ହୀରାକୁଦ ଡ୍ୟାମରୁ ମୋଟ ୩୬ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ


ଉପରମୁଣ୍ଡରେ ପ୍ରବଳ ବର୍ଷା ଓ ବନ୍ୟା ନିୟନ୍ତ୍ରଣ ପାଇଁ ପର୍ଯ୍ୟାୟକ୍ରମେ​‌ ହୀରାକୁଦ ଜଳଭଣ୍ଡାରର ଗେଟ୍ ଖୋଲାଯାଉଛି। ଶୁକ୍ରବାର ଅପରାହ୍ନରେ ଆଉ ୪ଟି ଗେଟ୍‍ ଖୋଲିବା ପରେ ମୋଟ ୩୬ଟି ଗେଟ୍‍ ଦେଇ ହୀରାକୁଦରୁ ବନ୍ୟାଜଳ ନିଷ୍କାସିତ ହେଉଛି। ବାମ ପଟର ୨୨ ଓ ଡାହାଣ ପଟର ୧୪ଟି ସ୍ଲୁଇସ ଗେଟ ଖୋଲିଛି। ଅପରାହ୍ନ ୨ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୫.୪୫ ଫୁଟ୍ ରହିଛି।
ଶୁକ୍ରବାର ସକା​ଳ ସୁଦ୍ଧା ୨୪ଟି ଗେଟ ଖୋଲାଯାଇଥିବା ବେଳେ ପରେ ୨୮,୩୨ ଏବଂ ପୁଣି ଆଉ ୪ଟି ମୋଟ ୩୬ଟି ଗେଟ ମାଧ୍ୟମରେ ବନ୍ୟାଜଳ ନିଷ୍କାସିତ ହେଉଛି।


Share It

Comments are closed.