ଆମାଜନ୍ ପ୍ରାଇମ୍ ଡେ ୨୦୨୦ରେ ୪ଟି ଟେକ୍ନୋଲୋଜିର ସହାୟତା


ଭୁବନେଶ୍ୱର: ଆମାଜନ୍ ଇଣ୍ଡିଆ ପକ୍ଷରୁ ଦେଶବ୍ୟାପୀ ଏହାର ସଦସ୍ୟମାନଙ୍କ ପାଇଁ ଗତ ଅଗଷ୍ଟ ୬ ଓ ୭ ତାରିଖରେ ଦୁଇ ଦିନିଆ ସପିଙ୍ଗ୍ କାର୍ଯ୍ୟକ୍ରମ ପ୍ରାଇମ୍ ଡେ’ର ପରିଚାଳନା କରାଯାଇଥିଲା । ଯାହାକି ଆମାଜନ୍ ଇଣ୍ଡିଆର ଅପରେଶନ ନେଟ୍‌ୱର୍କରେ ସାଧାରଣ ସମୟ ଅପେକ୍ଷା ଅଧିକ ବ୍ୟସ୍ତବହୁଳ ଥିଲା । ମହାମାରୀର ପ୍ରାରମ୍ଭିକ ଦିନଠାରୁ ଆମାଜନ୍ ଇଣ୍ଡିଆ ସ୍ଥାନୀୟ ପ୍ରଶାସନ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ନିର୍ଦ୍ଦେଶନାମା ଅନୁଯାୟୀ ଏହାର ଫୁଲ୍‌ଫିଲମେଂଟ୍ ସେଂଟର୍‌, ସର୍ଟେସନ୍ ସେଂଟର୍ ଓ ଡେଲିଭରି ଷ୍ଟେସନଗୁଡିକରେ ପ୍ରାୟ ୧୦୦ଟି ପ୍ରକ୍ରିୟା ପରିବର୍ତନ ସହିତ ନିଜର ସହଯୋଗୀ, ଗ୍ରାହକ ଓ ପାର୍ଟନର୍‌ମାନଙ୍କ ସୁରକ୍ଷା ପ୍ରତି ପ୍ରତିବଦ୍ଧ ରହିଆସିଛି । ନିଜ ସହଯୋଗୀମାନଙ୍କ ସୁରକ୍ଷାକୁ ପ୍ରାଥମିକତା ପ୍ରଦାନ କରି ପ୍ରାଇମ୍ ଡେ’ ସମୟରେ ବାଧାହୀନ ଭାବେ ଗ୍ରାହକଙ୍କ ପ୍ରତି ପ୍ରତିଶ୍ରୁତିକୁ ପୂରଣ କରିବା ସହିତ କମ୍ପାନୀ ବହୁସଂଖ୍ୟକ ଅର୍ଡର୍‌ର ପରିଚାଳନା କରିବା ପାଇଁ ସକ୍ଷମ କରିଥିବା ଏହାର ଅନେକ ଟେକ୍ନୋଲୋଜି ମଧ୍ୟରୁ ୪ଟି ପ୍ରମୁଖ ଟେକ୍ନୋଲୋଜି ହସ୍ତକ୍ଷେପର ମହତ୍ୱପୂର୍ଣ୍ଣ ଭୂମିକା ରହିଛି ।
ପ୍ରୋକ୍ସେମିକ୍ସ, ଏକ ସିସିଟିଭି ଆଧାରିତ ସମାଧାନ, ଯାହାକି ଆର୍ଟିଫିସିଆଲ ଇଂଟେଲିଜେନ୍ସର ବ୍ୟବହାର କରି ଆମାଜନ୍ ଇଣ୍ଡିଆର ପରିଚାଳନା ବିଲ୍ଡିଙ୍ଗ୍‌ଗୁଡିକରେ ସମାଜିକ ଦୂରତାକୁ ସକ୍ଷମ କରିପାରିଛି । ଦ୍ୱିତୀୟତଃ କର୍ମଚାରୀ, ସହଯୋଗୀ, କଂଟ୍ରାକ୍ଟର, ବିଜ୍‌ନେସ୍ ପାର୍ଟନର୍ କିମ୍ବା ଅନ୍ୟ ଭିଜିଟର୍‌ଙ୍କ ସମେତ ଏକ ଆମାଜନ୍ ସାଇଟ୍‌ରେ ପ୍ରବେଶ କରୁଥିବା ସମସ୍ତ ବ୍ୟକ୍ତିଙ୍କର ସାଇଟ୍‌ର ପ୍ରବେଶ ପଥରେ ସ୍କ୍ରିନିଙ୍ଗ୍ କରାଯାଉଛି । ନନ୍‌-କଂଟାକ୍ଟ ଇନ୍‌ଫ୍ରାରେଡ୍ ଥର୍ମୋମିଟର୍ ଓ ଥର୍ମାଲ କ୍ୟାମେରାଗୁଡିକୁ ସ୍କାନିଙ୍ଗ୍ ଓ ତାପମାତ୍ରା ଯାଂଚ ପାଇଁ ବ୍ୟବହାର କରାଯାଉଛି ।
ସହଯୋଗୀମାନଙ୍କୁ ନିୟମିତ ଭାବେ ସେମାନଙ୍କ କଠିନ ପରିଶ୍ରମକୁ ସ୍ୱୀକୃତି ପ୍ରଦାନ କରୁଥିବା ଗ୍ରାହକଙ୍କ ବାର୍ତାଗୁଡିକୁ ପହଂଚାଇବା ସୁନିଶ୍ଚିତ କରିବା ଲାଗି ଗ୍ରାହକ ସେବା ଟିମ୍ ଦ୍ୱାରା ଓ ସୋସିଆଲ ମିଡିଆରୁ ସଂଗ୍ରହ କରାଯାଉଥିବା ସକାରାତ୍ମକ ଗ୍ରାହକ ପ୍ରଶଂସାପତ୍ର ଓ କାହାଣୀଗୁଡିକୁ ଦେଶବ୍ୟାପୀ ଡେଲିଭରି ସହଯୋଗୀମାନଙ୍କ ଦ୍ୱାରା ଡେଲିଭରି ପାଇଁ ବ୍ୟବହାର କରାଯାଉଥିବା ଆପ୍‌ରେ ପ୍ରଦର୍ଶିତ କରାଯାଇଥାଏ । ସେହିଭଳି ଏହାର ଇନ୍‌-ହାଉସ୍ ଆସୋସିଏଟ୍ ଆପ୍ଲିକେଶନରେ ପପ୍‌-ଅପ୍ ସୁରକ୍ଷା ମେସେଜ୍ ସାମିଲ ରହିଛି ଯାହାକି ପ୍ରତିଦିନ ନିୟମିତ ବ୍ୟବଧାନରେ ଦେଖାଯାଇଥାଏ । ପ୍ରତ୍ୟେକ ଥର ଜଣେ ସହଯୋଗୀ ଏକ କାର୍ଯ୍ୟ କରିବା ପାଇଁ ଆପ୍ ଖୋଲିବା ସମୟରେ ତାଙ୍କୁ ସୁରକ୍ଷା ନିୟମାବଳୀ ସମ୍ପର୍କରେ ଅବଗତ କରାଇବା ଓ ସୁରକ୍ଷା ବାର୍ତାଗୁଡିକର ରିମାଇଣ୍ଡର ପଠାଇବା ପାଇଁ ଖୁବ୍ କମ୍ ସମୟ ମଧ୍ୟରେ ଏହି ଟେକ୍ନୋଲୋଜି ଟୁଲ୍‌କୁ ବିକଶିତ କରାଯାଇଥିଲା । ଆମାଜନ୍ ଇଣ୍ଡିଆର ପରିଚାଳନାରେ ସୁରକ୍ଷା ମୂଳ ପ୍ରାଥମିକତା ଭାବେ ବଜାୟ ରଖିଛି । କମ୍ପାନୀ ଏହାର ସହଯୋଗୀ ଓ ଗ୍ରାହକଙ୍କ ପାଇଁ ସୁରକ୍ଷା ପଦକ୍ଷେପଗୁଡିକୁ ଅଧିକ ମଜଭୁତ କରିବା ଲାଗି ଅଧିକ ବୈଷୟିକ ଉଦ୍ଭାବନ ବିକଶିତ କରିବା ଜାରି ରଖିବ ।


Share It

Comments are closed.