ରାଜ୍ୟରେ ୩୪୯୦ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରେ ସର୍ବାଧିକ


ରାଜ୍ୟର ୩୦ଟି ଜିଲାରୁ ୨୪ ଘଣ୍ଟାରେ ୩ହଜାର ୪୯୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୨,୦୯୪ ସଙ୍ଗରୋଧ କେନ୍ଦ୍ରରୁ ଓ ୧,୩୯୬ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏବେ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୧,୩୮୨କୁ ବୃଦ୍ଧି ପାଇଛି। ଏହାସହ ୯୯,୩୯୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୧,୩୬୨ ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୫୩୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୩୮, ବାଲେଶ୍ୱର ୯୨, ବରଗଡ଼ ୮୧, ଭଦ୍ରକ ୮୯, ବଲାଙ୍ଗୀର ୧୧୦, ବୌଦ୍ଧ ୨୫, କଟକ ୩୭୬, ଦେଓଗଡ଼ ୨୭, ଢେଙ୍କାନାଳ ୮୧, ଗଜପତି ୫୩, ଗଞ୍ଜାମ ୬୯, ଜଗତସିଂହପୁର ୯୧, ଯାଜପୁର ୧୭୮, ଝାରସୁଗୁଡ଼ା ୧୦୩, କଳାହାଣ୍ଡି ୩୯, କନ୍ଧମାଳ ୮୪, କେନ୍ଦ୍ରାପଡ଼ା ୮୫, କେନ୍ଦୁଝର ୫୫, କୋରାପୁଟ ୯୩, ମାଲାକନଗିରି୨୨, ମୟୁରଭଞ୍ଜ ୨୦୭, ନବରଙ୍ଗପୁର ୪୦, ନୟାଗଡ଼ ୩୪, ନୂଆପଡ଼ା ୧୦୨, ପୁରୀ ୨୧୭, ରାୟଗଡ଼ା ୨୦୬, ସମ୍ବଲପୁର ୮୫, ସୋନପୁର ୧୦୭, ସୁନ୍ଦରଗଡ଼ ୬୪ ଜଣ ଚିହ୍ନଟ ହୋଇଛନ୍ତି।


Share It

Comments are closed.