ଆମେରିକାରେ ୪୬୩ ଜଣ ପ୍ରବାସୀଙ୍କ ଠାରୁ ସେମାନଙ୍କର ପିଲାଙ୍କୁ ଛଡାଇନେଲା ଟ୍ରମ୍ପ ପ୍ରସାଶନ


ଆମେରିକାରେ ଅବୈଧ ରୂପରେ ପ୍ରବେଶ କରିଥିବା ୪୬୩ ଜଣ ପ୍ରବେଶକାରୀଙ୍କୁ କଥିତ ରୂପରେ ଦେଶରୁ ବିତାଡିତ କରାଇ ଦିଆଯାଇଥିବା ବେଳେ ତାଙ୍କର ପିଲା ଛୁଆଙ୍କୁ ଆଶ୍ରୟସ୍ଥଳୀମାନଙ୍କରେ ରଖାଯାଇଛି । ଆମେରିକାରେ ଗତ ଏପ୍ରେଲ ମାସରେ ଟ୍ରମ୍ପ ପଶ୍ରାସନ ପୁକ୍ଷରୁ ଏକ ବିବାଦୀୟ ନିର୍ଣ୍ଣୟ ନିଆଯାଇ ପାଖାପାଖି ୨୫୦୦ ପିଲାଙ୍କୁ ସେମାନଙ୍କର ଅଭିଭାବକଙ୍କ ଠାରୁ ଅଲଗା କରାଇ ଦିଆଯାଇଥିଲା, ଯେଉଁମାନେ ଅବୈଧ ରୂପରେ ଆମେରିକାରେ ବସବାସ କରୁଥିଲେ । ଏହି ଘଟଣାକୁ ଆନ୍ତର୍ଜାତିୟ ସ୍ତରରେ ବହୁତ ସମାଲୋଚନା କରାଯାଇଥିଲା ।
୪୬୩ ଜଣ ଅଭିଭାବକ ବିଚାରଧିନ ଅବସ୍ଥାରେ ରହିଥିବାବେଳେ ୮୭୯ ଅଭିଭାବକଙ୍କୁ ତାଙ୍କର ପିଲାଛୁଆଙ୍କୁ ହସ୍ତାନ୍ତର କରାଇଦିଆଯାଇଛି ଓ ୫୩୮ ଜଣ ଅଭିଭାବକଙ୍କୁ ତାଙ୍କର ପିଲାଛୁଆଙ୍କୁ ସହ ସାକ୍ଷାତ କରିବା ପାଇଁ ମଞ୍ଜୁରୀ ଦିଆଯାଇଥିବାର ସଂଙ୍ଘିୟ କୋର୍ଟରେ ଟ୍ରମ୍ପ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଟ୍ରମ୍ପ ପ୍ରଶାସନ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଅନୁଯାୟୀ, ୪୬୩ ଜଣ ଅଭିଭାବକଙ୍କର ରେକର୍ଡ ଖରାପ ଥିବା ସତ୍ତେ୍ୱ ତାଙ୍କ ଉପରେ ମଧ୍ୟ ବିଚାର କରାଯାଉଛି । ଏମାନଙ୍କ ମଧ୍ୟରୁ ଅନେକାଂଶ ଅଭିଭାବକ ଆମେରିକାର ନଥିବାବେଳେ କେତେକଙ୍କ ବିରୋଧରେ ଅପରାଧିକ ମାମଲା ରହିଛି ଓ କେତେକ ସଂକ୍ରମଣ ଜନିତ ରୋଗରେ ପିଡୀତ ଥିବା ହେତୁ ସେମାନଙ୍କୁ ତାଙ୍କର ପିଲା ଛୁଆଙ୍କ ସହ ସାକ୍ଷାତ କରାଇବା ପାଇଁ ଅଯୋଗ୍ୟ ଘୋଷିତ କରାଇଦିଆଯାଇଛି ।
ପ୍ରକାଶ ଥାଉକି ଆମେରିକାର ଏକ ସଂଙ୍ଘୀୟ କୋର୍ଟ ସରକାରଙ୍କୁ ଆଦେଶ ଦେଇଥିଲା ଯେ, ପ୍ରବାସୀ ପରିବାରଙ୍କୁ ଏକଜୁଟ କରାଇ ସେମାନଙ୍କୁ ତାଙ୍କର ପିଲାଛୁଆଙ୍କୁ ହସ୍ତାନ୍ତର କରାଇଦିଆଯାଉ ।


Share It

Comments are closed.