଓଜନ ବଢାଇପାରିବେ । ଆପଣ କଞ୍ଚା କିମ୍ବା ପାଚିଲା ଉଭୟ ପଣସ ନିଜ ଖାଦ୍ୟରେ ସାମିଲ କରିପାରିବେ । ଏହାର ମଞ୍ଜି ମଧ୍ୟ ଏକ ପ୍ରକାରର ସୁପରଫୁଡ ଅଟେ । ମଞ୍ଜିରେ ଆଇରନର ମାତ୍ରା ଖୁବ ଅଧିକ ରହିଥାଏ । ଏବଂ ଏହାର ପତ୍ରରେ ବହୁ ସମୟରେ ଖାଦ୍ୟ ପ୍ରସ୍ତୁତ ହେଉଥିବାର ଆପଣ ଦେଖୁଥିବେ ତାହା ରୋଗ ପ୍ରତିରେଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ପଣସ ଗଟ ବ୍ୟକ୍ଟେରିଆକୁ ନିୟନ୍ତ୍ରଣରେ ରଖିବା ସହିତ କ୍ୟାନସର ସେଲକୁ ମାରିବାରେ ସାହାଯ୍ୟ କରିଥାଏ ।
୨. ମୁଗ – ସମସ୍ତ ପ୍ରକାରର ଡାଲି ମଧ୍ୟରେ ମୁଗ ହେଉଛି ଶ୍ରେଷ୍ଠ । ଏଥିରେ ଆଇରନ, ଫୋଲେଟ, ଭିଟାମିନ ବି୬, ଫାଇବରର ମାତ୍ରା ଭରପୁର ମାତ୍ରାରେ ରହିଛି । ଏହା ଶରୀରକୁ ଶକ୍ତିଶାଳୀ କରିବା ସହିତ ସହଜରେ ହଜମ କରିଥାଏ । ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ଏବଂ ମାଂସପେଶୀର ବୃଦ୍ଧିରେ ସାହାଯ୍ୟ କରିଥାଏ । ଆୟୁର୍ବେଦ ଅନୁଯାୟୀ ମୁଗ ଡାଲିର ସିଝା ପାଣି କ୍ୟାଲସିୟମର ଏକ ଉତ୍ତମ ସ୍ରୋତ ଅଟେ । ଏହା ଛୋଟ ପିଲାଙ୍କ ମଧ୍ୟରେ ହଜମ କ୍ରିୟା ସହଜ କରିଥାଏ ଏବଂ ଓଜନ ବୃଦ୍ଧିରେ ସାହାଯ୍ୟ କରିଥାଏ ଏବଂ ଦୃଷ୍ଟି ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।
୩. ଲେମ୍ବୁ – ଲେମ୍ବୁ ସର୍ବଦା ସମସ୍ତଙ୍କ ରୋଷେଇ ଘରେ ଉପଲବ୍ଧ ହୋଇଥାଏ । ୟୁରିକ ଏସିଡ ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ କେବଳ ଲେମ୍ବୁ ରସ ନୁହେଁ ବରଂ ଲେମ୍ବୁର ଚୋପା ମଧ୍ୟ ଖୁବ ଉପଦାୟି । ଲେମ୍ବୁ ଚୋପାରେ ଲେମ୍ବୁ ତୁଳନାରେ ଅଧିକ ଭିଟାମିନ-ସି ରହିଥାଏ । ପେଟ ଦରଜ, ପେଟର ବିଭିନ୍ନ ସମସ୍ୟା ଏବଂ ଓଜନ ହ୍ରାସ କରିବା ପାଇଁ ଆପଣ ଲେମ୍ବୁକୁ ଖାଇପାରିବେ । ଏହା ଛୋଟ ପିଲାମାନଙ୍କ କ୍ଷେତ୍ରରେ ଖାଦ୍ୟର ରୁଚିକୁ ବଢାଇବା ସହିତ ଖାଦ୍ୟରେ ସ୍ୱାଦ ମିଶ୍ରଣ କରିଥାଏ । ହାଲକା ଉଷୁମ ଜଳରେ ଅଦା ରସ ଏବଂ ଲେମ୍ବୁ ରସ ମିଶାଇ ପିଇବା ଦ୍ୱାରା ଓଜନ ହ୍ରାସରେ ସାହାଯ୍ୟ କରିଥାଏ । ଏହା ମଧ୍ୟ ଆପଣଙ୍କ କେଶରେ ଲଗାଇବା ଦ୍ୱାରା ରୁପି ସମସ୍ୟାରୁ ମୁକ୍ତି ପାଇପାରିବେ ।
