ଓଡିଶାକୁ ଗର୍ବିତ କଲେ ଶ୍ୱେତପର୍ଣ୍ଣା


ଆଜି ପୂର୍ବତନ ରେଳବାଇ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ୟୋନେକ୍ସ-ସନରାଇଜ୍ ୩୩ତମ ଜାତୀୟ ଉପକନିଷ୍ଠ ବ୍ୟାଡମିଣ୍ଟନ ପ୍ରତିଯୋଗିତା ୨୦୧୯ରେ ମୋଟ ୧୦ଟି ସ୍ୱର୍ଣ୍ଣ ପଦକ ମଧ୍ୟରୁ ତାମିଲନାଡୁ, ରାଜସ୍ଥାନ ଓ ହରିଆନାର ଉଦୀୟମାନ ସଟଲର ୬ଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି କର୍ଣ୍ଣାଟକ, ଆସାମ ଓ ଉତ୍ତର ପ୍ରଦେଶ ଗୋଟିଏ ଲେଖାଏଁ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ଓଡିଶା ଓ ତେଲେଙ୍ଗାନା ମିଳିତଭାବେ ଅବଶିଷ୍ଟ ଗୋଟିଏ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ତାମିଲନାଡୁ ଏହି ପ୍ରତିଯୋଗିତାରେ ୧୭ ବର୍ଷରୁ କମ୍୍ ବାଳକ ସିଙ୍ଗଲ୍ସ ଓ ୧୫ ବର୍ଷରୁ କମ୍ ବାଳିକା ଡବଲ୍ସ ମ୍ୟାଚ୍ରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିବା ସହ ଏକ ରୌପ୍ୟ ପଦକ ମଧ୍ୟ ହାସଲ କରିଛି ।
ହରିଆନା ୧୫ ବର୍ଷରୁ କମ୍ ବାଳିକା ସିଙ୍ଗଲ୍ସ ଓ ୧୭ ବର୍ଷରୁ କମ୍ ବାଳିକା ଡବଲ୍ସରେ ମୋଟ ଦୁଇଟି ସ୍ୱର୍ଣ୍ଣ ପଦକ ହାସଲକରିଛି । ଏହାଛଡା ରାଜସ୍ଥନ ୧୫ ଓ ୧୭ ବର୍ଷରୁ କମ୍ ବାଳକ ଡବଲ୍ସ ମ୍ୟାଚ୍ରେ ୨ଟି ସ୍ୱର୍ଣ୍ଣ ପଦକ ଜିତିପାରିଛି । ଶ୍ୱେତପର୍ଣ୍ଣା ପଣ୍ଡା ନିଜର ତେଲେଙ୍ଗାନା ସହଯୋଗୀ ସାତ୍ୱିକ୍ ରେଡ୍ଡିକେ’ଙ୍କ ସହ ମିଳିତଭାବେ ୧୫ ବର୍ଷରୁ କମ୍ ଡବଲ୍ସ ମ୍ୟାଚରେ ଚାମ୍ପିୟାନ ହୋଇ ଓଡିଶାକୁ ଗର୍ବିତ କରିଛନ୍ତି । କୌଣସି ଜାତୀୟ ପ୍ରତିଯୋଗିତାରେ ଉଭୟ ଶ୍ୱେତପର୍ଣ୍ଣା ଓ ସାତ୍ୱିକ୍ଙ୍କ ପାଇଁଏହା ଥିଲା ପ୍ରଥମ ସ୍ୱର୍ଣ୍ଣପଦକ ।
