ରାଜ୍ୟରେ ୩୬୩୧ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରେ ସର୍ବାଧିକ


ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୩୬୩୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୩୪୧୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୨୧୪ଜଣ କ୍ୱାରେଣ୍ଟାଇନ‌ରେ ରହିଥିବା ବେଳେ ୧୪୧୭ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୪୧ଜଣ, ବାଲେଶ୍ୱର ଜିଲ୍ଲାରୁ୧୧୪ଜଣ, ବରଗଡ ଜିଲ୍ଲାରୁ ୨୩୮ଜଣ, ଭଦ୍ରକ ଜିଲ୍ଲାରୁ ୧୮୬ଜଣ, ବଲାଙ୍ଗୀର ଜିଲ୍ଲାରୁ ୩୯ଜଣ, ବୌଦ୍ଧ ଜିଲ୍ଲାରୁ ୨୭ଜଣ, କଟକ ଜିଲ୍ଲାରୁ ୩୭୦ଜଣ, ଦେଓଗଡ଼ ଜିଲ୍ଲାରୁ ୧୧ଜଣ, ଢେଙ୍କାନାଳ ଜିଲ୍ଲାରୁ ୫୬ଜଣ, ଗଜପତି ଜିଲ୍ଲାରୁ ୯ଜଣ, ଗଞ୍ଜାମ ଜିଲ୍ଲାରୁ ୧୦୭ଜଣ, ଜଗତସିଂହପୁର ଜିଲ୍ଲାରୁ ୭୯ଜଣ, ଯାଜପୁର ଜିଲ୍ଲାରୁ ୧୨୭ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୮୦ଜଣ, କଳାହାଣ୍ଡି ଜିଲ୍ଲାରୁ ୨୭ଜଣ, କନ୍ଧମାଳ ଜିଲ୍ଲାରୁ ୪୪ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮୫ଜଣ, କେନ୍ଦୁଝର ଜିଲ୍ଲାରୁ ୮୦ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୭୨୨ଜଣ, କୋରାପୁଟ ଜିଲ୍ଲାରୁ ୯୩ଜଣ, ମାଲକାନଗିରି ଜିଲ୍ଲାରୁ ୫୫ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩୬୫ଜଣ, ନବରଙ୍ଗପୁର ଜିଲ୍ଲାରୁ ୪୬ଜଣ, ନୟାଗଡ ଜିଲ୍ଲାରୁ ୧୦୦ଜଣ, ନୂଆପଡ଼ା ଜିଲ୍ଲାରୁ ୪୯ଜଣ, ପୁରୀ ଜିଲ୍ଲାରୁ ୧୫୭ଜଣ, ରାୟଗଡ଼ା ଜିଲ୍ଲାରୁ ୧୧୧ଜଣ, ସମ୍ବଲପୁର ଜିଲ୍ଲାରୁ ୬୮ଜଣ, ସୋନପୁର ଜିଲ୍ଲାରୁ ୫୦ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୯୫ଜଣ, ରହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧୩୪୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୮୭୬୩ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୮୪୦୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୯୫୦୫୯୧ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।


Share It

Comments are closed.