୪. ସଜନାଶାଗ – ସଜନାଶାଗ ଅନ୍ୟ ସମସ୍ତ ଶାଗ ମଧ୍ୟରେ ଏକ ସୁପରଫୁଡ ଅଟେ । ଏଥିରେ ପାଳଙ୍ଗ ଠାରୁ ଅଧିକ ପରିମାଣର ଆଇରନ ରହିଛି । ସଜନାଶାଗ ଏବଂ ସଜନାଛୁଇଁ କ୍ୟାଲସିୟମର ଏକ ଉତ୍ତମ ସ୍ରୋତ ଅଟେ । ଏହା ଉଚ୍ଚ ରକ୍ତ ଚାପର ରୋଗୀମାନଙ୍କ ପାଇଁ ଏକ ଉତ୍ତମ େଓøଷଧ ଅଟେ । ଆପଣ ସକାଳୁ ଖାଲି ପେଟରେ ଗୋଟିଏ ଚାମଚ ସଜନାଶାଗର ରସ ଉଷୁମ ପାଣି ସହିତ ପିଇପାରିବେ । ଆପଣ ଦୀର୍ଘ ଦିନ ପର୍ୟ୍ୟନ୍ତ ଏହାକୁ ଶୁଖାଇ ଗୁଣ୍ଡ କରି ରଖିପାରିବେ ।
୫. ଆମ୍ବ – ଖରାଦିନେ ସହଜରେ ବଜାରରେ ଉପଲବ୍ଧ ହେଉଥିବା ସୁପରଫୁଡ ମଧ୍ୟରେ ଅନ୍ୟତମ ହେଉଛି ଆମ୍ବ । ଏହା ଖାଇବାକୁ ଯେପରି ସ୍ୱାଦିଷ୍ଟ ସେହିପରି ସୁସ୍ଥକର ଅଟେ । କେବଳ ଆମ୍ବ ନୁହେଁ ବରଂ ଆମ୍ବର ବିଭିନ୍ନ ଅଂଶ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ଅଟେ । ଆମ୍ବର ପତ୍ର ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିଥାଏ ଏବଂ ଆମ୍ବ ଗଛର ଚୋପାକୁ ସିଝାଇ ପିଇବା ଦ୍ୱାରା ଡାଇରିଆ ଭଲ ହୋଇଥାଏ । ନିମ୍ନ ହିମୋଗ୍ଲୋବିନ ଯୁକ୍ତ ବ୍ୟକ୍ତି ପ୍ରତିଦିନ ପାଚିଲା ଆମ୍ବର ସେବନ ଦ୍ୱାରା ହିମୋଗ୍ଲୋବିନର ନିୟନ୍ତ୍ରଣ କରାଯାଇପାରିବ । ଏହା ଋତୁକାଳିନ ଫଳ ହୋଇଥିବାରୁ ଏହା ଏକ ଉତ୍ତମ ସୁପରଫୁଡ ଅଟେ । କଞ୍ଚା ଆମ୍ବରେ ପ୍ରସ୍ତୁତ ଆମ ପନ୍ନା ଶରୀରକୁ ଥଣ୍ଡା କରିଥାଏ ଏବଂ ପାଚିଲା ଆମ୍ବ ଶରୀରକୁ ଗରମ କରିଥାଏ । ଶୁଖିଲା ଆମ୍ବର ଗୁଣ୍ଡରୁ ପ୍ରସ୍ତୁତ ଆମଚୁର ପାଉଡର ସମସ୍ତ ପ୍ରକାରର ଖାଦ୍ୟର ସ୍ୱାଦ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।


Share It

Comments are closed.