ଅନ୍ୟପକ୍ଷରେ ଏହି ପ୍ରତିଯୋଗିତାରେ ଆୟୁଷ ପଟ୍ଟନାୟକ ଓ ତାଙ୍କ କର୍ଣ୍ଣାଟକ ସହଯୋଗୀ ସୁବାଷ ଭି, ରାଜସ୍ଥାନର ହିମାଂଶୁ ଖାତ୍ନା ଓ ସୁଭମ୍ ପାଟିଲଙ୍କ ଠାରୁ ପରାଜିତହୋଇ ଓଡିଶାକୁ ଆଉ ଏକ ସ୍ୱର୍ଣ୍ଣ ପଦକ ହାସଲକରିବା କ୍ଷେତ୍ରରେ ନିରାଶ କରିଛନ୍ତି । ତେବେ ସୁବାଷ ନିଜର ଅନ୍ୟ ଜଣେ ସହଯୋଗୀ ଜନନୀ ଅନନ୍ତ କୁମାରଙ୍କ ସହ ମିଶି ୧୭ ବର୍ଷରୁ କମ୍ ମିକ୍ସଡ୍ ଡବଲ୍ସ ମ୍ୟାଚ୍ ଜିତି ଚାମ୍ପିୟନ ହୋଇଥିଲେ ଓ ନିଜ ପରାଜୟର ଭରଣା କରିଥିଲେ । ଏସିଆନ୍ ଜୁନିଅର ରନର୍-ଅପ୍ ତାରା ଶାହ (ମହାରାଷ୍ଟ୍ର) ଉଭୟ ୧୫ ଓ ୧୭ ବର୍ଷରୁ କମ୍ ସିଙ୍ଗଲ୍ସ ଇଭେଣ୍ଟର ଫାଇନାଲ ମ୍ୟାଚ୍ରେ ପରାଜିତ ହୋଇଛନ୍ତି ।
ଏହି ପ୍ରତିଯୋଗିତାର ଉଦଯାପନୀ ସମାରୋହରେ ଓଡିଶାର ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶିଳ୍ପମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର, କ୍ରୀଡା ଓ ଯୁବ ସେବା କମିଶ୍ନର ତଥା ସଚିବ ବିଶାଲ କେ ଦେବ୍, ପ୍ରତିଯୋଗିତାର କନ୍ଭେନର ରାଜେଶ ପ୍ରଭାକର ପାଟିଲ, ବ୍ୟାଡ୍ମିଣ୍ଟନ ଆସୋସିଏଶନ ଅଫ୍ ଇଣ୍ଡିଆ (ବିଆଇଏ) ସାଧାରଣ ସଚିବ ଅଜୟ କୁମାର ସିଂହାନିଆ, ଓଡିଶା ଷ୍ଟେଟ୍ ବ୍ୟାଡ୍ମିଣ୍ଟନ ଆସୋସିଏଶନ (ଓଏସ୍ବିଏ) ଅଧ୍ୟକ୍ଷ ରୋହିତ ପୂଜାରୀ ଓ ସଚିବ ନୀଲିନ୍ କୁମାର ପ୍ରମୁଖ ପ୍ରତିଯୋଗୀ ମାନଙ୍କୁ ପଦକ, ଟ୍ରଫି ଓ ନଗଦ ପୁରସ୍କାର ରାଶି ପ୍ରଦାନ କରିଥିଲେ ।
ଫଳାଫଳ: ସମସ୍ତ ଫାଇନାଲ
୧୫ ବର୍ଷରୁ କମ୍ ବାଳିକା ସିଙ୍ଗଲ୍ସ: ଅନୁପମା ଉପାଧ୍ୟାୟ-୨ (ହରିଆନା),ତାରା ଶାହ-୧(ମହାରାଷ୍ଟ୍ର)ଙ୍କୁ ୨୧-୧୭, ୧୫-୨୧, ୨୧-୧୧ରେ ହରାଇଛନ୍ତି ।
୧୫ ବର୍ଷରୁ କମ୍ ବାଳକ ସିଙ୍ଗଲ୍ସ: ତନ୍ମୟ ବିକାଶ ବରୁଆ-୬ (ଆସାମ), ଅଙ୍କିତ ମଣ୍ଡଳ-୨ (ପଶ୍ଚିମବଙ୍ଗ)ଙ୍କୁ ୨୧-୧୬, ୨୧-୧୮ରେ ହରାଇଛନ୍ତି ।
