ରାଜ୍ୟରେ କାଳବୈଶାଖୀ ତାଣ୍ଡବ

Share It

ରାଜ୍ୟର ଅଧିକାଂଶ ଜିଲାରେ ସେମାମବାର କାଳବୈଶାଖୀ ତାଣ୍ଡବ ରଚିଛି। ଘଡ଼ଘଡ଼ି ବିଜୁଳି ସହ କୁଆପଥର ବର୍ଷା ଜନଜୀବନକୁ ପ୍ରଭାବିତ କରିଛି। ରାଜ୍ୟର କେତେକ ଜିଲାରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ପବନ ବହିଥିବାବେଳେ ଅନ୍ୟ କେତକ ସ୍ଥାନରେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ଛୁଇଁଛି। ବିଶେଷକରି ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଭଦ୍ରକ, ବାଲେଶ୍ୱର, ଢ଼େଙ୍କାନାଳ, ବରଗଡ଼, କୋରାପୁଟ, ରାୟଗଡ଼ା, କଟକ, ଯାଜପୁର କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ଦେବଗଡ଼, ଅନୁଗୁଳ ଆଦି ଜିଲାରେ ଅପରାହ୍ନରୁ ଝଡ଼ବର୍ଷା ଆରମ୍ଭ ହୋଇଯାଇଥିଲା। ଟ୍ବିନ୍‌ ସିଟି କଟକ ଭୁବପେଶ୍ୱରରେ ମଧ୍ୟ ବିଜୁଳି ଓ ଘଡ଼ଘଡ଼ି ସହ ଝଟକା ପବନ ଲୋକଙ୍କୁ ଭୟଭୀତ କରିଥିଲା। ୬୦ର ୭୦ କିମି ବେଗରେ ପବନ ବହିବା ସହ ପ୍ରବଳ ବର୍ଷିଥିଲା। ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁସାରେ, ସୋମବାର ସନ୍ଧ୍ୟାସୁଦ୍ଧା ନୂଆପଡ଼ାରେ ୮.୦ ମିମି, ରାୟଗଡ଼ାରେ,୩.୦ ମିମି, ବାଲେଶ୍ୱରରେ ୨.୬ ମିମି, ପାରଳାଖେମୁଣ୍ଡି ଓ ଅନୁଗୁଳରେ ୨. ମିମି ଓ ଢ଼େଙ୍କାନାଳରେ ୧,୪ ମିମି ବର୍ଷା ରେକର୍ଡ କରାଯାଇଥିଲା। ମଙ୍ଗଳବାର ମଧ୍ୟ ଏହିସବୁ ଜିଲାଗଉଡ଼ିକରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ରହିଥିବାରୁ ସମ୍ପୃକ୍ତ ଜିଲାଗୁଡ଼ିକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ଅନ୍ୟପଟେ ରାଜ୍ୟର ଦକ୍ଷିଣ ଉପକୂଳବର୍ତ୍ତୀ ଜିଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସୋମବାର ସର୍ବାଧିକ ତାପମାତ୍ରା ପ୍ରାୟ ୪ ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ପାଇଛି। ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ପ୍ରାୟ ୫ରୁ ୧୨ ଡିଗ୍ରୀ ସେଲସିୟସ୍‌ ହ୍ରାସ ପାଇଛି। ଉପକୂଳବର୍ତ୍ତୀ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ, ଉତ୍ତର ଉପକୂଳବର୍ତ୍ତୀ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରାୟ ୨ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ବୃଦ୍ଧି ପାଇଛି I ସେହିପରି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ବଲାଙ୍ଗୀର ଜିଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଉଷ୍ମ ରାତ୍ରି ଅନୁଭୂତ ହୋଇଥିଲା। ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୫ରୁ ୮ ଡିଗ୍ରୀ ସେଲସିୟସ କମ୍‌ ଥିଲା, ଉତ୍ତର ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ବାଭାବିକଠାରୁ ପ୍ରାୟ ୪ ଡିଗ୍ରୀ ସେଲସିୟସ କମ ଥିଲା, ଦକ୍ଷିଣ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସ୍ବାଭାବିକଠାରୁ ପ୍ରାୟ ୫ ଡିଗ୍ରୀ ସେଲସିୟସ ଅଧିକ , ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସ୍ବାଭାବିକଠାରୁ ପ୍ରାୟ ୨ ଡିଗ୍ରୀ ସେଲସିୟସ ଅଧିକ ଥିଲା, ଉତ୍ତର ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ବାଭାବିକଠାରୁ ପ୍ରାୟ ୨ ଡିଗ୍ରୀ ସେଲସିୟସ କମଥିବାବେଳେ ଏବଂ ରାଜ୍ୟର ଅନ୍ୟାନ୍ୟ ସ୍ତାନରେ ତାପମାତ୍ରା ସ୍ବାଭାବିକ ଥିଲା I


Share It

Comments are closed.