ଗତ ୨୪ଘଂଟା ମଧ୍ୟରେ ଦେଶରେ ପୁଣି ୪୪, ୬୮୪ କୋଭିଡ଼-୧୯ ସଂକ୍ରମିତ ଚିହ୍ନଟ


ଦେଶରେ ପୁଣି କମୁଛି କରୋନା ସଂକ୍ରମଣ ସଂଖ୍ୟା । ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୪୪,୬୮୪କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୁକ୍ରବାର ଦିନ ଦେଶରେ କରୋନା ଭାଇରସରେ ୪୪,୮୭୯ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟାରେ ହ୍ରାସ ପାଇଛି । ସେହିପରି ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୮୧ଲକ୍ଷ ପାର ହୋଇସାରିଛି । ଦେଶରେ ବର୍ତ୍ତମାନ ଆକ୍ଟିଭ୍‌ କେସ୍‌ ୫ଲକ୍ଷ ତଳେ ରହିଛି ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ, ଦେଶରେ ଗତ ୨୪ଘଣ୍ଟାରେ କରୋନାରେ ୪୪,୬୮୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୨୦ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୮୭,୭୩,୪୭୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି । ସେହିପରି ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢିବାରେ ଲାଗିଛି । ଗତ ୨୪ଘଣ୍ଟା ମଧ୍ୟରେ ୪୭,୯୯୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି । ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୮୧,୬୩,୫୭୨ଜଣ ସୁସ୍ଥ ହୋଇସାରିଛନ୍ତି । ସେହିପରି ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ୪,୮୦,୭୧୯ରହିଥିବା ବେଳେ ଗତ ୨୪ଘଣ୍ଟା ମଧ୍ୟରେ ଏହି ସଂଖ୍ୟାରେ ୩,୮୨୮ କମ୍‌ ଆସିଛି । ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରେ ୧,୨୯,୧୮୮ଜଣଙ୍କ ମୃତ୍ୟୁ ହୋଇସାରିଛି।

ସୂଚନାଯୋଗ୍ୟ ଯେ, ଏଭଳି ଘଡ଼ିସନ୍ଧି ମୂହୂର୍ତ୍ତରେ ଭ୍ୟାକସିନ୍‌ ନେଇ ଏକ ଆଶ୍ୱସ୍ତିକର ଖବର ଆସିଛି । ଆସନ୍ତା ମାସ ସୁଦ୍ଧା ଦେଶରେ ୩୦କୋଟି ଭ୍ୟାକସିନ୍‌ ଉପଲବ୍ଧ ହେବ ବୋଲି ସେରମ୍‌ କମ୍ପାନୀ ପକ୍ଷରୁ କୁହାଯାଇଛି । ସେପଟେ ରୁଷ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଭାରତରେ ଭ୍ୟାକସିନ୍‌ ଆସି ପହଞ୍ଚିଛି ।


Share It

Comments are closed.