୧୫ ବର୍ଷରୁ କମ୍ ବାଳିକା ଡବଲ୍ସ: ଜ୍ଞାନଧା କାର୍ତ୍ତିକେୟନ୍-ସାନିଆ ସିକନ୍ଦର-୩ (ତାମିଲନାଡୁ), ଗାୟତ୍ରୀରାଣୀ ଜୈସୱାଲ-କର୍ଣ୍ଣିକାଶ୍ରୀ ଏସ୍-୨ (କର୍ଣ୍ଣାଟକ)ଙ୍କୁ ୨୧-୭, ୨୧-୧୫ରେ ପରାଜିତ କରିଛନ୍ତି ।
୧୫ ବର୍ଷରୁ କମ୍ ବାଳକ ଡବଲ୍ସ: ଶଙ୍କର ସାରସ୍ୱତ-ଭୂବନ ସିଂହ-୮ (ରାଜସ୍ଥାନ) ଟିବୋରୁଆ-ଏଲ୍ ଶର୍ମା-୩ (ଆସାମ-ପଞ୍ଜାବ)ଙ୍କୁ ୨୧-୧୪, ୧୮-୨୧, ୨୧-୧୦ରେ ପରାଜିତ କରିଛନ୍ତି ।
୧୫ ବର୍ଷରୁ କମ୍ ମିକ୍ସଡ୍ ଡବଲ୍ସ: ସାତ୍ୱିକ ରେଡ୍ଡୀକେ-ଶ୍ୱେତପର୍ଣ୍ଣା ପଣ୍ଡା(ଟିଏସ୍-ଓଡିଶା), ସମରବୀର-ରିଜୁଲ ସାଇନି-୩ (ଚଣ୍ଡୀଗଡ-ହରିଆନା)ଙ୍କୁ ୨୧-୧୪, ୨୧-୮ରେ ହରାଇଛନ୍ତି ।
୧୭ ବର୍ଷରୁ କମ୍ ବାଳିକା ସିଙ୍ଗଲ୍ସ: ମାନ୍ସି ସିଂହ-୧ (ଉତ୍ତର ପ୍ରଦେଶ),ତାରା ଶାହ-୧୪ (ମହାରାଷ୍ଟ୍ର)ଙ୍କୁ ୨୧-୧୧, ୨୧-୬ରେ ହରାଇଛନ୍ତି ।
୧୭ ବର୍ଷରୁ କମ୍ ବାଳକ ସିଙ୍ଗଲ୍ସ: ରିତ୍ୱିକ୍ ସଞ୍ଜୀବ୍ ଏସ୍-୮ (ତାମିଲନାଡୁ), ପ୍ରଣୟ କାଟ୍ଟା-୬ (ରାଜସ୍ଥାନ)ଙ୍କୁ ୨୧-୧୫, ୨୧-୧୪ରେ ହରାଇଛନ୍ତି ।
୧୭ ବର୍ଷରୁ କମ୍ ବାଳିକା ଡବଲ୍ସ: ଦେବୀକ ।ସିହାଗ-ରିଧିକୌ ରତୁର୍ (ହରିଆନା), ପ୍ରଣଭିଏନ୍-ସରୁମାଥି ଭି-୨ (ତାମିଲନାଡୁ)ଙ୍କୁ ୧୪-୨୧, ୨୧-୧୮, ୨୧-୧୮ରେ ହରାଇଛନ୍ତି ।
୧୭ ବର୍ଷରୁ କମ୍ ବାଳକ ଡବଲ୍ସ: ହିମାଂଶୁ ଖତାନା-ସୁଭମ୍ ପଟେଲ (ରାଜସ୍ଥାନ), ଆୟୁଷ ପଟ୍ଟନାୟକ-ସୁବାଷ ଭି-୨ (ଓଡିଶା-କର୍ଣ୍ଣାଟକ)ଙ୍କୁ ୨୧-୧୮, ୨୪-୨୨ରେ ହରାଇଛନ୍ତି ।
୧୭ ବର୍ଷରୁ କମ୍ ମିକ୍ସଡ୍ ଡବଲ୍ସ: ସୁବାଷଭି-ଜନନୀ ଅନନ୍ତକୁାର-୬ (କର୍ଣ୍ଣାଟକ), ହରିହରନ୍ ଆମ୍ସା କାରୁନନ୍-ପ୍ରଭିଣା ଏସ୍ (ତାମିଲନାଡୁ)ଙ୍କୁ ୨୩-୨୧, ୨୮-୨୬ରେ ହରାଇଛନ୍ତି ।


Share It

Comments are closed.