ସମ୍ବଲପୁର ସହରର ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଟିପିଡବ୍ଲ୍ୟୁଓଡିଏଲ୍ ପକ୍ଷରୁ ନୂତନ ବିକଳ୍ପ 33 କେ.ଭି. ଭୂତଳ ବିଦ୍ୟୁତ୍ ଲାଇନ କାର୍ଯ୍ୟକ୍ଷମ


ବୁର୍ଲା, 30.05.2024: ସମ୍ବଲପୁର ସହରର ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାକୁ ଅଧିକ ସୁଦୃଢ ଓ ବିଶ୍ୱସନୀୟ କରିବା ପାଇଁ ଇତିମଧ୍ୟରେ ଅଇଁଠାପାଲିଠାରୁ ରେମଡ଼ ଛକ ପର୍ଯ୍ୟନ୍ତ ଏକ ବିକଳ୍ପ ନୂତନ 33 କେ.ଭି ଭୂତଳ କେବୁଲ ଲାଇନ୍ ବିଛାଯାଇଛି । ଏହା ଦ୍ୱାରା ସହରର ରେମଡ୍ ଅଞ୍ଚଳ, ଅଇଁଠାପାଲି, ବୁଢାରଜା, ଫାଟକ୍, ମୁଦିପଡ଼ା, ଚେରୁଆପଡ଼ା, ଏସ୍ଆରଆଇଟି କଲୋନୀ, ଜଗନ୍ନାଥ କଲୋନୀ, ଫାର୍ମରୋଡ଼, ରେଲୱେ ଷ୍ଟେସନ ଅଞ୍ଚଳ, ଅନୁଗୁଳିଆପଡ଼ା ଓ ଝାରସୁଗୁଡ଼ା ରୋଡ ଆଦି ଅଞ୍ଚଳର ପାଖାପଖି 25 ହଜାର ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ନିରବଚ୍ଛିନ୍ନ ଓ ଅବ୍ୟାହତ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରାଯାଇଅଛି ।

ଏଠାରେ ଉଲ୍ଲେଖଥାଉ ଯେ, ବର୍ତ୍ତମାନ ଅଇଁଠାପାଲି ଗ୍ରୀଡ ସବଷ୍ଟେସନ୍ କେବଳ ଗଣେଶନଗର ଗ୍ରୀଡରୁ ଯୋଗାଣ ପାଉଅଛି। ପିକ୍ ଲୋଡ ସମୟରେ ଗଣେଶନଗର ଗ୍ରୀଡ ଓଭରଲୋଡ ହୋଇଯାଏ । ତେଣୁ ଏହି ବିକଳ୍ପ ଭୂତଳ କେବୁଲ ବର୍ତ୍ତମାନ ଅଇଁଠାପାଲି ଗ୍ରୀଡ ସବଷ୍ଟେସନକୁ ବିଦ୍ୟୁତ୍ ଯୋଗାଣ ପାଇଁ ହୀରାକୁଦ ଗ୍ରୀଡ ସହ ସଂଯୋଗ କରିବ । ଯାହା ଦ୍ୱାରା ଗଣେଶନଗର ଏବଂ ହୀରାକୁଦ ମଧ୍ୟରେ ଲୋଡ ସମାନ ଭାବରେ ବଣ୍ଟନ ହୋଇଯିବା ଏବଂ ଏହା ନିଶ୍ଚିତ ଭାବେ ସମସ୍ତ ବିତରଣ ଟ୍ରାନ୍ସଫର୍ମରକୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରି ଅଇଁଠାପାଲି ଗ୍ରୀଡ ସବଷ୍ଟେସନକରେ ଓଭରଲୋଡ ଟ୍ରିପିଂ ସମସ୍ୟାକୁ ହ୍ରାସ କରିବ ।

ଯେହେତୁ ଅଇଁଠାପାଲି ଏବଂ ରେମେଡ ମଧ୍ୟରେ ଏହି 33 କେ.ଭି. ଅଣ୍ଡରଗ୍ରାଉଣ୍ଡ କେବୁଲ ଚାର୍ଜ ହୋଇଯାଇଛି । ତେଣୁ ଏହି ଭୂତଳ ବିଦ୍ୟୁତ୍ ଲାଇନ୍ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ହୋଇଥିବାରୁ ବିନା ଅନୁମତିରେ ସେହି ମାର୍ଗରେ କୌଣସି ପ୍ରକାରର ଖନନ କାର୍ଯ୍ୟ ନକରିବାକୁ ଜନସାଧାରଣ ଏବଂ ଗ୍ରାହକମାନଙ୍କୁ ଅନୁରୋଧ କରାଯାଉଛି । କାରଣ ଖନନ କାର୍ଯ୍ୟ ଦ୍ୱାରା କୌଣସି ପ୍ରକାରର ଦୁର୍ଘଟଣା ଘଟିପାରେ ।


Share It

Comments are closed.