ଦିନିକିଆରେ ସର୍ବାଧିକ ଛକା ମାରିଥିବା ଖେଳାଳୀଙ୍କ ବିଷୟରେ ଜାଣନ୍ତୁ


ରୋହିତ ଶର୍ମା ଗତ ଦେଢ ବର୍ଷ ମଧ୍ୟରେ ନିଜ ଖେଳିବାର ଶୈଳୀରେ ଅନେକ ପରିବର୍ତ୍ତନ କରିଛନ୍ତି । ପ୍ରଥମେ ରୋହିତ ସେଟ ହେବା ପାଇଁ ସମୟ ନେଉଥିଲେ କିନ୍ତୁ ବର୍ତ୍ତମାନ ପ୍ରଥମ ଓଭରରୁ ଆକ୍ରମଣାତ୍ମକ ଖେଳିବା ଆରମ୍ଭ କରିଦେଉଛନ୍ତି । କେବଳ ଏଥିପାଇଁ ବିପକ୍ଷ ବୋଲିଂ ଟିମ ପ୍ରଥମରୁ ହିଁ ପ୍ରେସରରେ ପଳାଇଆସେ । ରୋହିତ ବର୍ତ୍ତମାନ ଛକା ମାରିବା ତାଲିକାରେ ବହୁତ ଜୋରସେ ଆଗକୁ ବଢୁଛନ୍ତି । ସେ ଖୁବ ଶୀଘ୍ର ଦିନିକିଆରେ ସର୍ବାଧିକ ଛକା ମାରିଥିବା ଖେଳାଳୀ ହୋଇଯିବେ । ଦିନିକିଆରେ ସର୍ବାଧିକ ଛକା ମାରିଥିବା ଖେଳାଳୀଙ୍କ ବିଷୟରେ ଜାଣନ୍ତୁ ।
ସାହିଦ ଆଫ୍ରିଦି – ୩୫୧ ଛକା
ପାକିସ୍ତାନର ପୂର୍ବତ୍ତନ ଅଧିନାୟକ ସାହିଦ ଆଫ୍ରିଦି ଦିନିକିଆରେ ସର୍ବାଧିକ ଛକା ମାରିଥିବା ଖେଳାଳୀ ଅଟନ୍ତି । ସେ ୧୯୯୬ରୁ ୨୦୧୫ ମଧ୍ୟରେ ୩୯୮ ଦିନିକିଆ ଖେଳି ୩୫୧ ଛକା ମାରିଛନ୍ତି ।
ରୋହିତ ଶର୍ମା – ୩୩୧ ଛକା
ଏହି ସ୍ଥାନରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ରୋହିତ । ରୋହିତ ବର୍ତ୍ତମାନ ପର୍ଯ୍ୟନ୍ତ ୨୬୫ ଦିନିକିଆ ଖେଳି ୩୩୧ ଛକା ମାରିଛନ୍ତି । ୨୦୦୭ ଦିନିକିଆରେ ପଦାର୍ପଣ କରିଥିବା ରୋହିତ ୨୦୧୩ରୁ ନିୟମିତ ଭାବେ ଭାରତୀୟ ଦଳ ପାଇଁ ଓପନିଙ୍ଗ କରିଆସୁଛନ୍ତି । ଆଉ ମାତ୍ର ୨୧ଟି ଛକାରେ ସେ ଆଫ୍ରିଦିଙ୍କ ସମକକ୍ଷ ହେବେ ।
କ୍ରିସ ଗେଲ – ୩୩୧ ଛକା
ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଭାବେ ପରିଚିତ କ୍ରିସ ଗେଲ ୩୦୧ଟି ମ୍ୟାଚରେ ୨୯୪ଟି ଇନିଂସ ଖେଳି ୩୩୧ଟି ଛକା ମାରିଛନ୍ତି । ୨୦୧୯ ପର ଠାରୁ ସେ ଆଉ ୱେଷ୍ଟଇଣ୍ଡିଜ ଦଳ ପାଇଁ ଖେଳିବାକୁ ସୁଯୋଗ ପାଇନଥିଲେ ।
ସନଥ ଜୟସୁରିଆ – ୨୭୦ ଛକା
ଶ୍ରୀଲଙ୍କାର ଓପନର ସନଥ ଜୟସୁରିଆ ସେହି ସମୟର ସବୁଠାରୁ ବିଧ୍ୱସିଂ ବ୍ୟାଟ୍ସମ୍ୟାନ ଭାବେ ପରିଚିତ ଥିଲେ । ସେତେବେଳେ ତାଙ୍କ ଷ୍ଟ୍ରାଇକରେଟ ୯୦ର ଅଧିକ ଥିଲା । ଜୟସୁରିଆଙ୍କ ନାମରେ ୨୭୦ ଛକା ମାରିବାର ରେକର୍ଡ ରହିଛି । ସେ ୧୯୮୯ରେ ପଦାର୍ପଣ କରିଥିବାବେଳେ ୨୦୧୧ରେ ଶେଷ ମ୍ୟାଚ ଖେଳିଥିଲେ ।
ଏମଏସ ଧୋନି ୨୨୯ ଛକା
ରୋହିତଙ୍କ ପୂର୍ବରୁ ଭାରତର ସବୁଠାରୁ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନାମ ସବୁଠାରୁ ଅଧିକ ଛକା ମାରିବାର ରେକର୍ଡ ରହିଛି । ଧୋନି ୨୦୧୯ରେ ନିଜର ଶେଷ ମ୍ୟାଚ ଖେଳିଥିଲେ ।


Share It

Comments are closed.